ଆଫଗାନିସ୍ତାନରେ ଯୌନ ଦାସତ୍ୱ ଆଶଙ୍କା ବଢ଼ିଲା…

କାବୁଲ,୧୭।୮: ଆଫଗାନିସ୍ତାନରେ ତାଲିବାନର ପ୍ରତ୍ୟାବର୍ତ୍ତନ ଦ୍ୱାରା ମହିଳାମାନେ ଅଧିକ ଭୟଭୀତ ହୋଇପଡ଼ିଛନ୍ତି। ଜୁଲାଇ ଆରମ୍ଭରେ, ସେ ତାଲିବାନ ସଦସ୍ୟଙ୍କ ସହିତ ଦେଶର ୧୫ ବର୍ଷ ବାଳିକାଙ୍କଠାରୁ ଆରମ୍ଭ କରି ଯୁବତୀ ଏବଂ ସ୍ବାମୀଙ୍କୁ ହରାଇ ଥିବା ୪୫ ବର୍ଷରୁ କମ ବୟସ୍କା ମହିଳାଙ୍କର ବିବାହ କରାଇବା ଲାଗି  ବାଦଖଶନ ଏବଂ ତାଖର ଅଞ୍ଚଳର ସ୍ଥାନୀୟ ଧାର୍ମିକ ନେତାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏନେଇ ଏକ ତାଲିକାପ୍ରସ୍ତୁତ କରିବାକୁ କୁହାଯାଇଥିଲା।
ବିବାହ ପରେ ସମ୍ପୃକ୍ତ ମହିଳାମାନଙ୍କୁ ପାକିସ୍ତାନର ୱାଜିରିସ୍ତାନକୁ ନିଆଯାଇ ପୁନର୍ବାର ଇସଲାମିକ ଶିକ୍ଷା ପ୍ରଦାନ କରାଯିବାର ଯୋଜନା ମଧ୍ୟ କରାଯାଇଛି। ମାନବିକ ଅଧିକାରକର୍ମୀଙ୍କ ଅନୁସାରେ ଆଫଗାନିସ୍ତାନରେ ମହିଳାମାନଙ୍କୁ ଯୌନ ଦାସତ୍ୱକୁ ଠେଲିବାର ଷଡ଼ଯନ୍ତ୍ର କରାଯାଉଛି।
ଟରୋଣ୍ଟୋର ମ୍ୟାକଗିଲ ୟୁନିଭରସିଟିର ଆଇନ ତଥା ମାନବିକ ଅଧିକାରର ଆସୋସିଏଟ ପ୍ରଫେସର ବୃନ୍ଦା ନାରାୟଣଙ୍କ ଅନୁସାରେ ତାଲିବାନ ଆଦେଶ କାବୁଲରେ ପହଞ୍ଚିବା ପୂର୍ବରୁ ଦେଶର ମହିଳା ଏବଂ ସେମାନଙ୍କ ପରିବାର ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଫଳରେ ଗତ ୩ ମାସ ମଧ୍ୟରେ ପ୍ରାୟ ୯ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି। ୧୯୯୬ରେ ମଧ୍ୟ ଦେଶର ମହିଳାଙ୍କ ଅଧିକାର ଉପରେ ତାଲିବାନ ପକ୍ଷରୁ ବିଭିନ୍ନ ପ୍ରକାରର ଅତ୍ୟାଚାର କରାଯାଇଥିଲା। ସେମାନଙ୍କୁ ଶିକ୍ଷାଠାରୁ ଦୂରରେ ରଖାଯାଇଥିଲା, ବୁର୍ଖା ପିନ୍ଧିବାକୁ ବାଧ୍ୟ କରାଯାଇଥିଲା ଏବଂ ପୁରୁଷ ଅଭିଭାବକ ବିନା ଘରୁ ବାହାରକୁ ଯିବାକୁ ବାରଣ କରାଯାଇଥିଲା। ।
ତାଲିବାନ ମହିଳାମାନଙ୍କୁ ପୁନର୍ବାର ଯୌନ ଦାସତ୍ୱକୁ ଠେଲିବା ଉଚିତ ନୁହେଁ ବୋଲି ପାକିସ୍ତାନର ଯୁବ ସାମାଜିକ କାର୍ଯ୍ୟକର୍ତ୍ତା ତଥା ନୋବେଲ ବିଜେତା ମଲାଲା ୟୁସୁଫଜାଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ତାଲିବାନ ଆତଙ୍କବାଦର ଶିକାର ହୋଇଥିବା ମଲାଲା କହିଛନ୍ତି ଯେ ତାଲିବାନ ଆଫଗାନିସ୍ତାନକୁ ଫେରିବା ପରେ ମହିଳାଙ୍କ ମଧ୍ୟରେ ପୁଣି ଆତଙ୍କ ଦେଖାଦେଇଛି।
୨୪ ବର୍ଷ ବୟସ୍କାର ମଲାଲା ଟୁଇଟ୍‌ କରି ଆଫଗାନିସ୍ତାନ ସାଧାରଣ ନାଗରିକ ଏବଂ ଶରଣାର୍ଥୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏନେଇ ବିଶ୍ୱ ସମୁଦାୟ ଦୃଷ୍ଟି ଦେବା ଆବଶ୍ୟକ। ଗତ ୨୦ ବର୍ଷ ମଧ୍ୟରେ ଆଫଗାନିସ୍ତାନ ମହିଳାମାନେ ଶିକ୍ଷା, ରୋଜଗାର ଏବଂ ରାଜନୈତିକ କ୍ଷେତ୍ରରେ ବିକାଶ କରିଥିଲେ। ତେବେ ଏବେ ପୁଣି ସେମାନଙ୍କ ଜୀବନଧାରଣ ମାନ ଉପରେ ବିପଦରେ ଆଶଙ୍କା ଦେଖାଦେଇଛି ବୋଲି ମଲାଲା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri