ପଲ୍ଲୀ-ପିତାପାଟ ରାସ୍ତାରେ ଘାଇ: ଯାତାୟାତ ବାଧାପ୍ରାପ୍ତ

ମହାକାଳପଡ଼ା,୨୩ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ)-କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ଓ ପେଟଛେଲା ପଞ୍ଚାୟତକୁ ସଂଯୋଗ କରୁଥିବା ପଲ୍ଲୀ- ପିତାପାଟ କଣ୍ଟିଜୋରଠାରେ ଘାଇ ସୃଷ୍ଟି ହୋଇଛି ା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ା ପ୍ରତିଦିନ ସେହି ରାସ୍ତାରେ ସ୍ଥାନୀୟ ଶ୍ରମିକ ଓ ଚାଷୀମାନେ ବିଭିନ୍ନ କାମରେ ଯାତାୟାତ କରିଥାନ୍ତି ା ହେଲେ ସେହି ରାସ୍ତାରେ ଏବେ ପାଣି ଜମି ଥିବାରୁ ନିକଟସ୍ଥ ଚାଷ ଜମିକୁ ଚାଷୀମାନେ ଯାଇପାରୁନାହାନ୍ତି । ଅନ୍ୟପକ୍ଷେ ପାରାଦୀପକୁ କାମ କରିବା ପାଇଁ ଯିବାକୁ ଶ୍ରମିକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି ା ଗତ ପଞ୍ଚାୟତ ସମିତି ବୈଠକରେ ଏହି ରାସ୍ତା ମରଣଯନ୍ତା ପାଲଟି ଥିବା ସଂକ୍ରାନ୍ତରେ ଆଲୋଚନା ହୋଇଥିଲା। ଏହି ରାସ୍ତା କେଉଁ ବିଭାଗ ଅଧୀନରେ ଅଛି ତାହା ସ୍ପଷ୍ଟ ନ ହେବାରୁ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ପାଲଟିଥିଲା। ଏବେ ସେହି ରାସ୍ତାରେ ଘାଇ ସୃଷ୍ଟି ହେବା ପରେ କେଉଁ ବିଭାଗ ସେହି ଘାଇକୁ ମରାମତି କରିବ ସେ ସଂକ୍ରାନ୍ତରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ା ତୁରନ୍ତ ସେହି ଘାଇକୁ ବାଲିବସ୍ତା ପକାଇ ବନ୍ଦ କରିବା ପରେ ସ୍ଥାୟୀଭାବେ ମରାମତି କରିବାକୁ ସାମାଜିକ କର୍ମୀ ସୁବାସ ସ୍ବାଇଁ ଦାବି କରିଛନ୍ତି ା ଅନ୍ୟପକ୍ଷେ ୧୯୯୯ ମହାବାତ୍ୟା ପରେ ଏହି ରାସ୍ତାକୁ ଫୁଡ୍‌ ଫର୍‌ ୱାର୍କ ବା ଖାଦ୍ୟ ବଦଳରେ କାମ ଯୋଜନାରେ ନିର୍ମାଣ କରାଯାଇଥିଲା ା ହେଲେ ଏହାପରେ ଉକ୍ତ ରାସ୍ତାର ରକ୍ଷଣାବେକ୍ଷଣ କରାଯାଉ ନ ଥିବା ସ୍ଥାନୀୟ ଅଞ୍ଚଳର ବାଇଧର ବେହେରା , ସୁକୁମାର ମଣ୍ଡଳ , ଜରଦାର ମଣ୍ଡଳ , ଅମିୟ ମଣ୍ଡଳ , ପରିମଲ ମଣ୍ଡଳ , ଅନିତା ମଣ୍ଡଳ ଓ ଗୀତା ସର୍ଦ୍ଦାରଙ୍କ ସମେତ ବହୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ଉକ୍ତ ରାସ୍ତା ନିର୍ମାଣ କରିବା ପାଇଁ ୨ ପଞ୍ଚାୟତର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।
ବର୍ଷା ଯୋଗୁ ମହାନଦୀରେ ବନ୍ୟା ଜଳ କଣ୍ଟିଜୋର ଦେଇ ଶତାଧିକ ହେକ୍ଟର ଜମିରେ ମାଡ଼ୁଛି। ଫଳରେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ସେହିପରି ରାମ ନଗର ପଞ୍ଚାୟତ ପକ୍ଷରୁ ୨ ବର୍ଷ ପୂର୍ବେ ପିତାପାଟ ଗ୍ରାମ ସଂଲଗ୍ନ କଣ୍ଟିଜୋରଠାରେ ଏକ ସ୍ଲୁଇସ କ୍ରିକ୍‌ ନିର୍ମାଣ କାର୍ଯ୍ୟ ହୋଇଥିଲା। ହେଲେ ଲୁଣିପାଣି ଯୋଗୁ ଲୁହା କବାଟ ଭାଙ୍ଗି ରୁଜି ଗଲାଣି। ଖରା ଦିନେ ମହାନଦୀର ଲୁଣିଜଳ ପ୍ରବେଶ କରି ଶତାଧିକ ହେକ୍ଟର ଜମି ନଷ୍ଟ ହେଉଛି। ଏପରି କି ବିଲରେ ଥିବା ତଳି ନଷ୍ଟ ହେଉଛି ବୋଲି ଚାଷୀମାନେ କହିଛନ୍ତି।
ଏ ସଂକ୍ରାନ୍ତରେ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ କୁହନ୍ତି, ଏତେ ବଡ଼ ଲମ୍ବା ରାସ୍ତା ପାଇଁ ଅଧିକ ଅର୍ଥ ଖର୍ଚ୍ଚ ହେବ। ସେଥିପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ସେହି ଦାୟିତ୍ୱ ହସ୍ତାନ୍ତର କରାଯିବାର ପ୍ରସ୍ତାବ ରହିଛି। ଏହି ରାସ୍ତାରେ ଘାଇ ମରାମତି ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଶତାଧିକ ଛତ୍ରୀଛାତ୍ର ଗାଇଲେ ବନ୍ଦେ ମାତରମ୍‌

କେସିଙ୍ଗା,୨୦ା୧ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସି ସ୍ତରୀୟ ବନ୍ଦେ ମାତରମ୍‌ ଗାନ କାର୍ଯ୍ୟକ୍ରମ ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ଅଧ୍ୟକ୍ଷତାରେ ବିଦ୍ୟାପୀଠ ଖେଳ ପଡିଆଠାରେ...

ମୁଖ୍ୟ ଚିକିତ୍ସାଳୟ ପଛପଟେ ଯୁବକଙ୍କ ମୃତଦେହ , ହତ୍ୟା ନେଇ ବଢୁଛି ସନ୍ଦେହ

ବରଗଡ,୨୦।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଖେଦାପାଲିସ୍ଥିତ ଜିଲଖ ମୁଖ୍ୟ ଚିକିତ୍ସାଳୟ ପଛପଟେ ରହିଥିବା ଟୁକୁର୍ଲା ଜଳାଶୟରେ ମଙ୍ଗଳବାର ଜଣେ ଯୁବକଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ...

ପୀୟୂଷଙ୍କୁ ନେଇ ଆସିଲା ବଡ଼ ଖବର, ଯାତ୍ରା ମଞ୍ଚ ଚଢ଼ିବା ଉପରେ କୋର୍ଟ ନେଲେ ଏହି ନିଷ୍ପତ୍ତି

ଭୁବନେଶ୍ୱର,୨୦।୧: ଯାତ୍ରା ମଞ୍ଚ ଚଢ଼ିବାକୁ ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ଅନୁମତି। ଭୁବନେଶ୍ବର କୋର୍ଟ ଅନୁମତି ଦେଇଥିବା ପୀୟୂଷଙ୍କ ଓକିଲ କହିଛନ୍ତି। ପୀୟୂଷଙ୍କ ଉପରେ ଲାଗିଥିବା ଅନ୍ତରୀଣ...

ଆଉ ୫ ଘଣ୍ଟା ପରେ ୪ ରାଶିରେ ଅତ୍ୟନ୍ତ ଶୁଭ ସମୟ, ହଠାତ ମିଳିବ ଖୁସି ଖବର, ୨୩ ଭିତରେ ମିଳିଯିବ…

ମଙ୍ଗଳ ଗୋଚର ଫଳରେ ବହୁ ରାଶିର ବ୍ୟକ୍ତି ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ । ମଙ୍ଗଳ ଗ୍ରହଙ୍କ ମକର ରାଶିରେ ଗୋଚର ଅନେକ ଦୃଷ୍ଟିକୋଣରୁ ବେଶ୍‌...

ବାଇକ ଧକ୍କା ପରେ ଚାପିଦେଲା ଟ୍ରାକ୍ଟର, ୨ ବର୍ଷ ଶିଶୁର ମୃତ୍ୟୁ

ସୁନ୍ଦରଗଡ଼,୨୦।୧: ସୁନ୍ଦରଗଡ଼ ସହରରେ ମଙ୍ଗଳବାର ଏକ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି। ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ଏକ ଟ୍ରାକ୍ଟର ଚଢ଼ିଯିବା ଫଳରେ ୨ ବର୍ଷର...

ମାଳତୀଙ୍କୁ ଆଜି ବି ମନେପକାନ୍ତି ସିମନବାଡି ପଞ୍ଚାୟତବାସୀ: ଲୋକଙ୍କ ପାଇଁ କାମ କରି ଚର୍ଚ୍ଚାରେ…

ଦାରିଙ୍ଗବାଡି,୨୦।୧(ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ବର୍ଗତ ମାଳତୀ ସାହୁଙ୍କୁ ଆଜିବି ମନେପକାନ୍ତି ପଞ୍ଚାୟତବାସୀ। ମଙ୍ଗଳବାର ପଞ୍ଚାୟତରେ  ତାଙ୍କର...

ବୁଲା କୁକୁର ମାମଲା: ମେନକା ଗାନ୍ଧୀଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ, ଉଠାଇଲେ ଏପରି ପ୍ରଶ୍ନ

ନୂଆଦିଲ୍ଲୀ,୨୦ା୧: ବୁଲା କୁକୁର ମାମଲାରେ ପ୍ରାଣୀ ଅଧିକାର କର୍ମୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀଙ୍କୁ ସୁପ୍ରିମକୋର୍ଟ କଡ଼ା ସମାଲୋଚନା କରିଛନ୍ତି। ଏକ ପଡକାଷ୍ଟରେ...

ବନ୍ଦ ହୋଇଯିବ ୫୦୦ଟଙ୍କିଆ ନୋଟ? ଜାଣି ନିଅନ୍ତୁ ବଡ଼ ସୂଚନା

ନୂଆଦିଲ୍ଲୀ,୨୦।୧: ଦେଶର ବ୍ୟାଙ୍କିଙ୍ଗ ନିୟାମକ, ଭାରତୀୟ ରିଜର୍ଭ ବ୍ୟାଙ୍କ, ସରକାରଙ୍କ ସହଯୋଗରେ ପୁଣି ଥରେ ବିମୁଦ୍ରାକରଣ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି କି? ପ୍ରାୟ ଏକ ଦଶନ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri