Posted inଖେଳ

ଆଉ ୨ ଟେଷ୍ଟର ସମ୍ମୁଖୀନ ହେବେ ଋତୁରାଜ: ସିଏସ୍‌କେ ବାୟୋ-ବବଲକୁ ଫେରିଲେ ୧୧ ସଦସ୍ୟ

ଦୁବାଇ,୧୪।୯(ପି.ଟି.): ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଯୁବ ବ୍ୟାଟ୍ସମ୍ୟାନ ଋତୁରାଜ ଗାଏକ୍ୱାଡ୍‌ ଆଉ ୨ଟି କୋଭିଡ୍‌ ଟେଷ୍ଟର ସମ୍ମୁଖୀନ ହେବେ। ଗତମାସ ସେ କୋଭିଡ୍‌-୧୯ ପଜିଟିଭ ବୋଲି ଟେଷ୍ଟରୁ ଜଣାପଡିଥିଲା। ତେଣୁ ରବିବାର ସେ ଆଉ ଦୁଇଟି ଟେଷ୍ଟର ସମ୍ମୁଖୀନ ହେବେ। ଏଥି ସହିତ ସେ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଆରମ୍ଭ ହେବାକୁ ଯାଉଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପ୍ରଥମ କେତୋଟି ମ୍ୟାଚ୍‌ ନ ଖେଳିବା ନିଶ୍ଚିତ ହୋଇଛି। ସିଏସ୍‌କେ ଦଳର ୧୩ଜଣ କୋଭିଡ୍‌ ପଜିଟିଭ ବୋଲି ଜଣାପଡିଥିଲା। ଏମାନଙ୍କ ମଧ୍ୟରେ ୨ ଖେଳାଳି ଋତୁରାଜ ଓ ଦୀପକ ଚହର ସାମିଲ ଥିଲେ।
ନିୟମ ଅନୁସାରେ ଋତୁରାଜ ରବିବାର ଓ ସୋମବାର ଆଉ ୨ଟି ପରୀକ୍ଷାର ସମ୍ମୁଖୀନ ହେବେ। ଯଦି ତାଙ୍କର ରିପୋର୍ଟ ନେଗେଟିଭ ବାହାରିବ ତେବେ ସେ ଟିମ୍‌ ହୋଟେଲ ବବଲକୁ ଫେରିବେ। ନେଗେଟିଭ୍‌ ରିପୋର୍ଟ ବାହାରିଥିବା ଅନ୍ୟ ୧୧ଜଣ ଷ୍ଟାଫ୍‌ମାନେ ଦଳରେ ସାମିଲ ହୋଇଛନ୍ତି ଓ ଟ୍ରେନିଂରେ ଯୋଗ ଦେଇଛନ୍ତି ବୋଲି ସିଏସ୍‌କେ ମୁଖ୍ୟ କାର୍ଯ୍ୟନିର୍ବାହୀ କେ.ଏସ୍‌. ବିଶ୍ୱନାଥନ କହିଛନ୍ତି।
ଚହରଙ୍କ ପରେ ଭାରତ ଏ’ ଦଳର ନିୟମିତ ସଦସ୍ୟ ରହିଆସୁଥିବା ଋତୁରାଜ କିଛିଦିନ ତଳେ ଟେଷ୍ଟରେ ପଜିଟିଭ ବୋଲି ଜଣାପଡିଥିଲେ। ତାଙ୍କୁ ରାଇନାଙ୍କ ବଦଳ ଖେଳାଳି ବୋଲି ବିବେଚନା କରାଯାଉଛି। ରାଇନା ବ୍ୟକ୍ତିଗତ କାରଣରୁ ଏଥର ଆଇପିଏଲ୍‌ରୁ ଓହରିଯାଇଥିଲେ। ଟେଷ୍ଟ ରିପୋର୍ଟରେ ପଜିଟିଭ ବାହାରିଲେ ଋତୁରାଜ ଗୋଟିଏ ସପ୍ତାହ ପରେ ଚୟନ ପାଇଁ ଉପଲବ୍ଧ ହେବେ। ଅର୍ଥାତ୍‌ ସେ ଆଇପିଏଲ୍‌ର ପ୍ରଥମ କେତୋଟି ମ୍ୟାଚ୍‌ ଖେଳିପାରିବେ ନାହିଁ। ସେପ୍ଟେମ୍ବର ୧୯ ତାରିଖରେ ଆଇପିଏଲର ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ-ପାକିସ୍ତାନ ମଧ୍ୟରେ ହେବ T20 World Cup 2026 ଫାଇନାଲ? ଜାଣନ୍ତୁ ସମ୍ପୂର୍ଣ୍ଣ ଗଣିତ

ନୂଆଦିଲ୍ଲୀ,୨୮।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ମ୍ୟାଚ ନେଇ ପ୍ରଶଂସକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି। ଏହି ଦୁଇ ଦଳ ୨୦୨୬ ଟି୨୦ ବିଶ୍ୱକପର ଗ୍ରୁପ…

ଟି-୨୦ ବିଶ୍ୱକପ୍‌ରୁ ବିଦା ହୋଇଯିବ ପାକିସ୍ତାନ! କେବଳ ବିଜୟ ନୁହେଁ…

ନୂଆଦିଲ୍ଲୀ,୨୮।୨: ୨୦୨୬ ଟି୨୦ ବିଶ୍ୱକପ ସେମିଫାଇନାଲ ପାଇଁ ପ୍ରତିଯୋଗିତା ବହୁତ ରୋମାଞ୍ଚକର ହୋଇଗଲାଣି। ନ୍ୟୁଜିଲାଣ୍ଡ ବିପକ୍ଷରେ ବିଜୟ ସହିତ ଇଂଲଣ୍ଡ ଗ୍ରୁପ ୨ରେ ଶୀର୍ଷ ସ୍ଥାନ ପକ୍କା…

କୋହଲିଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ରଶ୍ମିକା ମନ୍ଦାନା, ଫ୍ୟାନ ଫଲୋଇଙ୍ଗରେ ପଛରେ ପକାଇଲେ…

ମୁମ୍ୱାଇ: ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ବିବାହ କରିଛନ୍ତି। ଫେବୃଆରୀ ୨୬ ତାରିଖରେ ଏହି ଦମ୍ପତି ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ, ଏବଂ ପ୍ରଥମ ବିବାହ…

ଭାରତ ଯଦି ସେମିଫାଇନାଲ୍‌ରେ ପହଞ୍ଚେ, ଏହି ଟିମ୍‌ ସହ ହେବ ମୁକାବିଲା

ନୂଆଦିଲ୍ଲୀ,୨୮।୨: ୨୦୨୬ ଟି୨୦ ବିଶ୍ୱକପ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦକ୍ଷିଣ ଆଫ୍ରିକା ସୁପର ୮ ପର୍ଯ୍ୟାୟର ଗ୍ରୁପ ୧ରୁ ସେମିଫାଇନାଲରେ ସ୍ଥାନ ସୁରକ୍ଷିତ କରିସାରିଛି। ଦକ୍ଷିଣ…

ଟିମ୍‌ ଇଣ୍ଡିଆକୁ ଫେରିବେ ରିଙ୍କୁ ସିଂ, ପିତାଙ୍କୁ ହରାଇଥିବା ସତ୍ତ୍ୱେ ଦେଶ ପାଇଁ ନେଲେ ବଡ଼ ନିଷ୍ପତ୍ତି 

ନୂଆଦିଲ୍ଲୀ,୨୭।୨: ଭାରତୀୟ କ୍ରିକେଟର ଯୁବ ତାରକା ରିଙ୍କୁ ସିଂ ବର୍ତ୍ତମାନ ନିଜ ଜୀବନର ସବୁଠାରୁ କଷ୍ଟକର ସମୟ ଦେଇ ଗତି କରୁଛନ୍ତି। ଟି-୨୦ ବିଶ୍ୱକପ ୨୦୨୬ ଅଭିଯାନ…

IPL ୨୦୨୬: ୩୦ ଦିନ ପୂର୍ବରୁ ବଦଳିଲା କାର୍ଯ୍ୟସୂଚୀ, ଏବେ ଏହି ତାରିଖରୁ ଆରମ୍ଭ ହେବ ୧୯ତମ ସିଜନ୍‌

ନୂଆଦିଲ୍ଲୀ,୨୭।୨: ଆଇସିସି ଟି-୨୦ ବିଶ୍ୱକପ୍‌ ୨୦୨୬ର ଉତ୍ସାହ ମଧ୍ୟରେ କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବିଶ୍ୱକପ୍‌ ଶେଷ ହେବାର ମାତ୍ର କିଛି…

ମହିଳା ଆଥଲେଟ୍‌ଙ୍କ ହେବ ଏସ୍‌ଆରଓ୍ବାଇ ଜେନେ ଟେଷ୍ଟ, ଜାଣନ୍ତୁ…

ନୂଆଦିଲ୍ଲୀ,୨୭ା୨: ଜାତୀୟସ୍ତର ମହିଳା ପ୍ରତିଯୋଗିତାଗୁଡ଼ିକରେ ଯେପରି କେବଳ ବାୟୋଲଜିକାଲ ମହିଳାମାନେ ଅଂଶଗ୍ରହଣ କରିପାରିବେ ତାହାକୁ ନଜରରେ ରଖି ଆଥଲେଟିକ୍‌ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ପକ୍ଷରୁ ଚଳିତବର୍ଷ…

ସ୍ବଦେଶ ଫେରିଗଲେ ନ୍ୟୁଜିଲାଣ୍ଡର ଏହି ପେସ୍‌ ବୋଲର, ଜାଣନ୍ତୁ…

କଲମ୍ବୋ,୨୭ା୨: ନ୍ୟୁଜିଲାଣ୍ଡ ପେସ୍‌ ବୋଲର ମ୍ୟାଟ୍‌ ହେନ୍‌ରୀଙ୍କୁ ପୈତୃକ ଛୁଟି ମିଳିଛି। ତାଙ୍କ ସ୍ତ୍ରୀ ଦ୍ୱିତୀୟ ସନ୍ତାନର ଜଜନୀ ହେବାକୁ ଯାଉଥିବାରୁ ଇଂଲଣ୍ଡ ବିପକ୍ଷ ଟି୨୦ ବିଶ୍ୱକପ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri