Posted inଖେଳ

ଭାରତୀୟ ଦଳର ଚିନ୍ତା ବଢ଼ାଉଛି ପନ୍ତଙ୍କ ଉଇକେଟକିପିଂ

ସିଡ୍‌ନୀ,୭।୧- ସ୍ଥାନୀୟ ସିଡ୍‌ନୀ ଗ୍ରାଉଣ୍ଡରେ ଚାଲିଥିବା ଭାରତ ବିପକ୍ଷ ତୃତୀୟ ଟେଷ୍ଟର ପ୍ରଥମ ଦିନରେ ଋଷଭ ପନ୍ତଙ୍କ ଉଇକେଟକିପିଂ ଭାରତୀୟ ଦଳର ଚିନ୍ତାର କାରଣ ପାଲଟିଛି। ଅଷ୍ଟ୍ରେଲିଆ ଦଳ ପାଇଁ ପଦାର୍ପଣକାରୀ ଓପନର ଓ୍ବିଲ ପୁକୋଭସ୍କିଙ୍କ ଦୁଇଟି କ୍ୟାଚ୍‌ ହାତ ଛାଡ଼ କରିଛନ୍ତି ଦକ୍ଷ ଉଇକେଟକିପର ରିଦ୍ଧିମାନ ଶାହାଙ୍କ ସ୍ଥାନରେ ଯାଗା ପାଇଥିବା ପନ୍ତ।

 

ପ୍ରଥମଟି ପୁକୋଭସ୍କି ୨୬ ରନ୍‌ କରିଥିବାବେଳେ ରବିଚନ୍ଦ୍ରନ ଅଶ୍ୱିନଙ୍କ ବଲରେ କ୍ୟାଚ୍‌ ଧରିବାରେ ପନ୍ତ ବିଫଳ ହୋଇଥିଲେ। ଅଷ୍ଟ୍ରେଲିଆନ ଓପନର ଆଉ ୬ ରନ୍‌ ଯୋଡ଼ିବା ପରେ ପନ୍ତଙ୍କ ଯୋଗୁ ମହମ୍ମଦ ସିରାଜଙ୍କ ବଲରେ ପୁଣି ଥରେ ପାଇଥିଲେ ଜୀବନ ଦାନ।

ଉଲ୍ଲେଖଥାଉ କି, ଶାହା ପ୍ରଥମ ଟେଷ୍ଟ ଖେଳିବା ପରେ ପନ୍ତଙ୍କୁ ଦଳରେ ସାମିଲ କରାଯାଇଥିଲା। ୨୦୧୮ରେ ଟେଷ୍ଟ ପଦାର୍ପଣ କରିଥିବା ପନ୍ତ ହାରାହାରି ୦.୮୬ କ୍ୟାଚ୍‌ ହାତଛଡ଼ା କରୁଛନ୍ତି। ୧୦ ଟେଷ୍ଟ ମ୍ୟାଚ୍‌ ଖେଳିଥିବା ଉଇକେଟକିପରଙ୍କ ମଧ୍ୟରେ ଏହା ସବୁଠୁ ଖରାପ ରେକର୍ଡ, ଯାହାକି କ୍ରିକେଟ ଡାଟା ଆନାଲିସିସ କରୁଥିବା କ୍ରିକଭିଜ୍‌ ପକ୍ଷରୁ କୁହାଯାଇଛି। ଏହା ଅନୁଯାୟୀ, ପେସରଙ୍କ ବଲରେ ୯୩ ପ୍ରତିଶତ କ୍ୟାଚ୍‌ ଧରୁଥିବା ପନ୍ତ ସ୍ପିନରଙ୍କ ବିପକ୍ଷରେ ୫୬ ପ୍ରତିଶତ କ୍ୟାଚ୍‌ ଧରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri