ମହାନଦୀ ପ୍ରଦୂଷିତ, ଅସୁରକ୍ଷିତ

ସମ୍ବଲପୁର,୯ା୬(ବ୍ୟୁରୋ): ମହାନଦୀକୁ ଓଡ଼ିଶାର ଜୀବନରେଖା ବୋଲି କୁହାଯାଇଥାଏ। ଏପରିସ୍ଥଳେ ନଦୀ ପ୍ରବାହିତ ହେଉଥିବା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟା ଲାଗିରହିଛି। କେଉଁଠାରେ ବ୍ୟାରେଜ ନିର୍ମାଣ ତ କେଉଁଠି କଳକାରଖାନାକୁ ପାଣି ଦେବା, ନର୍ଦ୍ଦମା ପାଣି ମହାନଦୀରେ ଛାଡିବା, ତଟଦେଶରେ ଗଢିଉଠିଥିବା କଳକାରଖାନାରୁ ନିର୍ଗତ ପାଉଁଶ ସିଧାସଳଖ ପାଣିରେ ମିଶିବା ଭଳି ସ୍ଥିତି ଦେଖିବାକୁ ମିଳୁଛି। ଏହାକୁ ନେଇ ସର୍ଭେ କରୁଥିବା ବିଭିନ୍ନ ସଂସ୍ଥା ଓ ପରିବେଶବିତ୍‌ ଅଭିଯୋଗ କରିଆସୁଛନ୍ତି। ହେଲେ ସରକାରୀ ସ୍ତରରେ ମହାନଦୀ ସୁରକ୍ଷା ନେଇ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଏବେ ପ୍ରଦୂଷିତ ଓ ଅସୁରକ୍ଷିତ ହୋଇପଡିଛି ା
ସମ୍ବଲପୁର ସହର ଦେଇ ପ୍ରବାହିତ ହେଉଥିବା ନଦୀକୁ ଦେଖିଲେ ସହଜରେ ଅନୁମେୟ କରି ହେଉଛି। ମହାନଦୀ ସୁରକ୍ଷା ନେଇ ଯୋଜନା କରାଯାଇଛି। ଗ୍ରୀନ ମହାନଦୀ ଯୋଜନାରେ କୋଟି ଟଙ୍କା ଖର୍ଚ୍ଚ ମଧ୍ୟ ହୋଇଛି। ହେଲେ ବର୍ଷ ବର୍ଷ ବିତିଯିବା ସତ୍ତ୍ବେ ମହାନଦୀ ପ୍ରଦୂଷଣ ମୁକ୍ତ ହୋଇନାହିଁ। ମହାନଦୀ ଶଯ୍ୟା ଅନାବନା ଗଛଲଟାରେ ପରିପୂର୍ଣ୍ଣ। ଏହା ସତ୍ତ୍ୱେ ନଦୀ କୂଳରେ ବସବାସ କରୁଥିବା ଜନସାଧାରଣ ଏହି ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଫଳରେ ସେମାନେ ଚର୍ମ ରୋଗର ଶିକାର ହେଉଛନ୍ତି। ପ୍ରତିବର୍ଷ ଗ୍ରୀଷ୍ମ ମାସ ଆସିଲେ ପ୍ରଶାସନର ମହାନଦୀ ସୁରକ୍ଷା ପାଇଁ ଚେତା ପଶିଥାଏ। ଏ ନେଇ ସଚେତନତା ଓ ମିନି ମାରାଥନ କରାଯାଇଥାଏ। ପୂର୍ବରୁ ମହାନଦୀ ପାଣି ସ୍ବଚ୍ଛ ଓ ନିର୍ମଳ ଥିଲା। ଏହାକୁ ନେଇ ସମ୍ବଲପୁରୀ ଲୋକଗୀତ ‘କଟଙ୍ଗ ପାଉଁଶ ପୁଲାରେ ମୋର ଧନ୍‌ କଟଙ୍ଗ ପାଉଁଶ ପୁଲା, ମହାନଦୀର ପାନି ମାରୁଛେ ହୁଲା’ ରହିଥିଲା। ସମ୍ପ୍ରତି ମହାନଦୀ କୂଳରେ କଟଙ୍ଗ ବାଉଁଶ ନାହିଁ। ଏହା ରିଂ-ରୋଡ୍‌ରେ ପରିଣତ ହୋଇଛି। ମହାନଦୀରେ ଲହଡି ମଧ୍ୟ ଦେଖିବାକୁ ମିଳୁନାହିଁ। ମହାନଦୀ ପ୍ରଦୂଷଣ ଯୋଗୁ ଏହା ଉପରେ ନିର୍ଭର କରୁଥିବା ମତ୍ସ୍ୟଜୀବୀ, ସ୍ଥାନୀୟ ଲୋକ ଆର୍ଥତ୍କ ଓ ସାମାଜିକ ଦୃଷ୍ଟିରୁ ପ୍ରଭାବିତ ହେଉଛନ୍ତି। ଏହାସହ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ପରୋକ୍ଷ ଭାବେ ପ୍ରଭାବ ପକାଉଛି। ଏବେ ସବୁଠାରୁ ବଡ ସମସ୍ୟା ହୋଇଛି ମହାନଦୀ ଜଳ ପରିଚାଳନା। ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ବିବାଦ ହୋଇ ଟ୍ରିବ୍ୟୁନାଲ ଗଠନ ହୋଇଛି। ସମୟ ପୂର୍ବରୁ ଏ ନେଇ ପଦକ୍ଷେପ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ଏହା ଭୟାନକ ରୂପ ନେବ ବୋଲି ପରିବେଶବିତ୍‌ ଆଶଙ୍କା କରୁଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

୭ ସରକାରୀ ମେଡିକାଲ କଲେଜରେ ନିର୍ମାଣ ହେବ ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri