ରିଷିଡ଼ା,୧୬ା୧୦(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ରିଷିଡ଼ାଠାରେ ସାର୍ବଜନନୀ ଶାରଦୀୟ ଦୁର୍ଗାପୂଜା ଏଥର ୬୬ ବର୍ଷରେ ପଦାର୍ପଣ କରିଛି। ୧୯୬୦ରେ ତତ୍କାଳୀନ ରିଷିଡ଼ା ପାଣ୍ଡି ଅଧିକାରୀ ମାଧବ ଚୌଧୁରୀଙ୍କ ପ୍ରୋତ୍ସାହନରେ ଗ୍ରାମର ଗୌନ୍ତିଆ ଓ ଗାଁ ମୁଖିଆମାନେ ଦୁର୍ଗାପୂଜା ଆରମ୍ଭ କରିଥିଲେ। ସେତେବେଳେ ଆଖପାଖରେ ଦୁର୍ଗାପୂଜା ହେଉ ନ ଥିବାରୁ ବହୁ ଦୂର ଦୂରାନ୍ତରୁ ଶଗଡ଼ ଗାଡ଼ିରେ ଆସି ଲୋକ ରାତ୍ରକାଳୀନ ମନୋରଞ୍ଜନ କାର୍ଯ୍ୟକ୍ରମ ଉପଭୋଗ କରୁଥିଲେ। ସମୟାନ୍ତରେ ସାମାଜିକ ନାଟକ, ଅର୍କେଷ୍ଟ୍ରା, ଦଣ୍ଡନୃତ୍ୟ,କୃଷ୍ଣଗୁରୁ କୀର୍ତ୍ତନ,ରାମରୀଳା ମନୋରଞ୍ଜନ ମାଧ୍ୟମ ପାଲଟି ଯାଇଛି। ଏଥର ରାବଣ ପୋଡ଼ି ଆହୁରି ଆକର୍ଷଣୀୟ କରିବା ପାଇଁ ଜୋରଦାର ପ୍ରସ୍ତୁତ ଚାଲିଛି। ଚଳିତ ବର୍ଷ ମନୋରଞ୍ଜନ ମହିଳା ଦଣ୍ଡନୃତ୍ୟ, ଅର୍କେଷ୍ଟ୍ରା, ମିକ୍ସଚର ସୀତା ଚୋରି(ମହିଳା) ପରିବେଷଣ ହେବାକୁ ଥିବାବେଳେ ଭସାଣି ଦିନ ଦୁଲଦୁଲି ବାଦ୍ୟ ପରିବେଷଣ ହେବ ବୋଲି କମିଟି ସୂଚନା ଦେଇଛି। ପୂଜା କମିଟିର ସଭାପତି ଭାବେ ସଞ୍ଜୟ ଜୈନ ଉପସଭାପତି ହିମାଂଶୁ ରଣା, ସମ୍ପାଦକ ଚିନ୍ମୟ ରଣା ସହ ସମ୍ପାଦକ ମାର୍କଣ୍ଡ ରଣା ରହିଛନ୍ତି।

