୫ ଦିନରେ ସୁଶାନ୍ତଙ୍କୁ ୨୫ଥର କଲ୍‌ କରିଥିଲେ ରିୟା

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହି ମାମଲାରେ ସମସ୍ତଙ୍କ ନଜର ଏବେ ସୁଶାନ୍ତ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଉପରେ। ଗୁରୁବାର ରିୟାଙ୍କ କଲ୍‌ ଡିଟେଲସ୍‌ ସାମ୍ନାକୁ ଆସିଛି। ଯେଉଁଥିରେ ଜଣାପଡ଼ିଛି ଯେ, ୫ଦିନରେ ସୁଶାନ୍ତଙ୍କୁ ରିୟା ୨୫ ଥର କଲ୍‌ କରିଥିଲେ। ସୂଚନା ମୁତାବକ ଚଳିତ ବର୍ଷ ଜାନୁୟାରୀ ୨୦ରୁ ୨୪ ମଧ୍ୟରେ ଯେତେବେଳେ ସୁଶାନ୍ତ ନିଜ ଭଉଣୀ ରାଣୀଙ୍କୁ ଦେଖା କରିବାକୁ ଚଣ୍ଡିଗଡ଼ ଯାଇଥିଲେ, ସେତେବେଳେ ରିୟା ୫ ଦିନରେ ତାଙ୍କୁ ୨୫ଥର ଫୋନ କରିଥିଲେ। ଏହାସହ ତାଙ୍କୁ ମୁମ୍ବାଇକୁ ଫେରିଆସିବାକୁ ବାରମ୍ବାର କହିଥିଲେ। ମିଳିଥିବା ସୂଚନା ଅନୁସାରେ ଗତ ନଭେମ୍ବରରେ ସୁଶାନ୍ତ ନିଜ ଭଉଣୀଙ୍କୁ ସାହାଯ୍ୟ ମାଗିବାକୁ ଫୋନ କରିବା ସହ ଚଣ୍ଡିଗଡ଼ ଯିବାକୁ ନିଜ ୩ ଭଉଣୀଙ୍କ ସହ ଟିକେଟ ମଧ୍ୟ ବୁକ୍‌ କରିଥିଲେ। କିନ୍ତୁ ରିୟା ତାଙ୍କୁ ବ୍ଲାକମେଲ୍‌ କରି ସେଠାକୁ ନ ଯିବାକୁ କହିଥିଲେ। ଏହାପରେ ପୁଣି ଡିସେମ୍ବରରେ ସୁଶାନ୍ତ ନୂଆ ନମ୍ବରରୁ କଲ୍‌ କରି ଭଉଣୀକୁ କହିଥିଲେ ଯେ, ରିୟା ଓ ତାଙ୍କ ପରିବାର ତାଙ୍କୁ ମେଣ୍ଟାଲ ହସ୍ପିଟାଲ ପଠାଇବାକୁ ଉଦ୍ୟମ କରୁଛନ୍ତି। ମୋତେ ସାହାଯ୍ୟ କର, ମୁଁ ମେଣ୍ଟାଲ ହସ୍ପିଟାଲକୁ ଯିବାକୁ ଚାହୁଁନାହିଁ। ମୁମ୍ବାଇ ଛାଡ଼ି ହିମାଚଳର କୌଣସି ଏକ ସ୍ଥାନରେ ରହିବାକୁ ଚାହୁଁଛି ବୋଲି ଭଉଣୀଙ୍କୁ ସୁଶାନ୍ତ କହିଥିଲେ। ଏହାପରେ ନିଜେ ଡ୍ରାଇଭ୍‌ କରି ସୁଶାନ୍ତ ଚଣ୍ଡିଗଡ଼ରେ ଥିବା ଭଉଣୀ ଘରେ ପହଞ୍ଚିଥିଲେ। ସେଠାରେ ସେ କିଛି ଦିନ ରହିଥିବା ବେଳେ ଏହି ସମୟରେ ରିୟା ତାଙ୍କୁ ୫ଦିନରେ ୨୫ ଥର ଫୋନ କରି ମୁମ୍ବାଇ ଫେରିବାକୁ ବ୍ଲାକ୍‌ମେଲ କରିଥିଲେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାନକିଣା: ଟୋକନ ଅପେକ୍ଷାରେ ଚାଷୀ

ପଦ୍ମପୁର,୨୨।୧୨(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ମଣ୍ଡି ଖୋଲିବାର ୨୫ ଦିନ ବିତିଯାଇଛି। ମାତ୍ର ଅଧିକାଂଶ ଚାଷୀଙ୍କ ପାଖରେ ଏଯାଏ ଟୋକନ ପହଞ୍ଚି ପାରିନାହିଁ। ଯେଉଁ...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ସାଜସଜ୍ଜାରେ ଆଗୁଆ, ପ୍ରଚାରରେ ପଛୁଆ

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଏହି ମହୋତ୍ସବର ଭିନ୍ନ ଏକ ପରିଚୟ ରହିଛି। ଅନେକ ସ୍ଥାନରେ ଏବେ ଧନୁଯାତ୍ରା ଚାଲିଛି। ହେଲେ...

୧.୩ ଲକ୍ଷ ଘର ଅନ୍ଧାରରେ: ଚିନ୍ତାରେ ସରକାର

ସାନ୍‌ ଫ୍ରାନ୍ସିସ୍କୋ,୨୨ା୧୨:ସାନ୍‌ ଫ୍ରାନ୍ସିସ୍କୋରେ ବିଜୁଳି ବିଭ୍ରାଟରୁ ୧ ଲକ୍ଷ ୩୦ ହଜାର ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଅନ୍ଧାରରେ ରହିଥିବା ପାସିଫିକ୍‌ ଗ୍ୟାସ୍‌ ଆଣ୍ଡ ଇଲେକ୍ଟ୍ରିକ୍‌...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ଘରୁ ଖାଦ୍ୟ ନେଇଗଲେ ଆତଙ୍କବାଦୀ: ଜଙ୍ଗଲକୁ ଘେରାବନ୍ଦୀ

ଜମ୍ମୁ,୨୨ା୧୨:ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ଆତଙ୍କବାଦୀମାନେ ଜଣକ ଘରେ ପଶି ଖାଦ୍ୟ ନେଇ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିବା ସୂଚନା ମିଳିଛି। ସେମାନଙ୍କୁ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଭାଜପାକୁ ନେଇ ଗୁମର ଖୋଲିଦେଲେ RSS ନେତା ମୋହନ ଭାଗବତ: ଦେଶରେ ହଲଚଲ

ନୂଆଦିଲ୍ଲୀ,୨୨ା୧୨:ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର କୌଣସି ରାଜନୈତିକ କାର୍ଯ୍ୟସୂଚୀ ନାହିଁ। ଭାଜପା ଚଷମାରେ ଏହି ସଂଗଠନକୁ ଦେଖିବା ବଡ଼ ଭୁଲ୍‌ ବୋଲି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri