ଆଣବିକ ଯୁଦ୍ଧର ଆଶଙ୍କା ବଢ଼ିଲା, ବୁଡ଼ାଜାହାଜ ପ୍ରସ୍ତୁତ କଲେ ପୁଟିନ୍‌…

ମସ୍କୋ, ୨୬।୩ : ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବା ଏକ ମାସରୁ ଅଧିକ ସମୟ ବିତିଛି। ମସ୍କୋର ଆକ୍ରମଣ ବନ୍ଦ ହେବା ପରି ମନେ ହେଉନାହିଁ। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିଜର ପରମାଣୁ ଶକ୍ତିକୁ ବିଶେଷ ସତର୍କ କରାଇବାର କିଛି ଘଣ୍ଟା ପରେ ରୁଷିଆ ଏହାର ପରମାଣୁ ବୁଡ଼ାଜାହାଜକୁ ସମୁଦ୍ରରେ ପ୍ରବେଶ କରାଇଛି। ଫଳରେ ଆଣବିକ ଯୁଦ୍ଧର ଆଶଙ୍କା ବୃଦ୍ଧି ପାଇଛି ।

ରୁଷିଆର ଆଣବିକ ବୁଡ଼ାଜାହାଜ ଏକାସାଙ୍ଗରେ ୧୬ ଟି ବାଲିଷ୍ଟିକ କ୍ଷେପଣାସ୍ତ୍ର ବହନ କରିବାକୁ ସକ୍ଷମ। ଏହି ବୁଡ଼ାଜାହାଜ ଉତ୍ତର ଆଟଲାଣ୍ଟିକ ମହାସାଗରରେ ଅବତରଣ କରାଯାଇଛି। ରୁଷିଆର ଏହି ପଦକ୍ଷେପ ସମ୍ପର୍କରେ ବିଶେଷଜ୍ଞମାନେ କହିଛନ୍ତି ଯେ ପୁଟିନ ଆକ୍ରମଣାତ୍ମକ ରଣନୀତି ପାଇଁ ଆଣବିକ ବିପଦ ସୃଷ୍ଟି କରୁଛନ୍ତି। ୨୦୧୪ର କ୍ରିମିଆ ଯୁଦ୍ଧ ସମୟରେ ପୁଟିସ୍‌ ଏଭଳି ମଧ୍ୟ କରିଥିଲେ।

ଖବର ଅନୁଯାୟୀ,ରୁଷିଆ ମାର୍ଚ୍ଚ ୩ରୁ ଆଣବିକ ଅସ୍ତ୍ରଶସ୍ତ୍ରକୁ ହାଇ ଆଲର୍ଟରେ ରଖିଛି। ମାର୍ଚ୍ଚ ୨୨ରେ, ମସ୍କୋ ନାଟୋକୁ ଧମକ ଦେଇ କହିଥିଲା ଯେ ଯଦି ନାଟୋ ସୀମା ଅତିକ୍ରମ କରେ ତେବେ କ୍ରେମଲିନ ଆଣବିକ ଆକ୍ରମଣ କରିବାକୁ ବାଧ୍ୟ ହେବ। କ୍ରେମଲିନ ମୁଖପାତ୍ର ଡିମିଟ୍ରି ପେସ୍କୋଭ କହିଛନ୍ତି ଯେ ଯଦି ବିପଦର ସମ୍ମୁଖୀନ ହୁଏ ତେବେ ରୁଷିଆ ଆଣବିକ ଅସ୍ତ୍ର ବ୍ୟବହାର କରିବ।

ରୁଷିଆର ଜେନେରାଲ ଷ୍ଟାଫର ପ୍ରଥମ ଡେପୁଟି ଚିଫ କର୍ନେଲ ଜେନେରାଲ ସର୍ଜେ ରୁଦସ୍କୋ ଗଣମାଧ୍ୟମକୁ କହିଛନ୍ତି ଯେ ଅପରେଶନର ପ୍ରଥମ ପର୍ଯ୍ୟାୟର ସମସ୍ତ ମୁଖ୍ୟ କାର୍ଯ୍ୟ ସମାପ୍ତ ହୋଇଛି। ତେଣୁ ବର୍ତ୍ତମାନ ଆମେ ପ୍ରଧାନ ଲକ୍ଷ୍ୟ ହାସଲ କରିବାକୁ ଚେଷ୍ଟା କରିବା ଉପରେ ଧ୍ୟାନ ଦେଉଛୁ। ଏହି ମୁଖ୍ୟ ଲକ୍ଷ୍ୟ ହେଉଛି ଡୋନାବସର ମୁକ୍ତି। ସେ କହିଛନ୍ତି ଯେ ଯେପର୍ଯ୍ୟନ୍ତ ରୁଷିଆର ସୈନ୍ୟ ଡୋନାବସ ଏବଂ ଲୁହାନସ୍କକୁ ମୁକ୍ତ ନକରନ୍ତି ସେପର୍ଯ୍ୟନ୍ତ ଆମେ ପଛକୁ ଫେରିବୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଟିଏମ୍‌ସି ନା ଭାଜପା: ଏଥର ପଶ୍ଚିମବଙ୍ଗରେ କିଏ କରିବ ଶାସନ, ଚମକାଇଲା ଜନମତ ସର୍ଭେ

ନୂଆଦିଲ୍ଲୀ,୬।୪: ଚଳିତ ବର୍ଷ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିମଧ୍ୟରୁ ପଶ୍ଚିମବଙ୍ଗ ଏବଂ ଆସାମରେ ବିଧାନସଭା ନିର୍ବାଚନ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ…

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଆକ୍ରମଣ: ଲୁଟିନେଲେ ରୁପା ଅଳଙ୍କାର

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା…

ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା

ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

ଜନ୍ମଦିନର ୬ ଦିନ ପୂର୍ବରୁ ଆତ୍ମହତ୍ୟା କଲେ ଏହି ଅଭିନେତ୍ରୀ: ମୃତ୍ୟୁ ପୂର୍ବରୁ ସ୍ବାମୀଙ୍କୁ ଭିଡିଓ କଲ୍‌ କରି…

ଟିଭି ଅଭିନେତ୍ରୀ ସୁଭାଷିନୀ ତାଙ୍କ ଜନ୍ମଦିନର ମାତ୍ର ୬ ଦିନ ପୂର୍ବରୁ ଆତ୍ମହତ୍ୟା କରିଛନ୍ତି। ସୁଭାଷିନୀ ଫାଶୀ ଦେଇ ଦେଇଥିବା ଜଣାପଡ଼ିଛି। ସେ ସନ ଟିଭିରେ ପ୍ରସାରିତ…

କୋରାପୁଟ ବିଧାୟକଙ୍କୁ ନୂଆ ଦାୟିତ୍ବ,ଜିଲାପାଳଙ୍କ ଉପସ୍ଥିତିରେ….

କୋରାପୁଟ,୬।୪(ଅମିତାଭ ବେହେରା ): କୋରାପୁଟ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ କୋରାପୁଟ ବିଧାୟକ ରଘୁରାମ ମାଛ ସୋମବାର ଦାୟିତ୍ବ ଗ୍ରହଣ କରିଛନ୍ତି । ସୋମବାର କୋରାପୁଟ…

ପିଇବା ପାଣି ପାଇଁ ଗର୍ଜିଲେ ଅଞ୍ଚଳବାସୀ: ସମାଧାନ ପାଇଁ ମିଳିଲା ପ୍ରତିଶ୍ରୁତି

ଦାରିଙ୍ଗବାଡି,୬।୪(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଡବେରୀ ଶାଳବଣଠାରେ ସୋମବାର ଡବେରୀ ଅଞ୍ଚଳକୁ ମଦମୁକ୍ତ ଏବଂ ପିଇବା ପାଣି ସମସ୍ୟାର ସମାଧାନ ପାଇଁ ବସିଲା ବୈଠକ। ଅଞ୍ଚଳର…

ନୀଳମାଧବଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଲେ ରାଜ୍ୟ ସରକାର: ଛୁଟିଲା ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୪(ବାବୁଲା ପ୍ରଧାନ):ଭାଜପା ଭଞ୍ଜନଗର ସାଂଗଠନିକ ଜିଲା ସଭାପତି ନୀଳମାଧବ ପାତ୍ରଙ୍କୁ ରାଜ୍ୟ ସରକାର ଗଞ୍ଜାମ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri