କପ୍‌୨୬ ଲକ୍ଷ୍ୟ ହାସଲ ନେଇ ଆଶଙ୍କା

ଗ୍ଲାସ୍‌ଗୋ,୧୩।୧୧: ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ବ୍ରିଟେନର ଗ୍ଲାସ୍‌ଗୋ ସହରରେ ଗତ ୨ ସପ୍ତାହ ଧରି ଚାଲିଥିବା ଅନ୍ତର୍ଜାତୀୟ ସମ୍ମିଳନୀ କପ୍‌୨୬ ଶୁକ୍ରବାର ବିଳମ୍ବିତ ରାତିରେ ଶେଷ ହୋଇଛି। ଏଥିରେ ବିଶ୍ୱର ତମାମ ରାଜନେତା ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ହ୍ରାସ କରିବା ପାଇଁ ଜରୁରୀ ଉପାୟ ଅନ୍ବେଷଣରେ ନିଜ ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇଛନ୍ତି। ଏହାସତ୍ତ୍ୱେ ବିଶ୍ୱତାପନକୁ ୧.୫ ଡିଗ୍ରୀ ସେଲ୍‌ସିୟସ୍‌ରେ ସୀମିତ ରଖିବା ସମ୍ଭବ ହେବ ନାହିଁ ବୋଲି ଆଶଙ୍କା କରାଯାଉଛି।
କପ୍‌୨୬ରେ ପ୍ରସ୍ତୁତ କରାଯାଇଥିବା ଚିଠାରେ ବିଭିନ୍ନ ଦେଶର ସରକାରମାନଙ୍କୁ ପୂର୍ବ ତୁଳନାରେ ଦ୍ରୁତଗତିରେ ସବୁଜଗୃହ ବାଷ୍ପ ଉତ୍ସର୍ଜନକୁ ହ୍ରାସ କରିବା ପାଇଁ ପରାମର୍ଶ ଦିଆଯାଇଛି। ତେବେ ଜୀବାଶ୍ମ ଇନ୍ଧନ ଓ କୋଇଲା ବ୍ୟବହାର ହ୍ରାସ କରିବା ପାଇଁ ଉଦ୍ଦିଷ୍ଟ ସଂକଳ୍ପନାମା ଉକ୍ତ ଚିଠା ଯୋଗୁ ଦୁର୍ବଳ ହୋଇଯାଇଥିବା ସନ୍ଦେହ କରାଯାଉଛି। ଆର୍ଥିକ ଦୁର୍ବଳ ଦେଶଗୁଡ଼ିକୁ ଜଳବାୟୁ ପରିବର୍ତ୍ତନର ଆହ୍ବାନକୁ ସାମ୍ନା କରିବାରେ ଆର୍ଥିକ ସହଯୋଗ ଦେବା ଲାଗି ଧନୀ ରାଷ୍ଟ୍ରଗୁଡ଼ିକୁ ଉକ୍ତ ଡିଲ୍‌ରେ କୁହାଯାଇଛି। ବୈଜ୍ଞାନିକଙ୍କ ମତରେ ପୃଥିବୀର ହାରାହାରି ତାପମାତ୍ରାରେ ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ବୃଦ୍ଧିକୁ ରୋକାଯାଇ ପାରିଲେ ଜଳବାୟୁ ପରିବର୍ତ୍ତନର ସବୁଠୁ ଭୟଙ୍କର ପ୍ରଭାବରୁ ରକ୍ଷା ମିଳିପାରିବ। ଏହି ବିଷୟ ପ୍ୟାରିସ୍‌ ଚୁକ୍ତିର ମଧ୍ୟ ମୁଖ୍ୟ ବିନ୍ଦୁ, ଯାହା ଉପରେ ଅଧିକାଂଶ ଦେଶ ସହମତି ପ୍ରକାଶ କରିଥିଲେ। ଏହି ଲକ୍ଷ୍ୟ ହାସଲ ପାଇଁ ୨୦୩୦ ସୁଦ୍ଧା ପୃଥିବୀର ବୈଶ୍ୱିକ ଉତ୍ସର୍ଜନକୁ ୪୫% ହ୍ରାସ ସହ ୨୦୫୦ ସୁଦ୍ଧା ଉତ୍ସର୍ଜନକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଜରୁରୀ।

ଜାତିସଂଘ-ସୌର ମେଣ୍ଟ ଏମ୍‌ଓୟୁ

ଭାରତ ନେତୃତ୍ୱାଧୀନ ଅନ୍ତର୍ଜାତୀୟ ସୌର ମେଣ୍ଟ (ଆଇଏସ୍‌ଏ) ଏବଂ ଜାତିସଂଘ ଫ୍ରେମ୍‌ଓ୍ବାର୍କ କନ୍‌ଭେନ୍ସନ ଅନ୍‌ କ୍ଲାଇମେଣ୍ଟ ଚେଞ୍ଜ (ୟୁଏନ୍‌ଏଫ୍‌ସିସିସି) ଶୁକ୍ରବାର ଗ୍ଲାସ୍‌ଗୋ ଜଳବାୟୁ ସମ୍ମିଳନୀରେ ଏକ ଏମ୍‌ଓୟୁ ସ୍ବାକ୍ଷର କରିଛନ୍ତି। ମହତ୍ତ୍ୱାକାଂକ୍ଷୀ ଜାତୀୟ ଜଳବାୟୁ ପଦକ୍ଷେପର କାର୍ଯ୍ୟକାରିତାରେ ଦେଶଗୁଡ଼ିକୁ ମିଳିତ ଭାବେ ସହଯୋଗ ପାଇଁ ଏଥିରେ ସହମତି ପ୍ରକାଶ ପାଇଛି। ଫଳରେ ଶକ୍ତି କ୍ଷେତ୍ରରେ ନ୍ୟାଶନାଲ ଡିଟର୍ମିନେଶନ କଣ୍ଟ୍ରିବ୍ୟୁଶନ (ଏନ୍‌ଡିସି) ଏବଂ ଦୀର୍ଘକାଳୀନ ନିମ୍ନ ଉତ୍ସର୍ଜନ ବିକାଶ ରଣନୀତି ପାଇଁ ସୁବିଧା ହେବ। ସେହିପରି ଛୋଟ ଦ୍ୱୀପ ରାଷ୍ଟ୍ର (ଏସ୍‌ଆଇଡି) ଏବଂ ସ୍ବଳ୍ପ ବିକଶିତ ଦେଶ (ଏଲ୍‌ଡିସି)ଗୁଡ଼ିକୁ ନୀତି ବିକଳ୍ପ ଆପଣାଇବା ତଥା ଅଙ୍ଗାରକାମ୍ଳ ଦୂରୀକରଣ ଟେକ୍ନୋଲୋଜି ବିକଶିତ କରିବାରେ ମଧ୍ୟ ଏହା ସହାୟକ ହେବ। ୟୁଏନ୍‌ଏଫ୍‌ସିସିସି ଡେପୁଟି ଏକ୍‌ଜିକ୍ୟୁଟିଭ୍‌ ସେକ୍ରେଟାରି ଓଭାଇସ୍‌ ସରମଦ୍‌ଙ୍କ ସହିତ ଏମ୍‌ଓୟୁରେ ସ୍ବାକ୍ଷର ଅବସରରେ ଆଇଏସ୍‌ଏ ମହାନିର୍ଦ୍ଦେଶକ ଡ. ଅଜୟ ମାଥୁର କହିଛନ୍ତି, ସୌର ଓ ସ୍ବଚ୍ଛ ଶକ୍ତି ଉପଯୋଗ କରି ନିର୍ଦ୍ଧାରିତ ଅବଧି ପୂର୍ବରୁ ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢ଼େଇ ଏବଂ ଉତ୍ସର୍ଜନ ହ୍ରାସ ସମ୍ପର୍କିତ ଏନ୍‌ଡିସି ହାସଲ ସମ୍ଭବ ହୋଇପାରିବ।

ପ୍ୟାରିସ୍‌ ଚୁକ୍ତିକୁ ସମ୍ମାନ ଦିଅ

ଜୀବାଶ୍ମ ଇନ୍ଧନ ବ୍ୟବହାର କରି ଲାଭାନ୍ବିତ ହୋଇଥିବା ଧନୀ ଦେଶଗୁଡ଼ିକ ଅନ୍ୟ ରାଷ୍ଟ୍ରଗୁଡ଼ିକର ଆବଶ୍ୟକତାକୁ ହୃଦୟଙ୍ଗମ କରି ସେମାନଙ୍କ ସ୍ବଚ୍ଛ ଏବଂ ସବୁଜ ଶକ୍ତି ଆବଶ୍ୟକତା ପୂରଣ ଲାଗି ସହାୟତା ଦେବା ଜରୁରୀ ବୋଲି ଭାରତର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି। ଭୂପେନ୍ଦ୍ରଙ୍କ ମତରେ ୨୦୧୫ ପ୍ୟାରିସ୍‌ ଚୁକ୍ତିର ପ୍ରତିଶ୍ରୁତିକୁ ପାଳନ କରିବା ପାଇଁ ଜଳବାୟୁ ପରିବର୍ତ୍ତନର ମୁକାବିଲା ନିମନ୍ତେ ଆର୍ଥତ୍କ ସହାୟତା ପ୍ରଦାନ ନେଇ ଅନ୍ତର୍ଜାତୀୟ ସମୁଦାୟ ହାତ ମିଳାଇବା ଉଚିତ। ଗ୍ଲାସ୍‌ଗୋରେ ଚାଲିଥିବା ଜାତିସଂଘର ୨୬ତମ ଜଳବାୟୁ ସମ୍ମିଳନୀରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରି ଭୂପେନ୍ଦ୍ର ଏଭଳି ମତ ଦେଇଛନ୍ତି।

ଗ୍ଲାସ୍‌ଗୋ ସମ୍ମିଳନୀରେ ସହମତି

ବିଶ୍ୱ ତାପମାତ୍ରା ବୃଦ୍ଧିକୁ ୧.୫ ଡିଗ୍ରୀ ସେଲ୍‌ସିୟସ୍‌ରେ ସୀମିତ ରଖିବା ପାଇଁ ଆମେରିକା ଓ ଚାଇନା ଚଳିତ ଦଶନ୍ଧିରେ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ସହମତି ପ୍ରକାଶ କରିଛନ୍ତି।
୨୦୩୦ ସୁଦ୍ଧା ଗଛକଟା ବନ୍ଦ କରି ବୃକ୍ଷରୋପଣ କରିବାକୁ ୧୦୦ରୁ ଊର୍ଦ୍ଧ୍ୱ ବିଶ୍ୱନେତା ପ୍ରତିଶ୍ରୁତି ଦେଇଛନ୍ତି। ଆମାଜନ୍‌ ଚିରହରିତ୍‌ ଅରଣ୍ୟକୁ ନେଇ ପରିଚିତ ବ୍ରାଜିଲ ମଧ୍ୟ ଏଥିରେ ସହମତି ପ୍ରକାଶ କରିଛି।
ଆମେରିକା ଓ ୟୁରୋପୀୟ ସଂଘ ପକ୍ଷରୁ ୨୦୩୦ ସୁଦ୍ଧା ସବୁଜଗୃହ ବାଷ୍ପ ମିଥେନ୍‌ ଉତ୍ସର୍ଜନ ହ୍ରାସ ନିମନ୍ତେ ଏକ ବୈଶ୍ୱିକ ସହଭାଗିତା ନେଇ ଘୋଷଣା କରାଯାଇଛି। ବାୟୁମଣ୍ଡଳରେ ମିଥେନ୍‌ ହ୍ରାସ କରିବା ହିଁ ବିଶ୍ୱତାପନ ରୋକିବା ପାଇଁ ସର୍ବୋତ୍ତମ ଉପାୟ ବୋଲି କୁହାଯାଇଛି।
୪୦ରୁ ଊର୍ଦ୍ଧ୍ୱ ରାଷ୍ଟ୍ର କୋଇଲା ବ୍ୟବହାର ହ୍ରାସ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି। କିନ୍ତୁ ବିଶ୍ୱର ସର୍ବାଧିକ କୋଇଲା ବ୍ୟବହାରକାରୀ ଆମେରିକା ଓ ଚାଇନା ଏହି ଚୁକ୍ତିରେ ସ୍ବାକ୍ଷର କରିନାହାନ୍ତି।
ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ଜଳବାୟୁ ପରିବର୍ତ୍ତନର ମୁକାବିଲା ଏବଂ ତଜ୍ଜନିତ କ୍ଷୟକ୍ଷତି ହ୍ରାସ ପାଇଁ କେତେକ ନୂଆ ଆର୍ଥିକ ସହାୟତା ଘୋଷଣା କରାଯାଇଛି। କିନ୍ତୁ ଏହାକୁ ଅନେକ ରାଷ୍ଟ୍ର ପର୍ଯ୍ୟାପ୍ତ ନୁହେଁ ବୋଲି ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଇନ୍ଧନ ତେଲ ଓ ବାଷ୍ପ ବ୍ୟବହାର ବନ୍ଦ ପାଇଁ ଡେଡ୍‌ଲାଇନ୍‌ ଧାର୍ଯ୍ୟ କରିବା ସକାଶେ ଏକ ନୂଆ ମେଣ୍ଟ ଗଠନ ହୋଇଛି। ତୈଳ ଓ ବାଷ୍ପର ଉତ୍ସ ଅନ୍ବେଷଣ ଲାଗି ନୂଆ ଲାଇସେନ୍ସ ପ୍ରଦାନ ରୋକିବା ପାଇଁ ଏହି ମେଣ୍ଟରେ ସହମତି ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri