ନଦୀ ପ୍ରଦୂଷଣ ଯାହାଙ୍କୁ ଶୁଆଇ ଦିଏ ନାହିଁ

ଭୁବନେଶ୍ୱର,୭।୨ (ବ୍ୟୁରୋ): ବଢ଼ୁଥିବା ନଦୀଜଳ ପ୍ରଦୂଷଣ ସତେ ଯେପରି ତାଙ୍କୁ ଶୁଆଇ ଦିଏ ନାହିଁ। ସେଇଥି ପାଇଁ ତ ରାତି ପାହିଲେ ବାହାରି ଯାଆନ୍ତି ନଦୀ ପଠାକୁ, ଯେଉଁଠି ପଡ଼ିଥାଏ କୁଢ଼କୁଢ଼ ମନୁଷ୍ୟକୃତ ଆବର୍ଜନା। ଆଉ ବାଲିଶଯ୍ୟା ଓ ନଦୀଜଳରୁ ବର୍ଜ୍ୟ ନିଷ୍କାସନ କରି ବେଶ୍‌ ଖୁସି ପାଆନ୍ତି। ସଚେତନ କରି ଲୋକଙ୍କୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରନ୍ତି। ଏମିତି ସେବାରେ ବ୍ରତୀ ଶୁଭକାନ୍ତ ଏବେ ଅନ୍ୟମାନଙ୍କ ପାଇଁ ନିଆରା ମଣିଷ ପାଲଟିଛନ୍ତି।
ଜିଲା ଭରତପୁର ଗ୍ରାମପଞ୍ଚାୟତ ହରିଡାଦଣ୍ଡା ଗ୍ରାମରେ ଜନ୍ମିତ ଶୁଭକାନ୍ତ ସାମଲ ଦୀର୍ଘ ୧୫ ବର୍ଷ ହେବ ଭୁବନେଶ୍ୱରରେ ରହି ନିଜକୁ ବିଭିନ୍ନ ସାମାଜିକ ସେବାରେ ନିୟୋଜିତ କରିଛନ୍ତି। ଝାରପଡ଼ା ଅଞ୍ଚଳରେ ପରିବାର ସହ ରହୁଥିବାବେଳେ ଏଭଳି ସେବାକାର୍ଯ୍ୟ କେବଳ ତାଙ୍କ ପାଇଁ ନୁହେଁ, ବରଂ ପୂରା ପରିବାର ପାଇଁ ନିଶା ପାଲଟିଛି। ସ୍ତ୍ରୀ ସସ୍ମିତା ଓ ୬ ବର୍ଷୀୟା ଝିଅ ସାନ୍‌ଭିପ୍ରିୟା ଏସବୁ କାର୍ଯ୍ୟରେ ତାଙ୍କୁ ସହଯୋଗ କରି ଆସୁଛନ୍ତି। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଅନେକ ଲୋକ ନଦୀରେ ପୂଜାସାମଗ୍ରୀ, ଦେବଦେବୀଙ୍କ ଫଟୋଚିତ୍ର ଓ ମୂର୍ତ୍ତି ସମେତ ଅନ୍ୟାନ୍ୟ ଆବର୍ଜନା ପକାଇ ଦିଅନ୍ତି। ଏ ସବୁ ନଦୀ ଜଳକୁ ପ୍ରଦୂଷଣ କରିବା ସହ ସୁନ୍ଦର ପଠାକୁ ବିକୃତ କରିଦେଇଥାଏ। ସେସବୁକୁ ପାଣିରୁ ଛାଣି ଆଣନ୍ତି, ଆଉ ବାଲିରୁ ଗୋଟାଇ ପକାନ୍ତି। ପ୍ରତିଦିନ କୁଇଣ୍ଟାଲ କୁଇଣ୍ଟାଲ ପଲିଥିନ ଓ ଅନ୍ୟାନ୍ୟ ଆବର୍ଜନା ନଦୀଶଯ୍ୟାରୁ ଆଣି ଉଚ୍ଚା ଜାଗାରେ ଠୁଳ କରନ୍ତି। ପରେ ସେସବୁକୁ ବିଏମ୍‌ସିକୁ ହସ୍ତାନ୍ତର କରିଥା’ନ୍ତି। ନଦୀକୁ ମା’ ବୋଲି ବିଚାର କରୁଥିବା ଶୁଭକାନ୍ତ ସଫେଇ ସମୟରେ ନିଆରା ଢଙ୍ଗରେ ସଚେତନତାର ବାର୍ତ୍ତା ମଧ୍ୟ ଦେଇଥା’ନ୍ତି। କେହି ବ୍ୟକ୍ତି ନଦୀରେ ଅଳିଆ ପକାଉଥିବା ଦେଖିଲେ ସେ ତୁରନ୍ତ ଉକ୍ତ ବ୍ୟକ୍ତିଙ୍କୁ ପ୍ରଣାମ କରନ୍ତି ଏବଂ କଟାକ୍ଷ କରିବା ପୂର୍ବକ ଏପରି କରୁଥିବାରୁ ଧନ୍ୟବାଦ ଦେଇଥା’ନ୍ତି। ତାଙ୍କର ଏପରି ପ୍ରତିବାଦ ଶୈଳୀରେ ଅନେକ ବ୍ୟକ୍ତି ସଚେତନ ହୋଇ ସାଥିରେ ଆଣିଥିବା ଆବର୍ଜନା ନେଇ ବାହୁଡ଼ି ଯାଆନ୍ତି। ଧୀରେ ଧୀରେ ଏହି କାର୍ଯ୍ୟରେ କେତେକ ସଙ୍ଗଠନ ମଧ୍ୟ ସହଯୋଗର ହାତ ବଢ଼ାଇଛି। ଇତିମଧ୍ୟରେ କୁଆଖାଇ ନଦୀରୁ ତାଙ୍କ ଉଦ୍ୟମରେ ଏପର୍ଯ୍ୟନ୍ତ ପ୍ରାୟ ୩୦ ଟ୍ରିପ୍‌ ଅଳିଆ ଆବର୍ଜନା ନିଷ୍କାସନ କରାଯାଇପାରିଛି। ଏଥିସହ ସେ ବହୁ ସମାଜସେବାରେ ନିଜକୁ ନିୟୋଜିତ ରଖିଛନ୍ତି। ଆସ୍ଥା ଫାଉଣ୍ଡେଶନ ନାମକ ଏକ ସଙ୍ଗଠନ ଗଢ଼ି ଶିଶୁ ସୁରକ୍ଷା, ପ୍ରଦୂଷଣମୁକ୍ତ ଭାରତ, ପରିବେଶ ସୁରକ୍ଷା ସହିତ ଅନ୍ୟାନ୍ୟ ସମାଜସେବା ଉପରେ କାମ କରୁଛନ୍ତି।
କୁହନ୍ତି, ପ୍ରାୟ ୧୨ ବର୍ଷ ହେବ ନିଜକୁ ସାମାଜିକ କାର୍ଯ୍ୟରେ ନିୟୋଜିତ ରଖିଛି। ଗତ କିଛିଦିନ ତଳେ ଜଳ ସଂକଟ ସମ୍ପର୍କରେ ଏକ ଖବର ପଢିଲି। ଭାରତର ୧୦ଟି ସହର ଜଳ ସଂକଟ ଦେଇ ଗତି କରୁଥିବା ଖବର ମତେ ଆନ୍ଦୋଳିତ କରିଥିଲା। ଫଳରେ ଗତ ୪ ମାସ ନଦୀ ସଫେଇ କାମ ଆରମ୍ଭ କରିଛି। କୁଆଖାଇ ସହିତ ଅନ୍ୟ ସଂଗଠନ ସହ ମିଶି କାଠଯୋଡି ନଦୀ ସଫେଇ କରୁଛି। ନଦୀ ଜଳ କିପରି ପରିଷ୍କାର ରହିବ, ସେଥିପାଇଁ ସରକାରଙ୍କୁ ଆଗାମୀ ଦିନରେ ଏକ ସ୍ମାରକପତ୍ର ପ୍ରଦାନ କରିବାର ଯୋଜନା ରଖିଛି। ନଦୀରେ ଯେପରି କୌଣସି ଆବର୍ଜନା ନ ପକାଯିବ, ସେନେଇ ସରକାର ନିର୍ଦ୍ଦେଶ ଜାରି କରିବା ସହ ପଦକ୍ଷେପ ନେବାକୁ ଅନୁରୋଧ କରିବି। ବାଲିଅନ୍ତା ଓ ଦୟାନଦୀ ଠାରେ ଏକ ଆନିକଟ ବା ବ୍ୟାରେଜ କରାଗଲେ, ସେଠାରେ ପଡୁଥିବା ଝର ଦ୍ୱାରା ଭୂତଳ ପାଣିର ଅଭାବ ରହିବ ନାହିଁ ଏବଂ ଜଳ ସଂକଟ ଦୂର ହେବ। ଏନେଇ ମଧ୍ୟ ପ୍ରସ୍ତାବ ଦେବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

World Richest Indian-Origin: ବିଶ୍ୱର ସବଠାରୁ ଧନୀ ଭାରତୀୟ ମୂଳ ବାସିନ୍ଦା CEO ହେଲେ ଜୟଶ୍ରୀ ଉଲ୍ଲାଲ,ପଛରେ ରହିଗଲେ…

ନୂଆଦିଲ୍ଲୀ,୨୭।୧୨: ବହୁ ବର୍ଷ ଧରି, ଯେତେବେଳେ ବି ବିଶ୍ୱ ଟେକ ଇଣ୍ଡଷ୍ଟ୍ରି ବା ଶିଳ୍ପ ସବୁଠାରୁ ଧନୀ ଭାରତୀୟ ବଂଶୋଦ୍ଭବ ସିଇଓଙ୍କ ବିଷୟରେ ଆଲୋଚନା କରୁଥିଲା,...

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ସେବା, ମାଗଣାରେ ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍‌ବିଏସ୍‌। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri