ଚୋରା ବାଲି ଚାଲାଣକାରୀଙ୍କ ଟାର୍ଗେଟରେ ନଦୀଶଯ୍ୟା

ପଟ୍ଟାମୁଣ୍ଡାଇ,୪ା୧୨ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ତହସିଲ ଅଞ୍ଚଳରେ ଚୋରା ବାଲି ଚାଲାଣକାରୀଙ୍କ ଟାର୍ଗେଟରେ ବ୍ରାହ୍ମଣୀ ନଦୀଶଯ୍ୟା। ଦୈନିକ ବେଆଇନ ଭାବେ ବ୍ରାହ୍ମଣୀ ନଦୀରୁ ଉତ୍ତୋଳନ ହେଉଛି ଶତାଧିକ ଟ୍ରିପ୍‌ ବାଲି। ଫଳରେ ସରକାର ରାଜସ୍ବ ହରାଉଥିବା ବେଳେ କ୍ଷୟ ହେଉଛି ନଦୀ ଶଯ୍ୟା। ବେଆଇନ ବାଲି ଚାଲାଣ ହେବା ଦ୍ୱାରା ସ୍ଥାନୀୟ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯାହାକୁ ନେଇ ଏବେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଲୋକେ ଆନ୍ଦୋଳନକୁ ଓହ୍ଲାଇବା ଲାଗି ପ୍ରଶାସନକୁ ଚେତାବନୀ ଦେଇଛନ୍ତି।
ସୂଚନା ଅଧିକାର କର୍ମୀ ନରେନ୍ଦ୍ର ଧଳ, ପେଣ୍ଠପାଳ ସମିତିସଭ୍ୟ ଶଶାଙ୍କ ଶେଖର ବିଶ୍ୱାଳ, ତରଡ଼ିପାଳ ସମିତି ସଭ୍ୟ ନିରଞ୍ଜନ ବାରକ, ଅଳପୁଆ ସମିତି ସଭ୍ୟ ରାମଚନ୍ଦ୍ର ସେଠୀ, ସିହଂଗଁା ସମିତି ସଭ୍ୟ ଅଭୟ ସ୍ବାଇଁ, ଅର୍ଜୁନୀ ବିଶ୍ୱାଳ ପ୍ରମୁଖ କହିଛନ୍ତି, ପଟ୍ଟାମୁଣ୍ଡାଇ ବ୍ଲକରେ ସରକାରଙ୍କ ପକ୍ଷରୁ ୪ଟି ବାଲି ସଇରାତ ନିଲାମ ଦିଆଯାଇଛି ବୋଲି ତହସିଲଦାର ସୂଚନା ଦେଇଛନ୍ତି। ମାତ୍ର ଏହି ୪ଟି ସଇରାତ ବ୍ୟତୀତ ବ୍ରାହ୍ମଣୀ ନଦୀର ବିଭିନ୍ନ ସ୍ଥାନରୁ ବେଆଇନ ଭାବେ ବାଲି ଉତ୍ତୋଳନ କରାଯାଉଛି। ପ୍ରତ୍ୟହ ଶତାଧିକ ଟ୍ରାକ୍ଟର ଯୋଗେ ଏସବୁ ବାଲି ଚାଲାଣ କରାଯାଉଥିବା ଅଭିଯୋଗ ହେଉଛି। ଏ ନେଇ ଧୋୟାଞ୍ଚଳବାସୀ ବାରମ୍ବାର ତହସିଲଦାରଙ୍କୁ ଅବଗତ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଅତୀତରେ ଲୋକଦେଖାଣିଆ ଭାବେ କେତେବେଳେ କେମିତି ଚଢ଼ାଉ କରାଯାଉଥିବା ବେଳେ ଏବେ ଚଢାଉ ହେଉ ନ ଥିବାରୁ ବାଲି ମାଫିଆମାନେ ଦିନରାତି ବାଲି ବୋହି ଚାଲିଛନ୍ତି। ଫଳରେ ସରକାରଙ୍କ ବିପୁଳ ରାଜସ୍ବହାନି ହେଉଥିବାବେଳେ ନଦୀବନ୍ଧ ପ୍ରତି ବିପଦ ସୃଷ୍ଟି ହେଉଛି। ବ୍ଲକର ଅଳପୁଆ, ନାହିଆଡିଆ, ଅମୃତମଣୋହି, ତରଡିପାଳ ସଇରାତ ନିଲାମ ଦିଆଯାଇଛି ବୋଲି ତହସିଲଦାର ସୂଚନା ଦେଇଥିବା ବେଳେ ତମାଳଶାସନ ଗ୍ରାମ ନିକଟସ୍ଥ ନଦୀ ପଠାରୁ ଓ ନୀଳକଣ୍ଠପୁର ସଇରାତରୁ ପ୍ରତ୍ୟହ ଟ୍ରାକ୍ଟର ଯୋଗେ ବାଲି ବେଆଇନ ଭାବେ ଚାଲାଣ ହେଉଛି। ବାଲି ଚୋରାଚାଲାଣକାରୀମାନେ ଦିନରାତି ଏଠାରୁ ବାଲି ଉତ୍ତୋଳନ କରୁଛନ୍ତି। ବିଭିନ୍ନ ସ୍ଥାନରେ ଠିକାଦାର କରୁଥିବା ରାସ୍ତା ଓ ଘର କାମରେ ଏସବୁ ବାଲି ବ୍ୟବହାର କରାଯାଉଛି। ବାଲି ଚାଲାଣ ସମୟରେ ରାଜସ୍ବ ବିଭାଗ ପକ୍ଷରୁ ଚଢ଼ାଉ କରାଯାଉନାହଁି। ବେଆଇନ ଭାବେ ବାଲି ଚାଲାଣ ଯୋଗୁ ନଦୀପଠା ଖୋଳି ହୋଇ ବନ୍ଧ ପ୍ରତି ବିପଦ ସୃଷ୍ଟି କରୁଛି। ଏଥିସହ ନଦୀପଠାରେ ଥିବା ଚାଷ ଜମି ଓ ସୃଷ୍ଟି ହୋଇଥିବା ଗ୍ରାମ୍ୟ ଜଙ୍ଗଲ ନଷ୍ଟ ହେଉଛି। ଏଭଳି ବାଲି ଉତ୍ତୋଳନ ଯୋଗୁ ଆଗକୁ ବନ୍ୟାପାଣି ଆସିଲେ ତାହା ସିଧାସଳଖ ନଦୀବନ୍ଧରେ ପିଟି ହେବାର ଆଶଙ୍କା ରହିଛି ବୋଲି ସେମାନେ କହିଛନ୍ତି। ସେହିପରି ଏହି ବାଲି ବିନା ଟ୍ରାନଜିଟ୍‌ ପରମିଟ୍‌ରେ ନିକଟସ୍ଥ ଯାଜପୁର ଜିଲାକୁ ଚାଲାଣ ହେଉଛି। ଏହା ଉପରେ ରାଜସ୍ବ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବା ଅଭିଯୋଗ ହେଉଛି। ତେଣୁ ଏ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ତହସିଲଦାର ପଞ୍ଚାନନ ନାୟକଙ୍କୁ ପଚାରିବାରୁ ବେଆଇନ ବାଲି ଚାଲାଣ ରୋକିବାକୁ ଆଗାମୀଦିନରେ ଚଢ଼ାଉ ଜାରି ରହିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri