Posted inଫୁରସତ

ନଦୀ କୁହେ ସଭ୍ୟତା କଥା

ମଣିଷ ସଭ୍ୟତାଗୁଡ଼ିକ ପ୍ରାୟତଃ ନଦୀକୂଳରେ ଗଢ଼ି ଉଠିଥିଲା। ସଭ୍ୟତାର କ୍ରମବିକାଶ ସମ୍ପର୍କରେ ନଦୀ ମୂକସାକ୍ଷୀ ପାଲଟିଛି। ନଦୀର ଗୁରୁତ୍ୱକୁ ଉପଲବ୍ଧି କରି ପ୍ରତିବର୍ଷ ମାର୍ଚ୍ଚ ୧୪ରେ ଅନ୍ତର୍ଜାତୀୟ ନଦୀ ଦିବସ (ଇଣ୍ଟରନ୍ୟାଶନାଲ ଡେ ଅଫ୍‌ ଆକ୍ସନ୍‌ ଫର୍‌ ରିଭର୍ସ) ପାଳନ କରାଯାଇଥାଏ। ନଦୀଗୁଡ଼ିକର ମହତ୍ତ୍ୱ ବିଷୟରେ ସଚେତନ ହୋଇ ଏସବୁର ସଂରକ୍ଷଣ ପାଇଁ ଉପଯୋଗୀ ପଦକ୍ଷେପ ଗ୍ରହଣ ସମ୍ପର୍କରେ ଏହି ଦିବସ ପାଳନ ଅବସରରେ ସମସ୍ତଙ୍କୁ ଅବଗତ କରାଯାଇଥାଏ। ପ୍ରତିଦିନ ଦୁଇଲକ୍ଷ ଟନ ସ୍ବେରେଜ, ଶିଳ୍ପ ଏବଂ କୃଷି ବର୍ଜ୍ୟବସ୍ତୁ ପୃଥିବୀର ବିଭିନ୍ନ ନଦୀଜଳରେ ମିଶି ଥାଏ। ଏହା ସମଗ୍ର ମାନବ ଜନସଂଖ୍ୟାର ୬.୮ ବିଲିୟନ ଲୋକଙ୍କ ଓଜନ ସହିତ ସମାନ। ଏହି କାରଣରୁ ମାନବଜାତିର ମଙ୍ଗଳ ପାଇଁ ନଦୀଗୁଡ଼ିକୁ ସୁରକ୍ଷିତ ରଖିବା ଆମର କର୍ତ୍ତବ୍ୟ। ଏହି ଦିବସରେ ନଦୀ ପରିଚାଳନା, ନଦୀ ପ୍ରଦୂଷଣ, ନଦୀ ସଂରକ୍ଷଣ ଇତ୍ୟାଦି ସମ୍ବନ୍ଧୀୟ ସମସ୍ୟାର ସମାଧାନ କରି ପୃଥିବୀର ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥାଏ। ୧୯୯୫ ସେପ୍ଟେମ୍ବରରେ, ଅନ୍ତର୍ଜାତୀୟ ନଦୀ ନେଟୱର୍କ ଭାରତର ନର୍ମଦା ବଞ୍ଚାଅ ଆନ୍ଦୋଳନ, ଚିଲିକାର ବାୟୋବିଓ ଆକ୍ସନ ଗ୍ରୁପ୍‌ ଏବଂ ୟୁରୋପୀୟ ରିଭର ନେଟୱର୍କ ସମେତ ଅନେକ ସଂଗଠନ ଏକତ୍ରିତ ହୋଇ ବ୍ରାଜିଲରେ ଏକ ବୈଠକ କରିଥିଲେ। ଫଳସ୍ବରୂପ, ସେମାନେ ଏକ ଅନ୍ତର୍ଜାତୀୟ ଆୟୋଜନ କମିଟି ଗଠନ କଲେ, ଯାହା ବ୍ରାଜିଲର ମୁଭ୍‌ମେଣ୍ଟ ଅଫ ପିପୁଲ୍ସ ଦ୍ୱାରା ପରିଚାଳିତ ହୋଇଥିଲା।
ମାର୍ଚ୍ଚ ୧୯୯୭ରେ ବ୍ରାଜିଲର କୁରିଟିବାରେ ଡ୍ୟାମ୍‌ ଦ୍ୱାରା ପ୍ରଭାବିତ ଲୋକଙ୍କ ପ୍ରଥମ ଅନ୍ତର୍ଜାତୀୟ ସଭାର ଅଂଶଗ୍ରହଣକାରୀମାନେ ଡ୍ୟାମ୍‌ ଏବଂ ନଦୀ, ଜଳ ଓ ଜୀବନ ପାଇଁ ଅନ୍ତର୍ଜାତୀୟ କାର୍ଯ୍ୟ ଦିବସ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ। ନଦୀଗୁଡ଼ିକୁ ଜାତୀୟ ସମ୍ପତ୍ତି ଭାବରେ ଘୋଷଣା କରାଯିବା ସହ ଏଥିରେ ବର୍ଜ୍ୟପଦାର୍ଥ ପକାଇବାକୁ ରୋକିବା ପାଇଁ ଆଇନଗତ ଅଧିକାର ଦିଆଯାଉ ବୋଲି ବୈଠକରେ ଦାବି କରାଯାଇଥିଲା। ନଦୀରେ ବର୍ଜ୍ୟବସ୍ତୁ ନ ପକାଇବା ଏବଂ ଜଳ ନିଷ୍କାସନ ପାଇଁ ଡମ୍ପିଂ ସାଇଟ କରିବା ନେଇ ସଚେତନତା ସୃଷ୍ଟି କରିବା। ଏ ସମ୍ପର୍କିତ ବାର୍ତ୍ତା ବିସ୍ତାର କରିବା କ୍ଷେତ୍ରରେ ପରିବେଶ ଉତ୍ସାହୀମାନେ ଏହି ଦିନଟି ପାଳନ କରିବା ସହିତ କର୍ମଶାଳା, ସେମିନାର ଏବଂ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri