ନଦୀ ପ୍ରଦୂଷଣ ଯାହାଙ୍କୁ ଶୁଆଇ ଦିଏ ନାହିଁ

ଭୁବନେଶ୍ୱର,୭।୨ (ବ୍ୟୁରୋ): ବଢ଼ୁଥିବା ନଦୀଜଳ ପ୍ରଦୂଷଣ ସତେ ଯେପରି ତାଙ୍କୁ ଶୁଆଇ ଦିଏ ନାହିଁ। ସେଇଥି ପାଇଁ ତ ରାତି ପାହିଲେ ବାହାରି ଯାଆନ୍ତି ନଦୀ ପଠାକୁ, ଯେଉଁଠି ପଡ଼ିଥାଏ କୁଢ଼କୁଢ଼ ମନୁଷ୍ୟକୃତ ଆବର୍ଜନା। ଆଉ ବାଲିଶଯ୍ୟା ଓ ନଦୀଜଳରୁ ବର୍ଜ୍ୟ ନିଷ୍କାସନ କରି ବେଶ୍‌ ଖୁସି ପାଆନ୍ତି। ସଚେତନ କରି ଲୋକଙ୍କୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରନ୍ତି। ଏମିତି ସେବାରେ ବ୍ରତୀ ଶୁଭକାନ୍ତ ଏବେ ଅନ୍ୟମାନଙ୍କ ପାଇଁ ନିଆରା ମଣିଷ ପାଲଟିଛନ୍ତି।
ଜିଲା ଭରତପୁର ଗ୍ରାମପଞ୍ଚାୟତ ହରିଡାଦଣ୍ଡା ଗ୍ରାମରେ ଜନ୍ମିତ ଶୁଭକାନ୍ତ ସାମଲ ଦୀର୍ଘ ୧୫ ବର୍ଷ ହେବ ଭୁବନେଶ୍ୱରରେ ରହି ନିଜକୁ ବିଭିନ୍ନ ସାମାଜିକ ସେବାରେ ନିୟୋଜିତ କରିଛନ୍ତି। ଝାରପଡ଼ା ଅଞ୍ଚଳରେ ପରିବାର ସହ ରହୁଥିବାବେଳେ ଏଭଳି ସେବାକାର୍ଯ୍ୟ କେବଳ ତାଙ୍କ ପାଇଁ ନୁହେଁ, ବରଂ ପୂରା ପରିବାର ପାଇଁ ନିଶା ପାଲଟିଛି। ସ୍ତ୍ରୀ ସସ୍ମିତା ଓ ୬ ବର୍ଷୀୟା ଝିଅ ସାନ୍‌ଭିପ୍ରିୟା ଏସବୁ କାର୍ଯ୍ୟରେ ତାଙ୍କୁ ସହଯୋଗ କରି ଆସୁଛନ୍ତି। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଅନେକ ଲୋକ ନଦୀରେ ପୂଜାସାମଗ୍ରୀ, ଦେବଦେବୀଙ୍କ ଫଟୋଚିତ୍ର ଓ ମୂର୍ତ୍ତି ସମେତ ଅନ୍ୟାନ୍ୟ ଆବର୍ଜନା ପକାଇ ଦିଅନ୍ତି। ଏ ସବୁ ନଦୀ ଜଳକୁ ପ୍ରଦୂଷଣ କରିବା ସହ ସୁନ୍ଦର ପଠାକୁ ବିକୃତ କରିଦେଇଥାଏ। ସେସବୁକୁ ପାଣିରୁ ଛାଣି ଆଣନ୍ତି, ଆଉ ବାଲିରୁ ଗୋଟାଇ ପକାନ୍ତି। ପ୍ରତିଦିନ କୁଇଣ୍ଟାଲ କୁଇଣ୍ଟାଲ ପଲିଥିନ ଓ ଅନ୍ୟାନ୍ୟ ଆବର୍ଜନା ନଦୀଶଯ୍ୟାରୁ ଆଣି ଉଚ୍ଚା ଜାଗାରେ ଠୁଳ କରନ୍ତି। ପରେ ସେସବୁକୁ ବିଏମ୍‌ସିକୁ ହସ୍ତାନ୍ତର କରିଥା’ନ୍ତି। ନଦୀକୁ ମା’ ବୋଲି ବିଚାର କରୁଥିବା ଶୁଭକାନ୍ତ ସଫେଇ ସମୟରେ ନିଆରା ଢଙ୍ଗରେ ସଚେତନତାର ବାର୍ତ୍ତା ମଧ୍ୟ ଦେଇଥା’ନ୍ତି। କେହି ବ୍ୟକ୍ତି ନଦୀରେ ଅଳିଆ ପକାଉଥିବା ଦେଖିଲେ ସେ ତୁରନ୍ତ ଉକ୍ତ ବ୍ୟକ୍ତିଙ୍କୁ ପ୍ରଣାମ କରନ୍ତି ଏବଂ କଟାକ୍ଷ କରିବା ପୂର୍ବକ ଏପରି କରୁଥିବାରୁ ଧନ୍ୟବାଦ ଦେଇଥା’ନ୍ତି। ତାଙ୍କର ଏପରି ପ୍ରତିବାଦ ଶୈଳୀରେ ଅନେକ ବ୍ୟକ୍ତି ସଚେତନ ହୋଇ ସାଥିରେ ଆଣିଥିବା ଆବର୍ଜନା ନେଇ ବାହୁଡ଼ି ଯାଆନ୍ତି। ଧୀରେ ଧୀରେ ଏହି କାର୍ଯ୍ୟରେ କେତେକ ସଙ୍ଗଠନ ମଧ୍ୟ ସହଯୋଗର ହାତ ବଢ଼ାଇଛି। ଇତିମଧ୍ୟରେ କୁଆଖାଇ ନଦୀରୁ ତାଙ୍କ ଉଦ୍ୟମରେ ଏପର୍ଯ୍ୟନ୍ତ ପ୍ରାୟ ୩୦ ଟ୍ରିପ୍‌ ଅଳିଆ ଆବର୍ଜନା ନିଷ୍କାସନ କରାଯାଇପାରିଛି। ଏଥିସହ ସେ ବହୁ ସମାଜସେବାରେ ନିଜକୁ ନିୟୋଜିତ ରଖିଛନ୍ତି। ଆସ୍ଥା ଫାଉଣ୍ଡେଶନ ନାମକ ଏକ ସଙ୍ଗଠନ ଗଢ଼ି ଶିଶୁ ସୁରକ୍ଷା, ପ୍ରଦୂଷଣମୁକ୍ତ ଭାରତ, ପରିବେଶ ସୁରକ୍ଷା ସହିତ ଅନ୍ୟାନ୍ୟ ସମାଜସେବା ଉପରେ କାମ କରୁଛନ୍ତି।
କୁହନ୍ତି, ପ୍ରାୟ ୧୨ ବର୍ଷ ହେବ ନିଜକୁ ସାମାଜିକ କାର୍ଯ୍ୟରେ ନିୟୋଜିତ ରଖିଛି। ଗତ କିଛିଦିନ ତଳେ ଜଳ ସଂକଟ ସମ୍ପର୍କରେ ଏକ ଖବର ପଢିଲି। ଭାରତର ୧୦ଟି ସହର ଜଳ ସଂକଟ ଦେଇ ଗତି କରୁଥିବା ଖବର ମତେ ଆନ୍ଦୋଳିତ କରିଥିଲା। ଫଳରେ ଗତ ୪ ମାସ ନଦୀ ସଫେଇ କାମ ଆରମ୍ଭ କରିଛି। କୁଆଖାଇ ସହିତ ଅନ୍ୟ ସଂଗଠନ ସହ ମିଶି କାଠଯୋଡି ନଦୀ ସଫେଇ କରୁଛି। ନଦୀ ଜଳ କିପରି ପରିଷ୍କାର ରହିବ, ସେଥିପାଇଁ ସରକାରଙ୍କୁ ଆଗାମୀ ଦିନରେ ଏକ ସ୍ମାରକପତ୍ର ପ୍ରଦାନ କରିବାର ଯୋଜନା ରଖିଛି। ନଦୀରେ ଯେପରି କୌଣସି ଆବର୍ଜନା ନ ପକାଯିବ, ସେନେଇ ସରକାର ନିର୍ଦ୍ଦେଶ ଜାରି କରିବା ସହ ପଦକ୍ଷେପ ନେବାକୁ ଅନୁରୋଧ କରିବି। ବାଲିଅନ୍ତା ଓ ଦୟାନଦୀ ଠାରେ ଏକ ଆନିକଟ ବା ବ୍ୟାରେଜ କରାଗଲେ, ସେଠାରେ ପଡୁଥିବା ଝର ଦ୍ୱାରା ଭୂତଳ ପାଣିର ଅଭାବ ରହିବ ନାହିଁ ଏବଂ ଜଳ ସଂକଟ ଦୂର ହେବ। ଏନେଇ ମଧ୍ୟ ପ୍ରସ୍ତାବ ଦେବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri