ପ୍ରତିଦ୍ୱନ୍ଦ୍ୱୀଙ୍କ ହୋର୍ଡିଂ ଯୁଦ୍ଧ

ବଲାଙ୍ଗୀର, ୨୨ା୨(ବୀରେନ୍ଦ୍ର କୁମାର ଝାଙ୍କର)ସାଧାରଣ ନିର୍ବାଚନ ପୂର୍ବରୁ ବଲାଙ୍ଗୀରର ବିଭିନ୍ନ ସ୍ଥାନରେ ନେତାଙ୍କ ଫଟୋ ଥିବା ହୋଡିଂ, ପୋଷ୍ଟର, ବ୍ୟାନର ଛାଇଗଲାଣି। ଏସବୁ ଲଗାଇବାରେ କଂଗ୍ରେସ ଓ ବିଜେଡି ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଚାଲିଛି। ସହରର ମୁଖ୍ୟରାସ୍ତା କଡ଼, ଜଳଗହଳିପୂର୍ଣ୍ଣ ଛକ, ଦୋକାନ ବଜାର ସହ ଛାତ ଉପର ହୋର୍ଡିଂଷ୍ଟାଣ୍ଡରେ ଉଭୟ ଦଳର ବାର୍ତ୍ତା ଥିବା ପୋଷ୍ଟର, ହୋଡିଂ ଲାଗିଗଲାଣି। ଏଇ ପୋଷ୍ଟର ଏବଂ ହୋର୍ଡିଂୱାରରେ ବଲାଙ୍ଗୀରର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାବେ ପରିଚିତ ମିଶ୍ର ପରିବାର ଓ ରାଜପରିବାର ଆଗରେ ଅଛନ୍ତି।
୧୦ବର୍ଷ ହେଲା କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ବଲାଙ୍ଗୀର ବିଧାୟକ ରହିଛନ୍ତି। ୧୯୯୦ରୁ ୨୦୧୪ ପର୍ଯ୍ୟନ୍ତ ପ୍ରାୟ ୨୫ବର୍ଷ ବିଜେଡି ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂଦେଓ ବିଧାୟକ ରହିଥିଲେ। ଏହା ସହିତ ୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ ଅନଙ୍ଗ ଉଦୟଙ୍କ ବଡ଼ପୁଅ କଲିକେଶ ବଲାଙ୍ଗୀର ଲୋକ ସଭା ସଦସ୍ୟ ଥିଲେ। ୨୦୧୪ରେ ଅନଙ୍ଗଙ୍କୁ ନରସିଂହ ପରାସ୍ତ କରିଥିଲେ। ୨୦୧୯ ନିର୍ବାଚନରେ କଲିକେଶ ଭାଜପା ପ୍ରାର୍ଥୀ ସଙ୍ଗୀତା କୁମାରୀ ସିଂଦେଓଙ୍କଠାରୁ ହାରିଗଲେ। କ୍ଷମତାରୁ ଗୋଟେ ପ୍ରକାର ଦୂରରେ ରହିଛନ୍ତି। ନରସିଂହ ୨୦୧୪ ଓ ୨୦୧୯ରେ ବିଜୟୀ ହୋଇଥିଲେ ମଧ୍ୟ ୨୦୨୪ ନିର୍ବାଚନରେ ପ୍ରାର୍ଥୀ ହେବନାହିଁ ବୋଲି ଘୋଷଣା କରିଛନ୍ତି। ତାଙ୍କ ପୁଅ ସମରେନ୍ଦ୍ର ଏଥର ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି। ମିଶ୍ର ପରିବାରର ପ୍ରଭାବ ହ୍ରାସ ପାଇଁ ସିଂଦେଓ ପରିବାର ଉଦ୍ୟମ କରୁଥିବା ଜଣାପଡୁଛି। କଂଗ୍ରେସ ପକ୍ଷରୁ ଯେଉଁଠି ପୋଷ୍ଟର କି ହୋର୍ଡିଂ ଲଗାଯାଇଛି, ତା’ ପାଖରେ ସେମାନେ ନିଜ ଫଟୋଥିବା ପୋଷ୍ଟର ଲଗାଉଛନ୍ତି।
ହୋଡିଂରେ ନରସିଂହ ଓ ତାଙ୍କ ପୁଅ ସମରେନ୍ଦ୍ର ମିଶ୍ରଙ୍କ ଫଟୋ ରହିଛି। କଂଗ୍ରେସ ଦଳର ପୋଷ୍ଟର ବା ହୋର୍ଡିଂରେ ଲୋୟର ସୁକ୍‌ତେଲ ପ୍ରକଳ୍ପ, ଭୀମ ଭୋଇ ମେଡିକାଲ କଲେଜ ଓ ୬୫୦ ଶଯ୍ୟା ବିଶିଷ୍ଟ ନୂଆ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ, କିରାବାହାଲର ଭୂତଳ ଜଳ ସଂରକ୍ଷଣ ପ୍ରକଳ୍ପ, ଭୀମପାହାଡ଼ ପର୍ଯ୍ୟଟନ ପ୍ରକଳ୍ପ, ପୃଥ୍ବୀରାଜ ହାଇସ୍କୁଲ ଇଣ୍ଡୋର ଷ୍ଟାଡିୟମ, ବସ୍‌ ଟର୍ମିନାଲ, ଏମ୍‌ସିଏଚ୍‌ କୋଠା, କୋଭିଡ ହସ୍ପିଟାଲ, ପାନୀୟ ଜଳ ପ୍ରକଳ୍ପ, ବାଇପାସ୍‌, ସେତୁ ଓ ଅନ୍ୟପ୍ରକଳ୍ପଗୁଡ଼ିକର ଫଟୋ ରହିଛି। ଏସବୁ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ନରସିଂହଙ୍କ ଅବଦାନ ସମ୍ପର୍କରେ ସୂଚନା ଦିଆଯାଇଛି। ସେଇ ହୋର୍ଡିଂରେ କରିଛୁଁ, କର୍‌ମୁଁ, ୨୫ ବର୍ଷ ବନାମ ୧୦ବର୍ଷ ଲେଖା ବି ଯାଇଛି। ଠିକ୍‌ ଏହି ହୋର୍ଡିଂର ପାଖେ ରାଜପରିବାରର ବିଜେଡି ସଦସ୍ୟଙ୍କ ଏକ ହୋର୍ଡିଂ ଲାଗିଛି। ସେଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅନଙ୍ଗ ଏବଂ ତାଙ୍କ ଦୁଇପୁଅ ପୂର୍ବତନ ଲୋକ ସଭା ସଦସ୍ୟ ତଥା ଏବକାର ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଲିକେଶ ନାରାୟଣ ଓ ୨୦୧୯ରେ ବିଜେଡି ବିଧାୟକ ପ୍ରାର୍ଥୀ ହୋଇଥିବା ଅର୍କେଶ ନାରାୟଣ ସିଂଦେଓଙ୍କ ଫଟୋ ରହିଛି। ଏହି ହୋର୍ଡିଂରେ ବଲାଙ୍ଗୀର ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ଗୋପାଲଜୀ ମନ୍ଦିର, ଲକ୍ଷ୍ମୀନାରାୟଣ ମନ୍ଦିର, ସୁନ୍ନି ସଦର ମସଜିଦ୍‌, ସିଏନ୍‌ଆଇ ଚର୍ଚ୍ଚ, ଜରାସିଂହା ପାଟଖଣ୍ଡା ମନ୍ଦିର, କୋଶଳ କଳା ମଣ୍ଡଳ ପଡ଼ିଆ ଫଟୋ ଏବଂ କେତେ ଟଙ୍କା ଅନୁଦାନ ଦିଆଯାଇଛିି। ଏଭଳି ହୋର୍ଡିଂ ଏବଂ ପୋଷ୍ଟର ଲଗାଇ ଭୋଟର ଏବଂ ଜନସାଧାରଣଙ୍କୁ ଦୁଇ ଦଳ ଆକୃଷ୍ଟ କରୁଛନ୍ତି। ଉଭୟ ପକ୍ଷଙ୍କ ପୋଷ୍ଟର ୱାର ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ: ‘ହୁଇପ୍‌’କୁ ନ ମାନି …

ଭୁବନେଶ୍ୱର,୧୭।୩: ରାଜ୍ୟ ସଭା ନିର୍ବାଚନରେ ଏଥର ମଧ୍ୟ କଂଗ୍ରେସରେ ଗଡ଼ବଡ଼ ପରିଲକ୍ଷିତ ହୋଇଛି। କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, ରମେଶ ଜେନା ଏବଂ ସୋଫିଆ ଫିର୍ଦ୍ଦୋସ ପାର୍ଟିର…

ଏପ୍ରିଲରୁ ବଢ଼ିପାରେ କାର- ଟିଭି ଏବଂ ଏସିର ଦାମ୍! ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୭।୩: ଏପ୍ରିଲ୍ ମାସଠାରୁ ଅନେକ ଅତ୍ୟାବଶ୍ୟକୀୟ ଜିନିଷର ମୂଲ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହି ତାଲିକାରେ କାର, ଦୁଇ ଚକିଆ ଯାନ, ଟେଲିଭିଜନ, ରେଫ୍ରିଜରେଟର…

୫ ପ୍ରତିଶତ ବଢିଲା DA: ମାଲାମାଲ ସରକାରୀ କର୍ମଚାରୀ

ଅଗରତାଲା,୧୭।୩: କେନ୍ଦ୍ର ସରକାରଙ୍କ ପକ୍ଷରୁ ସାରା ଦେଶରେ ଅଷ୍ଟମ ବେତନ କମିଶନ ଲାଗୁ କରିବା ପାଇଁ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ଏବେ ଜୋରଦାର ଚାଲିଛି। ଏହି ମଧ୍ୟରେ…

ସିରିଜ୍‌ ଦୁର୍ଘଟଣା: ୪ ଘଣ୍ଟାରୁ ଅଧିକ ସମୟ ଧରି ଭିତରେ ଚାପି ହୋଇ ରହିଲେ ଡ୍ରାଇଭର, ଘଟଣାସ୍ଥଳରେ…

ଭଦ୍ରକ, ୧୭।୩(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ଥାନା ୧୬ ନମ୍ବର ଜାତୀୟ ରାଜପଥ ଅସୁରା ଛକରେ ସୋମବାର ବିଳମ୍ବିତ ରାତିରେ ସିରିଜ୍‌ ଦୁର୍ଘଟଣା ଘଟିଛି । ଟ୍ରକ୍‌କୁ…

ମହାପ୍ରଭୁଙ୍କ ଦର୍ଶନ ପରେ ସବୁ ଖୋଲି କହିଦେଲେ ଦିଲୀପ ରାୟ: କହିଲେ, ବିଜେଡି ବିଧାୟକଙ୍କ ସହ ମୋର…

ପୁରୀ,୧୭।୩: ୧୨ ବର୍ଷ ବ୍ୟବଧାନରେ ଓଡ଼ିଶାରେ ହୋଇଛି ରାଜ୍ୟ ସଭା ନିର୍ବାଚନ । ୪ଆସନ ଲାଗି ସୋମବାର ଅନୁଷ୍ଠିତ ନିର୍ବାଚନରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ,…

ଯୁଦ୍ଧ ମଧ୍ୟରେ ଭାରତକୁ ବଡ଼ ପ୍ରତିଶ୍ରୁତି ଦେଲା ଇରାନ, କହିଲା ‘ତୁମେ ଆମ ପାଇ ଗୁରୁତ୍ୱପୂର୍ଣ୍ଣ, ସେଥିପାଇଁ…’

ତେହରାନ୍‌/ନୂଆଦିଲ୍ଲୀ,୧୭।୩: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଭାରତୀୟ ଜାହାଜ ପାର ହେବା ସମ୍ପର୍କରେ ସୂଚନା ଜାରି କରିଛି। ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘାଇ କହିଛନ୍ତି…

ଦୁଃଖ ବଖାଣିଲେ ରଶିଦ ଖାନ: ପାକିସ୍ତାନ ଉପରେ ବର୍ଷିଲେ, ଜାଣିଶୁଣି…

କାବୁଲ,୧୭।୩: ପାକିସ୍ତାନ ପୁଣି ଥରେ ଆଫଗାନିସ୍ତାନ ଉପରେ ବିମାନ ଆକ୍ରମଣ କରିଛି। ଏହି ବିମାନ ଆକ୍ରମଣ ମାଧ୍ୟମରେ ପାକିସ୍ତାନ ଆଫଗାନିସ୍ତାନର କାବୁଲରେ ଧ୍ୱଂସଲୀଳା ସୃଷ୍ଟି କରିଛି। ଏହି…

ମିଶାଇଲ ଆକ୍ରମଣ ପରେ କେମିତି ବଞ୍ଚିଗଲେ ଇରାନର ନୂଆ ସୁପ୍ରିମ ଲିଡର, ଲିକ ଅଡିଓ ଖୋଲିଲା ଗୁମର!

ତେହରାନ୍‌,୧୭।୩: ଇରାନର ନୂଆ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ଫେବୃଆରୀ ୨୮ରେ ହୋଇଥିବା ଏକ ଆମେରିକୀୟ-ଇସ୍ରାଏଲୀୟ ଆକ୍ରମଣରୁ ଅଳ୍ପକେ ବଞ୍ଚି ଯାଇଥିଲେ। ଏକ ଲିକ ହୋଇଥିବା ଅଡିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri