ଇସଲାମିକ ଚରମପନ୍ଥୀ ବ୍ରିଟେନ ପାଇଁ ବଡ ବିପଦ: ଋଷି ସୁନକ

ଲଣ୍ଡନ,୪ ।୮: ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡରେ ସାମିଲ ଥିବା ଭାରତୀୟ ମୂଳ ବାସିନ୍ଦା ଋଷି ସୁନକ ବୁଧବାର ଦାବି କରି କହିଛନ୍ତି, ସେ ଇସଲାମିକ ଚରମପନ୍ଥୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ସେ ଇସଲାମିକ ଚରମ ପନ୍ଥୀଙ୍କୁ ବ୍ରିଟେନ ପାଇଁ ସବୁଠାରୁ ବଡ ବିପଦ ବୋଲି କହିଛନ୍ତି । ସୁନକ କହିଛନ୍ତି, ବର୍ତ୍ତମାନ ଥିବା ଚରମପନ୍ଥୀଙ୍କ ପରିଭାଷାକୁ ବିସ୍ତାର କରିବା ସହ ଆତଙ୍କବାଦ ବିରୋଧୀ ଆଇନକୁ ଦୃଢ କରିବେ ।
ସୂଚନାଯୋଗ୍ୟ, ପୂର୍ବତନ ଅର୍ଥମନ୍ତ୍ରୀ ଥିବା ୪୨ ବର୍ଷିୟ ଋଷି ସୁନକ ବ୍ରିଟେନ ପ୍ରଧାନମନ୍ତ୍ରୀ ରେସରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱି ଲିଜ ଟ୍ରସଙ୍କଠାରୁ ବ୍ୟବଧାନ ଦୂର କରିବାକୁ ଏହି ଇସଲାମିକ ଚରମପନ୍ଥୀ ମୁଦ୍ଦା ଉଠାଇଥିବା କୁହାଯାଉଛି । ବ୍ରିଟେନରେ ଉଗ୍ରବାଦକୁ ପ୍ରୋତ୍ସାହନ ଦେଉଥିବା ସଂଗଠନ ଗୁଡିକୁ ସେ ଧ୍ୱଂସ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସୁନକ ଆହୁରି ମଧ୍ୟ କହିଛନ୍ତି, ଉଗ୍ରବାଦ ବିରୋଧରେ ସରକାରଙ୍କ ଅସ୍ତ୍ର ଭାବେ ବ୍ୟବହାର ହେଉଥିବା ଅସଫଳ ନିଷେଧ କାର୍ଯ୍ୟକ୍ରମ ଉପେର ସେ ପୁଣିଥରେ ଧ୍ୟାନ ଦେବେ ।

Share