Posted inଖେଳ

ରାଇଜିଂ ଷ୍ଟାର ଜିତିଲା ଫାଓ ସୁପରକପ୍‌

ଭୁବନେଶ୍ୱର, ୩।୭(ତପନ ସ୍ବାଇଁ): ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ଆନୁକୂଲ୍ୟରେ ଆୟୋଜିତ ସୁପର କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ରାଇଜିଂ ଷ୍ଟାର୍‌ ଚାମ୍ପିୟନ ହୋଇଛି। କଟକର ବାରବାଟୀ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ଫାଇନାଲରେ ରାଇଜିଂ ଷ୍ଟୁଡେଣ୍ଟ ପେନାଲ୍ଟି ଶୁଟ୍‌ଆଉଟ ୨-୦ ଗୋଲରେ ବିଡ଼ାନାସୀ କ୍ଲବକୁ ପରାସ୍ତ କରିଛି। ନିର୍ଦ୍ଧାରିତ ସମୟର ଖେଳ ଗୋଲଶୂନ୍ୟ ଡ୍ର ରହିବାରୁ ଫଳାଫଳ ନିର୍ଣ୍ଣୟ ପାଇଁ ଶୁଟ୍‌ଆଉଟର ସହାୟତା ନିଆ ଯାଇଥିଲା। ଶିବଶଙ୍କର ପଣ୍ଡା ଫାଇନାଲର ମୁଖ୍ୟ ରେଫରି ଥିବାବେଳେ ଆଶୀର୍ବାଦ କାନୁନ୍‌ଗୋ ଓ ଅରୁଣ କୁମାର ନାୟକ ତାଙ୍କୁ ଲାଇନ୍‌ରେ ସହାୟତା କରିଥିଲେ। ଶେଖାଓ୍ବତ୍‌ ଖାଁ ୪ର୍ଥ ଅଫିସିଆଲ ଏବଂ ଦୁର୍ଗା ବାଥବ ନାଏକ ମ୍ୟାଚ କମିଶନର ଦାୟିତ୍ୱ ନିର୍ବାହ କରିଥିଲେ। ଫାଇନାଲ ଅବସରରେ ଓଡ଼ିଶା କ୍ରିକେଟ ଆସୋସିଏଶନ ଉପସଭାପତି ପଙ୍କଜ ଲୋଚନ ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ଫାଓ ସମ୍ପାଦକ ଆଶୀର୍ବାଦ ବେହେରା, ଉପସଭାପତି ବିଜୟ ଦାସ, ଦିଲୀପ କୁମାର ସାହୁ, ହୃଦୟ ରଞ୍ଜନ ବେହେରା, କୋଷାଧ୍ୟକ୍ଷ ଭକ୍ତ ବଲ୍ଲଭ ଦାସ, ଯୁଗ୍ମ ସମ୍ପାଦକ ଶହିଦ ଜବାର ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱଂୟ ସହାୟକ ଦ୍ୱାରା କରାଯାଇଥିବା ଫୁଲ ଚାଷ ଦେଖିଲେ ଜିଲାପାଳ, ପାହାଡ଼ ଚଢ଼ି….

ପଟ୍ଟାଙ୍ଗି,୨୨।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା କୋଟିଆ ପଞ୍ଚାୟତକୁ ଜିଲାପାଳ ମନୋଜ ସତ୍ୟବାନ୍ ମହାଜନ୍ ଗସ୍ତ କରି ପଞ୍ଚାୟତର ବିଭିନ୍ନ କାର୍ଯ୍ୟକ୍ରମ…

ବଗିଚାରେ କାମ କରୁଥିବା ବେଳେ ୨ ଜଣଙ୍କୁ ଦଳିଦେଲା ଦନ୍ତା, ଜଣଙ୍କୁ ଦଳିଲା….

ଦିଗପହଣ୍ଡି,୨୨।୨(ଅଶେଷ ନାଥ ମିଶ୍ର): ଜଲମେରିପଲ୍ଲୀରେ ୨ ଜଣଙ୍କୁ ଦଳିଦେଲା ଦନ୍ତା । ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ପଞ୍ଚାୟତ ଜଲମେରିପଲ୍ଲୀ ଗ୍ରାମର ସିମାଞ୍ଚଳ ରାଉତଙ୍କ ସ୍ତ୍ରୀ…

ଜଙ୍ଗଲରେ ୫ କୁଇଣ୍ଟାଲ ଗଞ୍ଜେଇ: ଜଣେ ଗିରଫ

ମୋହନା,୨୨।୨( ମନ୍ମଥ ମିଶ୍ର ): ୫ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ପିଲିପାଯୁ…

ବିବାହ ପଞ୍ଜୀକରଣ ପୂର୍ବରୁ ମା’ବାପାଙ୍କୁ ଜଣାଇବେ ପିଲା

ଗାନ୍ଧୀନଗର,୨୨।୨: ବିବାହ ପଞ୍ଜୀକରଣ ପୂର୍ବରୁ ଦମ୍ପତି ସେମାନଙ୍କ ମା’ବାପାଙ୍କୁ ଜଣାଇବା ବାଧ୍ୟତାମୂଳକ ହେବ। ଗୁଜରାଟ ସରକାର ବିବାହ ପଞ୍ଜୀକରଣ ନିୟମାବଳୀରେ ସଂଶୋଧନ ପାଇଁ ବିଧାନସଭାରେ ଶୁକ୍ରବାର ପ୍ରସ୍ତାବ…

IND vs PAK: ସେମିଫାଇନାଲରେ ଭାରତକୁ ହରାଇବ ପାକିସ୍ତାନ? ଦାବି କରି ହସିଲେ ପାକିସ୍ତାନୀ ଦିଗଜ୍ଜ; ଦେଖନ୍ତୁ ଭିଡିଓ

ଇସଲାମବାଦ,୨୨।୨: ୨୦୨୬ ଟି୨୦ ବିଶ୍ୱକପର ସେମିଫାଇନାଲରେ ପାକିସ୍ତାନ ଭାରତକୁ ପରାସ୍ତ କରିବ। ଟିମ ଇଣ୍ଡିଆ ସେମିଫାଇନାଲରେ ମଧ୍ୟ ପହଞ୍ଚିପାରିବ ନାହିଁ। ପାକିସ୍ତାନ ପକ୍ଷରୁ ଏପରି ବଡ଼ ଦାବି…

ଘରେ କେହି ନଥିବା ବେଳେ ଭିନ୍ନକ୍ଷମ ଯୁବତୀଙ୍କୁ ବଳାତ୍କାର, ପରିବାର ଲୋକେ ଆସିବାରୁ….

ଦେବଗଡ,୨୨।୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନାଞ୍ଚଳର ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ବଳପୁର୍ବକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ତେବେ ଦେବଗଡ ଥାନା ପୋଲିସ ଶନିବାର ଜଣେ…

ଯୌନ ନିର୍ଯାତନା: ଅଭିମୁକ୍ତେଶ୍ୱରାନନ୍ଦଙ୍କ ନାଁରେ ମାମଲା ରୁଜୁ ନିର୍ଦ୍ଦେଶ

ଲକ୍ଷ୍ନୌ,୨୨।୨: ଉତ୍ତରାଖଣ୍ଡ ବଦ୍ରିନାଥସ୍ଥିତ ଜ୍ୟୋର୍ତିମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବିରୋଧରେ ଶିଶୁ ଯୌନ ନିର୍ଯ୍ୟାତନା ମାମଲା ରୁଜୁ କରିବାକୁ ଆହ୍ଲାବାଦସ୍ଥିତ ସ୍ବତନ୍ତ୍ର ପକ୍‌ସୋ କୋର୍ଟ ଶନିବାର ନିର୍ଦ୍ଦେଶ…

ବର୍ଡରରେ ପାକିସ୍ତାନର ବଡ଼ ଏୟାରଷ୍ଟ୍ରାଇକ୍‌, ସକାଳୁ ସକାଳୁ ଥରିଲା…

ଇସଲାମବାଦ,୨୨।୨: ପାକିସ୍ତାନର ବଡ଼ ଏୟାର ଷ୍ଟ୍ରାଇକ୍‌। ଆଫଗାନିସ୍ତାନରେ ପାକିସ୍ତାନ ବଡ଼ ଷ୍ଟ୍ରାଇକ୍‌ କରିଥିବା ସମ୍ପର୍କରେ ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ ପାକିସ୍ତାନୀ ବାୟୁସେନା ଆଫଗାନିସ୍ତାନର ପାକତିକା ପ୍ରଦେଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri