ହାରିଲେ ଋଷି ସୁନକ

ଲଣ୍ଡନ,୫ା୭: ପ୍ରଧାନମନ୍ତ୍ରୀ ପଦ ପାଇଁ ୪ ଜୁଲାଇରେ ବ୍ରିଟେନ୍‌ରେ  ଭୋଟ  ଅନୁଷ୍ଠିତ ହୋଇଥିଲା। ଏବେ ବି ଗଣନା ଜାରି ରହିଛି। ଏପର୍ଯ୍ୟନ୍ତ ଟ୍ରେଣ୍ଡକୁ ଦେଖିଲେ କଞ୍ଜରଭେଟିଭ ପାର୍ଟି ନେତା ତଥା ବିଦାୟୀ ପ୍ରଧାନମନ୍ତ୍ରୀ ଋଷି ସୁନକ ତାଙ୍କ ପରାଜୟକୁ ଗ୍ରହଣ କରିଛନ୍ତି।  ଲେବର ପାର୍ଟି ସରକାର ଗଢ଼ିବା ସ୍ଥିର ହୋଇଛି।

ସୁନକ ରିଚମଣ୍ଡ ଏବଂ ନର୍ଥଲର୍ଟନରେ ନିଜର ଆସନ ବଜାୟ ରଖିଛନ୍ତି। ସେ କହିଛନ୍ତି ଯେ, ଏହି ସାଧାରଣ ନିର୍ବାଚନରେ ଲେବର ପାର୍ଟି ଜିତିଛି ଏବଂ ମୁଁ ତାଙ୍କ ବିଜୟ ପାଇଁ ଅଭିନନ୍ଦନ ଜଣାଇବା ପାଇଁ ମୁଁ କିର୍‌ ଷ୍ଟାର୍ମରଙ୍କୁ ଡାକିଛି। ସେ କହିଛନ୍ତି ମୁଁ ବର୍ତ୍ତମାନ ଲଣ୍ଡନ ଯିବି। ସେଠାରେ ମୁଁ ନିର୍ବାଚନ ଫଳାଫଳ ବିଷୟରେ ମାନସ ମନ୍ଥନ କରିବି। ପ୍ରଧାନମନ୍ତ୍ରୀ ପଦବୀରେ ଥିବାବେଳେ ମୁଁ ମୋର କାର୍ଯ୍ୟକାଳ ମଧ୍ୟରେ ବହୁତ କାମ କରିଥିଲି। ମୋର ସମସ୍ତ କଥା ଏଥିରେ ଲଗାଇଛି।

ଭୋଟ୍‌ ଦେବା ପରେ ଏକ୍‌ଜିଟ୍‌ ପୋଲ ମଧ୍ୟ ପ୍ରକାଶ କରିଛି ଯେ, କିର୍‌ ଷ୍ଟାର୍ମର ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ତାଙ୍କ ଲେବର ପାର୍ଟି ବିଧାନସଭା ନିର୍ବାଚନରେ ବିପୁଳ ସଂଖ୍ୟାଗରିଷ୍ଠତା ସହ ଜିତିବ। ଏକ୍‌ଜିଟ ସର୍ଭେରେ ସୁନକଙ୍କ କଞ୍ଜରଭେଟିଭ୍‌ ପାର୍ଟି ପାଇଁ ଏକ ବଡ଼ କ୍ଷତି ହେବ ବୋଲି ପୂର୍ବାନୁମାନ କରାଯାଇଛି। ଏକ୍‌ଜିଟ୍‌ ସର୍ଭେରୁ ଜଣାପଡିଛି ଯେ, ଲେବର ପାର୍ଟି ୬୫୦ ସିଟ ବିଶିଷ୍ଟ ସଂସଦରେ ୪୧୦ଟି ଆସନ ଜିତିବ, ଯେଉଁଥିପାଇଁ ୧୪ ବର୍ଷ ପୁରୁଣା କଞ୍ଜରଭେଟିଭ ନେତୃତ୍ୱାଧୀନ ସରକାର ଏଥର ପତ୍ତନ ହେବ। ଗଣନାଠାରୁ ଏପର୍ଯ୍ୟନ୍ତ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ଅନୁମାନ କରାଯାଉଛି ଯେ, ସୁନକଙ୍କ ଦଳ ମାତ୍ର ୧୩୧ଟି ସିଟ୍‌ ପାଇବ, ପୂର୍ବରୁ କଞ୍ଜରଭେଟିଭ୍‌ ପାର୍ଟି ୩୪୬ଟି ସିଟ୍‌ ପାଇଥିଲା। ଏଥର କଞ୍ଜରଭେଟିଭ୍‌ର ପାର୍ଟି ହାରିବା ପଛରେ ଦଳ ମଧ୍ୟରେ ଚାଲିଥିବା ଲଢ଼େଇ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ସୁଦାନ ହସ୍ପିଟାଲ ଉପରେ ବଡ଼ଧରଣର ଆକ୍ରମଣ: ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ନିନ୍ଦା କରି କହିଲେ…

କାଇରୋ,୨୨ା୩: ସୁଦାନର ଡାର୍‌ପୁର ଅଞ୍ଚଳରେ ଥିବା ଏକ ହସ୍ପିଟାଲ ଉପରେ ଆକ୍ରମଣ ଯୋଗୁ ୧୩ ଜଣ ପିଲାଙ୍କ ସମେତ ଅନୂ୍ୟନ ୬୪ ଜଣଙ୍କ ମୃତ୍ୟୁ ଘଟିଥିବା ବିଶ୍ୱ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri