ଚୋରା ବାଲି ଚାଲାଣକାରୀଙ୍କ ଟାର୍ଗେଟରେ ନଦୀଶଯ୍ୟା

ପଟ୍ଟାମୁଣ୍ଡାଇ,୪ା୧୨ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ତହସିଲ ଅଞ୍ଚଳରେ ଚୋରା ବାଲି ଚାଲାଣକାରୀଙ୍କ ଟାର୍ଗେଟରେ ବ୍ରାହ୍ମଣୀ ନଦୀଶଯ୍ୟା। ଦୈନିକ ବେଆଇନ ଭାବେ ବ୍ରାହ୍ମଣୀ ନଦୀରୁ ଉତ୍ତୋଳନ ହେଉଛି ଶତାଧିକ ଟ୍ରିପ୍‌ ବାଲି। ଫଳରେ ସରକାର ରାଜସ୍ବ ହରାଉଥିବା ବେଳେ କ୍ଷୟ ହେଉଛି ନଦୀ ଶଯ୍ୟା। ବେଆଇନ ବାଲି ଚାଲାଣ ହେବା ଦ୍ୱାରା ସ୍ଥାନୀୟ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯାହାକୁ ନେଇ ଏବେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଲୋକେ ଆନ୍ଦୋଳନକୁ ଓହ୍ଲାଇବା ଲାଗି ପ୍ରଶାସନକୁ ଚେତାବନୀ ଦେଇଛନ୍ତି।
ସୂଚନା ଅଧିକାର କର୍ମୀ ନରେନ୍ଦ୍ର ଧଳ, ପେଣ୍ଠପାଳ ସମିତିସଭ୍ୟ ଶଶାଙ୍କ ଶେଖର ବିଶ୍ୱାଳ, ତରଡ଼ିପାଳ ସମିତି ସଭ୍ୟ ନିରଞ୍ଜନ ବାରକ, ଅଳପୁଆ ସମିତି ସଭ୍ୟ ରାମଚନ୍ଦ୍ର ସେଠୀ, ସିହଂଗଁା ସମିତି ସଭ୍ୟ ଅଭୟ ସ୍ବାଇଁ, ଅର୍ଜୁନୀ ବିଶ୍ୱାଳ ପ୍ରମୁଖ କହିଛନ୍ତି, ପଟ୍ଟାମୁଣ୍ଡାଇ ବ୍ଲକରେ ସରକାରଙ୍କ ପକ୍ଷରୁ ୪ଟି ବାଲି ସଇରାତ ନିଲାମ ଦିଆଯାଇଛି ବୋଲି ତହସିଲଦାର ସୂଚନା ଦେଇଛନ୍ତି। ମାତ୍ର ଏହି ୪ଟି ସଇରାତ ବ୍ୟତୀତ ବ୍ରାହ୍ମଣୀ ନଦୀର ବିଭିନ୍ନ ସ୍ଥାନରୁ ବେଆଇନ ଭାବେ ବାଲି ଉତ୍ତୋଳନ କରାଯାଉଛି। ପ୍ରତ୍ୟହ ଶତାଧିକ ଟ୍ରାକ୍ଟର ଯୋଗେ ଏସବୁ ବାଲି ଚାଲାଣ କରାଯାଉଥିବା ଅଭିଯୋଗ ହେଉଛି। ଏ ନେଇ ଧୋୟାଞ୍ଚଳବାସୀ ବାରମ୍ବାର ତହସିଲଦାରଙ୍କୁ ଅବଗତ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଅତୀତରେ ଲୋକଦେଖାଣିଆ ଭାବେ କେତେବେଳେ କେମିତି ଚଢ଼ାଉ କରାଯାଉଥିବା ବେଳେ ଏବେ ଚଢାଉ ହେଉ ନ ଥିବାରୁ ବାଲି ମାଫିଆମାନେ ଦିନରାତି ବାଲି ବୋହି ଚାଲିଛନ୍ତି। ଫଳରେ ସରକାରଙ୍କ ବିପୁଳ ରାଜସ୍ବହାନି ହେଉଥିବାବେଳେ ନଦୀବନ୍ଧ ପ୍ରତି ବିପଦ ସୃଷ୍ଟି ହେଉଛି। ବ୍ଲକର ଅଳପୁଆ, ନାହିଆଡିଆ, ଅମୃତମଣୋହି, ତରଡିପାଳ ସଇରାତ ନିଲାମ ଦିଆଯାଇଛି ବୋଲି ତହସିଲଦାର ସୂଚନା ଦେଇଥିବା ବେଳେ ତମାଳଶାସନ ଗ୍ରାମ ନିକଟସ୍ଥ ନଦୀ ପଠାରୁ ଓ ନୀଳକଣ୍ଠପୁର ସଇରାତରୁ ପ୍ରତ୍ୟହ ଟ୍ରାକ୍ଟର ଯୋଗେ ବାଲି ବେଆଇନ ଭାବେ ଚାଲାଣ ହେଉଛି। ବାଲି ଚୋରାଚାଲାଣକାରୀମାନେ ଦିନରାତି ଏଠାରୁ ବାଲି ଉତ୍ତୋଳନ କରୁଛନ୍ତି। ବିଭିନ୍ନ ସ୍ଥାନରେ ଠିକାଦାର କରୁଥିବା ରାସ୍ତା ଓ ଘର କାମରେ ଏସବୁ ବାଲି ବ୍ୟବହାର କରାଯାଉଛି। ବାଲି ଚାଲାଣ ସମୟରେ ରାଜସ୍ବ ବିଭାଗ ପକ୍ଷରୁ ଚଢ଼ାଉ କରାଯାଉନାହଁି। ବେଆଇନ ଭାବେ ବାଲି ଚାଲାଣ ଯୋଗୁ ନଦୀପଠା ଖୋଳି ହୋଇ ବନ୍ଧ ପ୍ରତି ବିପଦ ସୃଷ୍ଟି କରୁଛି। ଏଥିସହ ନଦୀପଠାରେ ଥିବା ଚାଷ ଜମି ଓ ସୃଷ୍ଟି ହୋଇଥିବା ଗ୍ରାମ୍ୟ ଜଙ୍ଗଲ ନଷ୍ଟ ହେଉଛି। ଏଭଳି ବାଲି ଉତ୍ତୋଳନ ଯୋଗୁ ଆଗକୁ ବନ୍ୟାପାଣି ଆସିଲେ ତାହା ସିଧାସଳଖ ନଦୀବନ୍ଧରେ ପିଟି ହେବାର ଆଶଙ୍କା ରହିଛି ବୋଲି ସେମାନେ କହିଛନ୍ତି। ସେହିପରି ଏହି ବାଲି ବିନା ଟ୍ରାନଜିଟ୍‌ ପରମିଟ୍‌ରେ ନିକଟସ୍ଥ ଯାଜପୁର ଜିଲାକୁ ଚାଲାଣ ହେଉଛି। ଏହା ଉପରେ ରାଜସ୍ବ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବା ଅଭିଯୋଗ ହେଉଛି। ତେଣୁ ଏ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ତହସିଲଦାର ପଞ୍ଚାନନ ନାୟକଙ୍କୁ ପଚାରିବାରୁ ବେଆଇନ ବାଲି ଚାଲାଣ ରୋକିବାକୁ ଆଗାମୀଦିନରେ ଚଢ଼ାଉ ଜାରି ରହିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri