୨୦୨୩ରେ ମାନ୍ଦାବସ୍ଥା ଆଶଙ୍କା

ଓ୍ବାଶିଂଟନ,୨୭ା୧୨:ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ପକ୍ଷରୁ ସୁଧହାର ବୃଦ୍ଧି କରାଯାଉଛି। ଏହି ଉଚ୍ଚ ସୁଧହାର ଯୋଗୁ ୨୦୨୩ରେ ବିଶ୍ୱ ଅର୍ଥନୀତି ମାନ୍ଦାବସ୍ଥା ଆଡ଼କୁ ମୁହଁାଇବ ବୋଲି ସେଣ୍ଟର ଫର୍‌ ଇକୋନୋମିକ୍ସ ଆଣ୍ଡ ବିଜ୍‌ନେସ ରିସର୍ଚ୍ଚ (ସିଇବିଆର୍‌) ପକ୍ଷରୁ ସୋମବାର ସତର୍କ କରାଯାଇଛି।
୨୦୨୨ରେ ବୈଶ୍ୱିକ ଅର୍ଥନୀତି ପ୍ରଥମ ଥର ପାଇଁ ୧୦୦ ଟ୍ରିଲିୟନ୍‌ ଡଲାର ଅତିକ୍ରମ କରିଛି। କିନ୍ତୁ ନୀତି ନିର୍ଦ୍ଧାରକମାନେ ଦରଦାମ୍‌ ବୃଦ୍ଧି ବିରୋଧରେ ଲଢ଼େଇ ଜାରି ରଖିଥିବାରୁ ନୂଆବର୍ଷରେ ଅଭିବୃଦ୍ଧି ବାଧାପ୍ରାପ୍ତ ହେବା ନେଇ ବ୍ରିଟିଶ୍‌ କନ୍‌ସଲ୍ଟାନ୍ସି ଏହାର ବାର୍ଷିକ ଓ୍ବାଲର୍‌ଡ ଇକୋନୋମିକ୍‌ ଲିଗ୍‌ ଟେବୁଲରେ ପ୍ରକାଶ କରିଛି। ସିଇବିଆର୍‌ ନିର୍ଦ୍ଦେଶକ କେୟ ଡାନିଏଲ୍‌ ନେଉଫେଲ୍ଡ କହିଛନ୍ତି, ଉଚ୍ଚ ମୁଦ୍ରାସ୍ଫୀତିର ମୁକାବିଲା ପାଇଁ ବଢ଼ାଯାଉଥିବା ସୁଧହାର ହେତୁ ଆସନ୍ତା ବର୍ଷ ବିଶ୍ୱ ଅର୍ଥନୀତି ମାନ୍ଦାବସ୍ଥାକୁ ସାମ୍ନା କରିପାରେ। ସେ ଆହୁରି କହିଛନ୍ତି, ମୁଦ୍ରାସ୍ଫୀତି ବିରୋଧରେ ଚାଲିଥିବା ଯୁଦ୍ଧ ଶେଷ ହୋଇନାହିଁ। ୨୦୨୩ରେ ମଧ୍ୟ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ସକାଶେ କଡ଼ା ପଦକ୍ଷେପ ନେଇପାରନ୍ତି। ଏପରି ହେଲେ ଆଗାମୀ କିଛି ବର୍ଷ ଧରି ଅଭିବୃଦ୍ଧି ଉପରେ ନକାରାମତ୍କ ପ୍ରଭାବ ପଡ଼ିପାରେ।
ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌)ର ସଦ୍ୟତମ ଆକଳନ ତୁଳନାରେ ଏବେ ଆହୁରି ନକାରାମତ୍କ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ୨୦୨୩ରେ ଏକ-ତୃତୀୟାଂଶ ବିଶ୍ୱ ଅର୍ଥନୀତି ସଙ୍କୁଚିତ ହେବ ଏବଂ ବୈଶ୍ୱିକ ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ୨%ରୁ କମ୍‌ ଅଭିବୃଦ୍ଧି ଘଟିବା ନେଇ ୨୫ ପ୍ରତିଶତ ଆଶଙ୍କା ଥିବା ଗତ ଅକ୍ଟୋବରରେ ଆଇଏମ୍‌ଏଫ୍‌ ସତର୍କ କରାଇଥିଲା। ତେବେ ବିକାଶଶୀଳ ଅର୍ଥନୀତିଗୁଡ଼ିକ ଧନୀ ରାଷ୍ଟ୍ରଗୁଡ଼ିକ ସହ ତାଳ ଦେଇ ଆଗକୁ ବଢ଼ୁଥିବାରୁ ୨୦୩୭ ସୁଦ୍ଧା ବିଶ୍ୱର ଜିଡିପି ଦ୍ୱିଗୁଣିତ ହେବ। ଏହି ଅବଧି ମଧ୍ୟରେ ପୂର୍ବ ଏସିଆ ଓ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ କ୍ଷମତା ସନ୍ତୁଳନରେ ପରିବର୍ତ୍ତନ ହେତୁ ବୈଶ୍ୱିକ ଉତ୍ପାଦନର ପରିମାଣରେ ଏକ-ତୃତୀୟାଂଶ ଅଭିବୃଦ୍ଧି ଘଟିବ। ଅନ୍ୟପକ୍ଷେ ୟୁରୋପର ଉତ୍ପାଦନ କ୍ଷମତା ଏକ-ପଞ୍ଚମାଂଶକୁ ସଙ୍କୁଚିତ ହୋଇଯିବ।
ଆଇଏମ୍‌ଏଫ୍‌ର ଓ୍ବାଲର୍‌ଡ ଇକୋନୋମିକ୍‌ ଆଉଟ୍‌ଲୁକ୍‌ଠାରୁ ତଥ୍ୟ ସଂଗ୍ରହ କରି ସିଇବିଆର୍‌ ଏହାକୁ ଅଭିବୃଦ୍ଧି, ମୁଦ୍ରାସ୍ଫୀତି ଓ ବିନିମୟ ହାର (ଏକ୍ସଚେଞ୍ଜ ରେଟ୍ସ) ଆକଳନ ସକାଶେ ଏକ ଆଭ୍ୟନ୍ତରୀଣ ମଡେଲ ରୂପେ ବ୍ୟବହାର କରିଛି। ଚାଇନା ୨୦୩୬ ବେଳକୁ ଆମେରିକାକୁ ପଛରେ ପକାଇ ବିଶ୍ୱର ସର୍ବବୃହତ୍‌ ଅର୍ଥନୀତି ରୂପେ ଉଭା ହେବ। ପୂର୍ବରୁ ୨୦୩୦ ସୁଦ୍ଧା ଆମେରିକାକୁ ଚାଇନା ଅତିକ୍ରମ କରିବା ନେଇ ଭବିଷ୍ୟବାଣୀ କରାଯାଇଥିଲା। ସିଇବିଆର୍‌ର ପୂର୍ବ ଆକଳନ ଅନୁସାରେ ୨୦୨୮ରେ ଏପରି ହେବା ନେଇ ଆକଳନ କରାଯାଇଥିବାବେଳେ ଗତବର୍ଷର ଲିଗ୍‌ ଟେବୁଲରେ ଏହାକୁ ୨୦୩୦ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା। ଯଦି ବେଜିଂ ତାଇଓ୍ବାନକୁ ଦଖଲ ପାଇଁ ଉଦ୍ୟମ କରେ ଏବଂ ଏହାର ଜବାବରେ ବାଣିଜି୍ୟକ କଟକଣାକୁ ସାମ୍ନା କରେ ତେବେ ଆମେରିକାକୁ ଅତିକ୍ରମ କରିବା ଆହୁରି ବିଳମ୍ବିତ ହୋଇପାରେ ବୋଲି ସିଇବିଆର୍‌ ମନେକରୁଛି। ଚାଇନା ଓ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଆର୍ଥିକ ପ୍ରତିଯୋଗିତାର ପରିଣାମ ରୁଷିଆର ୟୁକ୍ରେନ୍‌ ଆକ୍ରମଣ ପରେ ଦେଖିବାକୁ ମିଳିଥିବା ଦୁଃସ୍ଥିତିଠାରୁ ଆହୁରି ଭୟଙ୍କର ହେବ। ଫଳରେ ଦରଦାମ୍‌ ଆହୁରି ଆକାଶଛୁଅଁା ହେବ ଏବଂ ବିଶ୍ୱରେ ମାନ୍ଦାବସ୍ଥା ସୃଷ୍ଟି ହେବା ଏକପ୍ରକାର ନିଶ୍ଚିତ ବୋଲି ସିଇବିଆର୍‌ ପକ୍ଷରୁ କୁହାଯାଇଛି। ଭାରତ ୨୦୩୨ ସୁଦ୍ଧା ତୃତୀୟ ଅର୍ଥ ବ୍ୟବସ୍ଥା ପାଲଟିବ ଏବଂ ୨୦୩୫ ବେଳକୁ ଏହାର ଅର୍ଥନୀତି ୧୦ ଟ୍ରିଲିୟନ୍‌ ଡଲାରରେ ପହଞ୍ଚତ୍ବ। ବ୍ରିଟେନ୍‌ ବିଶ୍ୱର ଷଷ୍ଠ ବୃହତ୍‌ ଅର୍ଥନୀତି ପାଲଟିବାକୁ ଥିବାବେଳେ ପରବର୍ତ୍ତୀ ୧୫ ବର୍ଷ ପର୍ଯ୍ୟନ୍ତ ଫ୍ରାନ୍ସ ସପ୍ତମ ସ୍ଥାନରେ ରହିବ। ନବୀକରଣୀୟ ଶକ୍ତିକୁ ଅଧିକ ଗୁରୁତ୍ୱ ଦିଆଗଲେ ବିକାଶଶୀଳ ଅର୍ଥନୀତିଗୁଡ଼ିକ ନିଜ ପ୍ରାକୃତିକ ସମ୍ବଳରୁ ବଳ ପାଇବେ ବୋଲି ଏଥିରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri