ମହାନଦୀ ପ୍ରଦୂଷିତ, ଅସୁରକ୍ଷିତ

ସମ୍ବଲପୁର,୯ା୬(ବ୍ୟୁରୋ): ମହାନଦୀକୁ ଓଡ଼ିଶାର ଜୀବନରେଖା ବୋଲି କୁହାଯାଇଥାଏ। ଏପରିସ୍ଥଳେ ନଦୀ ପ୍ରବାହିତ ହେଉଥିବା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟା ଲାଗିରହିଛି। କେଉଁଠାରେ ବ୍ୟାରେଜ ନିର୍ମାଣ ତ କେଉଁଠି କଳକାରଖାନାକୁ ପାଣି ଦେବା, ନର୍ଦ୍ଦମା ପାଣି ମହାନଦୀରେ ଛାଡିବା, ତଟଦେଶରେ ଗଢିଉଠିଥିବା କଳକାରଖାନାରୁ ନିର୍ଗତ ପାଉଁଶ ସିଧାସଳଖ ପାଣିରେ ମିଶିବା ଭଳି ସ୍ଥିତି ଦେଖିବାକୁ ମିଳୁଛି। ଏହାକୁ ନେଇ ସର୍ଭେ କରୁଥିବା ବିଭିନ୍ନ ସଂସ୍ଥା ଓ ପରିବେଶବିତ୍‌ ଅଭିଯୋଗ କରିଆସୁଛନ୍ତି। ହେଲେ ସରକାରୀ ସ୍ତରରେ ମହାନଦୀ ସୁରକ୍ଷା ନେଇ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଏବେ ପ୍ରଦୂଷିତ ଓ ଅସୁରକ୍ଷିତ ହୋଇପଡିଛି ା
ସମ୍ବଲପୁର ସହର ଦେଇ ପ୍ରବାହିତ ହେଉଥିବା ନଦୀକୁ ଦେଖିଲେ ସହଜରେ ଅନୁମେୟ କରି ହେଉଛି। ମହାନଦୀ ସୁରକ୍ଷା ନେଇ ଯୋଜନା କରାଯାଇଛି। ଗ୍ରୀନ ମହାନଦୀ ଯୋଜନାରେ କୋଟି ଟଙ୍କା ଖର୍ଚ୍ଚ ମଧ୍ୟ ହୋଇଛି। ହେଲେ ବର୍ଷ ବର୍ଷ ବିତିଯିବା ସତ୍ତ୍ବେ ମହାନଦୀ ପ୍ରଦୂଷଣ ମୁକ୍ତ ହୋଇନାହିଁ। ମହାନଦୀ ଶଯ୍ୟା ଅନାବନା ଗଛଲଟାରେ ପରିପୂର୍ଣ୍ଣ। ଏହା ସତ୍ତ୍ୱେ ନଦୀ କୂଳରେ ବସବାସ କରୁଥିବା ଜନସାଧାରଣ ଏହି ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଫଳରେ ସେମାନେ ଚର୍ମ ରୋଗର ଶିକାର ହେଉଛନ୍ତି। ପ୍ରତିବର୍ଷ ଗ୍ରୀଷ୍ମ ମାସ ଆସିଲେ ପ୍ରଶାସନର ମହାନଦୀ ସୁରକ୍ଷା ପାଇଁ ଚେତା ପଶିଥାଏ। ଏ ନେଇ ସଚେତନତା ଓ ମିନି ମାରାଥନ କରାଯାଇଥାଏ। ପୂର୍ବରୁ ମହାନଦୀ ପାଣି ସ୍ବଚ୍ଛ ଓ ନିର୍ମଳ ଥିଲା। ଏହାକୁ ନେଇ ସମ୍ବଲପୁରୀ ଲୋକଗୀତ ‘କଟଙ୍ଗ ପାଉଁଶ ପୁଲାରେ ମୋର ଧନ୍‌ କଟଙ୍ଗ ପାଉଁଶ ପୁଲା, ମହାନଦୀର ପାନି ମାରୁଛେ ହୁଲା’ ରହିଥିଲା। ସମ୍ପ୍ରତି ମହାନଦୀ କୂଳରେ କଟଙ୍ଗ ବାଉଁଶ ନାହିଁ। ଏହା ରିଂ-ରୋଡ୍‌ରେ ପରିଣତ ହୋଇଛି। ମହାନଦୀରେ ଲହଡି ମଧ୍ୟ ଦେଖିବାକୁ ମିଳୁନାହିଁ। ମହାନଦୀ ପ୍ରଦୂଷଣ ଯୋଗୁ ଏହା ଉପରେ ନିର୍ଭର କରୁଥିବା ମତ୍ସ୍ୟଜୀବୀ, ସ୍ଥାନୀୟ ଲୋକ ଆର୍ଥତ୍କ ଓ ସାମାଜିକ ଦୃଷ୍ଟିରୁ ପ୍ରଭାବିତ ହେଉଛନ୍ତି। ଏହାସହ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ପରୋକ୍ଷ ଭାବେ ପ୍ରଭାବ ପକାଉଛି। ଏବେ ସବୁଠାରୁ ବଡ ସମସ୍ୟା ହୋଇଛି ମହାନଦୀ ଜଳ ପରିଚାଳନା। ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ବିବାଦ ହୋଇ ଟ୍ରିବ୍ୟୁନାଲ ଗଠନ ହୋଇଛି। ସମୟ ପୂର୍ବରୁ ଏ ନେଇ ପଦକ୍ଷେପ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ଏହା ଭୟାନକ ରୂପ ନେବ ବୋଲି ପରିବେଶବିତ୍‌ ଆଶଙ୍କା କରୁଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଜଳିଗଲା ୩ ଭାଇଙ୍କ ଘର

ବେଲଗୁଣ୍ଠା,୧୨ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ଟିକରପଡା ମିଲ ସାହିରେ ଅଗ୍ନିକାଣ୍ଡ ଘଟି ୩ଭାଇଙ୍କ ୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି।…

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

ଭୀମ ଭୋଇ ମେଡିକାଲରେ ରୋଗୀଙ୍କ ମୋବାଇଲ୍ ଚୋରି କରୁଥିଲା ଚୋର, ହାତ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଲୋକେ

ବଲାଙ୍ଗୀର,୧୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଦିନକୁ ଦିନ ଚୋରି ଘଟଣା ବଢିବାରେ ଲାଗିଛି । ନିଶାସେବନ କରି କିଛି ଅସାମାଜିକ…

LPGକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଏଣିକି ତେଲ-ଗ୍ୟାସ ସପ୍ଲାଏରେ…

ନୂଆଦିଲ୍ଲୀ,୧୨।୪: ପଶ୍ଚିମ ଏସିଆରେ ଉତ୍ତେଜନା ମଧ୍ୟରେ, ଭାରତ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ଏବଂ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି।…

‘ସବୁକିଛି ଶେଷ…’ ଲେବାନନ୍ ଉପରେ ବଡ଼ ଆକ୍ରମଣ କଲା ଇସ୍ତ୍ରାଏଲ, ସମ୍ପୂର୍ଣ୍ଣ ଗାଁ ଧ୍ୱଂସ

ନୂଆଦିଲ୍ଲୀ,୧୨।୪:  ଇରାନ ଏବଂ ଆମେରିକା ମଧ୍ୟରେ ଦୁଇ ସପ୍ତାହ ଧରି ଯୁଦ୍ଧବିରତି ହୋଇଥିବା ସତ୍ତ୍ୱେ, ଇସ୍ରାଏଲ ଲେବାନନ ଉପରେ ନିରନ୍ତର ଆକ୍ରମଣ ଆରମ୍ଭ କରିଛି । ଏହି ଆକ୍ରମଣରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri