ପ୍ରତିଦ୍ୱନ୍ଦ୍ୱୀଙ୍କ ହୋର୍ଡିଂ ଯୁଦ୍ଧ

ବଲାଙ୍ଗୀର, ୨୨ା୨(ବୀରେନ୍ଦ୍ର କୁମାର ଝାଙ୍କର)ସାଧାରଣ ନିର୍ବାଚନ ପୂର୍ବରୁ ବଲାଙ୍ଗୀରର ବିଭିନ୍ନ ସ୍ଥାନରେ ନେତାଙ୍କ ଫଟୋ ଥିବା ହୋଡିଂ, ପୋଷ୍ଟର, ବ୍ୟାନର ଛାଇଗଲାଣି। ଏସବୁ ଲଗାଇବାରେ କଂଗ୍ରେସ ଓ ବିଜେଡି ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଚାଲିଛି। ସହରର ମୁଖ୍ୟରାସ୍ତା କଡ଼, ଜଳଗହଳିପୂର୍ଣ୍ଣ ଛକ, ଦୋକାନ ବଜାର ସହ ଛାତ ଉପର ହୋର୍ଡିଂଷ୍ଟାଣ୍ଡରେ ଉଭୟ ଦଳର ବାର୍ତ୍ତା ଥିବା ପୋଷ୍ଟର, ହୋଡିଂ ଲାଗିଗଲାଣି। ଏଇ ପୋଷ୍ଟର ଏବଂ ହୋର୍ଡିଂୱାରରେ ବଲାଙ୍ଗୀରର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାବେ ପରିଚିତ ମିଶ୍ର ପରିବାର ଓ ରାଜପରିବାର ଆଗରେ ଅଛନ୍ତି।
୧୦ବର୍ଷ ହେଲା କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ବଲାଙ୍ଗୀର ବିଧାୟକ ରହିଛନ୍ତି। ୧୯୯୦ରୁ ୨୦୧୪ ପର୍ଯ୍ୟନ୍ତ ପ୍ରାୟ ୨୫ବର୍ଷ ବିଜେଡି ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂଦେଓ ବିଧାୟକ ରହିଥିଲେ। ଏହା ସହିତ ୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ ଅନଙ୍ଗ ଉଦୟଙ୍କ ବଡ଼ପୁଅ କଲିକେଶ ବଲାଙ୍ଗୀର ଲୋକ ସଭା ସଦସ୍ୟ ଥିଲେ। ୨୦୧୪ରେ ଅନଙ୍ଗଙ୍କୁ ନରସିଂହ ପରାସ୍ତ କରିଥିଲେ। ୨୦୧୯ ନିର୍ବାଚନରେ କଲିକେଶ ଭାଜପା ପ୍ରାର୍ଥୀ ସଙ୍ଗୀତା କୁମାରୀ ସିଂଦେଓଙ୍କଠାରୁ ହାରିଗଲେ। କ୍ଷମତାରୁ ଗୋଟେ ପ୍ରକାର ଦୂରରେ ରହିଛନ୍ତି। ନରସିଂହ ୨୦୧୪ ଓ ୨୦୧୯ରେ ବିଜୟୀ ହୋଇଥିଲେ ମଧ୍ୟ ୨୦୨୪ ନିର୍ବାଚନରେ ପ୍ରାର୍ଥୀ ହେବନାହିଁ ବୋଲି ଘୋଷଣା କରିଛନ୍ତି। ତାଙ୍କ ପୁଅ ସମରେନ୍ଦ୍ର ଏଥର ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି। ମିଶ୍ର ପରିବାରର ପ୍ରଭାବ ହ୍ରାସ ପାଇଁ ସିଂଦେଓ ପରିବାର ଉଦ୍ୟମ କରୁଥିବା ଜଣାପଡୁଛି। କଂଗ୍ରେସ ପକ୍ଷରୁ ଯେଉଁଠି ପୋଷ୍ଟର କି ହୋର୍ଡିଂ ଲଗାଯାଇଛି, ତା’ ପାଖରେ ସେମାନେ ନିଜ ଫଟୋଥିବା ପୋଷ୍ଟର ଲଗାଉଛନ୍ତି।
ହୋଡିଂରେ ନରସିଂହ ଓ ତାଙ୍କ ପୁଅ ସମରେନ୍ଦ୍ର ମିଶ୍ରଙ୍କ ଫଟୋ ରହିଛି। କଂଗ୍ରେସ ଦଳର ପୋଷ୍ଟର ବା ହୋର୍ଡିଂରେ ଲୋୟର ସୁକ୍‌ତେଲ ପ୍ରକଳ୍ପ, ଭୀମ ଭୋଇ ମେଡିକାଲ କଲେଜ ଓ ୬୫୦ ଶଯ୍ୟା ବିଶିଷ୍ଟ ନୂଆ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ, କିରାବାହାଲର ଭୂତଳ ଜଳ ସଂରକ୍ଷଣ ପ୍ରକଳ୍ପ, ଭୀମପାହାଡ଼ ପର୍ଯ୍ୟଟନ ପ୍ରକଳ୍ପ, ପୃଥ୍ବୀରାଜ ହାଇସ୍କୁଲ ଇଣ୍ଡୋର ଷ୍ଟାଡିୟମ, ବସ୍‌ ଟର୍ମିନାଲ, ଏମ୍‌ସିଏଚ୍‌ କୋଠା, କୋଭିଡ ହସ୍ପିଟାଲ, ପାନୀୟ ଜଳ ପ୍ରକଳ୍ପ, ବାଇପାସ୍‌, ସେତୁ ଓ ଅନ୍ୟପ୍ରକଳ୍ପଗୁଡ଼ିକର ଫଟୋ ରହିଛି। ଏସବୁ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ନରସିଂହଙ୍କ ଅବଦାନ ସମ୍ପର୍କରେ ସୂଚନା ଦିଆଯାଇଛି। ସେଇ ହୋର୍ଡିଂରେ କରିଛୁଁ, କର୍‌ମୁଁ, ୨୫ ବର୍ଷ ବନାମ ୧୦ବର୍ଷ ଲେଖା ବି ଯାଇଛି। ଠିକ୍‌ ଏହି ହୋର୍ଡିଂର ପାଖେ ରାଜପରିବାରର ବିଜେଡି ସଦସ୍ୟଙ୍କ ଏକ ହୋର୍ଡିଂ ଲାଗିଛି। ସେଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅନଙ୍ଗ ଏବଂ ତାଙ୍କ ଦୁଇପୁଅ ପୂର୍ବତନ ଲୋକ ସଭା ସଦସ୍ୟ ତଥା ଏବକାର ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଲିକେଶ ନାରାୟଣ ଓ ୨୦୧୯ରେ ବିଜେଡି ବିଧାୟକ ପ୍ରାର୍ଥୀ ହୋଇଥିବା ଅର୍କେଶ ନାରାୟଣ ସିଂଦେଓଙ୍କ ଫଟୋ ରହିଛି। ଏହି ହୋର୍ଡିଂରେ ବଲାଙ୍ଗୀର ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ଗୋପାଲଜୀ ମନ୍ଦିର, ଲକ୍ଷ୍ମୀନାରାୟଣ ମନ୍ଦିର, ସୁନ୍ନି ସଦର ମସଜିଦ୍‌, ସିଏନ୍‌ଆଇ ଚର୍ଚ୍ଚ, ଜରାସିଂହା ପାଟଖଣ୍ଡା ମନ୍ଦିର, କୋଶଳ କଳା ମଣ୍ଡଳ ପଡ଼ିଆ ଫଟୋ ଏବଂ କେତେ ଟଙ୍କା ଅନୁଦାନ ଦିଆଯାଇଛିି। ଏଭଳି ହୋର୍ଡିଂ ଏବଂ ପୋଷ୍ଟର ଲଗାଇ ଭୋଟର ଏବଂ ଜନସାଧାରଣଙ୍କୁ ଦୁଇ ଦଳ ଆକୃଷ୍ଟ କରୁଛନ୍ତି। ଉଭୟ ପକ୍ଷଙ୍କ ପୋଷ୍ଟର ୱାର ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଉରକେଲାକୁ ୮୮୮୪ କୋଟିର ଭେଟି, ବମ୍ପର ନିଯୁକ୍ତି ସୃଷ୍ଟି ହେବ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୮।୧: ରାଉରକେଲାରେ ଏଣ୍ଟରପ୍ରାଇଜ ଓଡ଼ିଶାର ରଜତ ଜୟନ୍ତୀ ସଂସ୍କରଣ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଉରକେଲା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଆଜି ବଡ଼ ଘୋଷଣା…

ଅଜିତ ପାୱାରଙ୍କ ମୃତ୍ୟୁ ପରେ ମୁହଁ ଖୋଲିଲେ VSR Aviation ମାଲିକ, ସମସ୍ୟା….

ମୁମ୍ବାଇ,୨୮।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର VSR ଆଭିଏସନ୍ ଦ୍ୱାରା ପରିଚାଳିତ ଏକ ବମ୍ବାର୍ଡିୟର୍ ଲିୟରଜେଟ ୪୫ ବିମାନରେ ଯାତ୍ରା କରୁଥିଲେ । ବାରାମତି ବିମାନବନ୍ଦରରେ ଅବତରଣ…

ଅଜିତ ପାୱାରଙ୍କ ମୃତ୍ୟୁ ପରେ ସ୍ତ୍ରୀ ସୁନେତ୍ରା ପାୱାର ହେବେ କି NCP ର ନୂଆ ଶକ୍ତିକେନ୍ଦ୍ର?

ପୁଣେ,୨୮।୧: ଅଜିତ ପାୱାରଙ୍କ ମୃତ୍ୟୁ ପରେ ମହାରାଷ୍ଟ୍ରରେ ନୂଆ ରାଜନୈତିକ ଦୃଶ୍ୟପଟ ଦେଖିବାକୁ ମିଳିପାରେ। ବିମାନ ଦୁର୍ଘଟଣାରେ ଅଜିତଙ୍କ ଆକସ୍ମିକ ବିୟୋଗ ପରେ ଏବେ ସାରା ରାଜ୍ୟର…

ଏଭଳି ସ୍ତ୍ରୀଙ୍କୁ ବିବାହ କଲେ ଧନ୍ୟ ହୁଏ ପୁରୁଷ

ବିବାହକୁ ସମସ୍ତଙ୍କର ଚିନ୍ତାଧାରା ଅଲଗା। ହେଲେ ବହୁତ ଭଲପାଉଥିବା ଏବଂ ମନର କଥାକୁ ସହଜରେ ବୁଝିପାରୁଥିବା ଜୀବନସାଥୀଟିଏ ଚାହାନ୍ତି ସମସ୍ତେ। ଚାଣକ୍ୟ ନୀତିରେ ଏପରି କିଛି ସ୍ତ୍ରୀଙ୍କ…

ଅଜିତ ପାୱାରଙ୍କ କେବେ ଏବଂ କେଉଁଠି ଶେଷକୃତ୍ୟ ହେବ ଜାଣନ୍ତୁ

ମୁମ୍ବାଇ,୨୮ା୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ତାଙ୍କ ଅନ୍ତିମ ସଂସ୍କାର ଗୁରୁବାର ସକାଳ ୧୧ଟାରେ ବାରାମତିରେ…

ନବୀନଙ୍କୁ ଭେଟିବେ ପିସିସି ସଭାପତି ଭକ୍ତ ଦାସ, କହୁକହୁ କହିଦେଲେ ଏହି ବଡ଼ କଥା…

ଭୁବନେଶ୍ୱର,୨୮ା୧: ରାଜ୍ୟ ସଭା ନିର୍ବାଚନ ନେଇ ନବୀନଙ୍କ କୋର୍ଟକୁ ବଲ୍‌ ଫିଙ୍ଗିଛନ୍ତି ପିସିସି ସଭାପତି ଭକ୍ତ ଦାସ। ସେ କହିଛନ୍ତି, ମିଶିକି ଆଲୋଚନା କରିବା ପାଇଁ ମୁଁ…

ସାମ୍ନାକୁ ଆସିଲା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ସିସିଟିଭି ଭିଡିଓ, ଶେଷ ମୁହୂର୍ତ୍ତ…

ମୁମ୍ବାଇ,୨୮ା୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ଫୁଟେଜରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ବିମାନଟି ଖସିପଡ଼ିବା ମାତ୍ରେ ଅଗ୍ନିପିଣ୍ଡୁଳା…

୨୯ରେ ଗଞ୍ଜାମରେ କୃଷ୍ଣସାର ମୃଗ ଗଣନା, କୌଣସି ଫଟୋ କି ତଥ୍ୟ ପ୍ରଘଟ କରିବେ ନାହିଁ ଛାତ୍ରୀଛାତ୍ର

ଭଞ୍ଜନଗର,୨୮ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଗର୍ବ ଓ ଗୌରବ ହେଉଛି କୃଷ୍ଣସାର ମୃଗ। ଏହି ମୃଗ ଘୁମୁସର ଦକ୍ଷିଣ ବନଖଣ୍ଡରେ ବହୁ ବର୍ଷ ପୂର୍ବେ ଦେଖା ଦେଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri