Posted inଖେଳ

IPL 2025ରେ ଧୋନୀଙ୍କ ସ୍ଥାନ ନେବେ ପନ୍ତ, ମୁମ୍ବାଇ ଛାଡ଼ିବେ ରୋହିତ-ସୂର୍ଯ୍ୟକୁମାର; ଆର୍‌ସିବିରେ ବି…

ନୂଆଦିଲ୍ଲୀ,୨୦।୭: ଆଇପିଏଲ ୨୦୨୫ ପୂର୍ବରୁ ମେଗା ଅକ୍ସନ କରାଯିବ। ଏହି ନିଲାମୀ ଯୋଗୁ ସମସ୍ତ ଦଳରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଗତ ଅକ୍ସନରେ ବରିଷ୍ଠ ଖେଳାଳିଙ୍କୁ ରିଟେନ୍‌ କରାଯାଉଥିବା ନଜର ଆସିଥିଲେ ହେଁ ୨୦୨୫ରେ ଏଭଳି ହୋଇ ନ ପାରେ। କାରଣ ଅନେକ ପ୍ରମୁଖ ଖେଳାଳି ଦଳ ବଦଳ କରିପାରନ୍ତି। ସେଥିରେ ଋଷଭ ପନ୍ତ, ରୋହିତ ଶର୍ମା ଏବଂ କେଏଲ୍‌ ରାହୁଲଙ୍କ ଭଳି ଖେଳାଳି ଅଛନ୍ତି।

ଦୈନିକ ଜାଗରଣର ରିପୋର୍ଟ ମୁତାବକ, କେବଳ ରୋହିତ ଶର୍ମା ନୁହନ୍ତି ବରଂ ତାଙ୍କର ନିକଟତର ସୂର୍ଯ୍ୟକୁମାର ଯାଦବ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ି ପାରନ୍ତି। କେକେଆର ଆସନ୍ତାବର୍ଷ ନିଲାମୀରେ ଦୁହିଁଙ୍କୁ କିଣିପାରେ। ସେହିଭଳି ଦିଲ୍ଲୀ କ୍ୟାପିଟାଲ୍ସ ଋଷଭଙ୍କୁ ନେଇ ସନ୍ତୁଷ୍ଟ ନୁହେଁ। ଏଣୁ ଚେନ୍ନାଇ ସୁପର କିଙ୍ଗ୍ସ ତାଙ୍କୁ ନିଲାମୀରେ କିଣି ପାରେ। ଯଦି ଧୋନୀ ୨୦୨୫ ଆଇପିଏଲ୍‌ ନ ଖେଳନ୍ତି ତେବେ ଫ୍ରାଞ୍ଚାଇଜ୍‌ ପନ୍ତଙ୍କୁ କିଣିପାରେ।

ସେହିଭଳି ଏଲ୍‌ଏସ୍‌ଜି ଅଧିନାୟକ କେ ଏଲ୍‌ ରାହୁଲ ଫ୍ରାଞ୍ଚାଇଜ୍‌ ମଧ୍ୟ ଛାଡ଼ି ପାରନ୍ତି। କାରଣ ପୂର୍ବ ମ୍ୟାଚ୍‌ ସମୟରେ ମାଲିକ ସଞ୍ଜିବ ଗୋଏଙ୍କାଙ୍କ ସହ ତାଙ୍କର କଥା କଟାକଟି ବୋଲି କୁହାଯାଏ। ଏମିତିରେ ଆର୍‌ସିବି ତାଙ୍କୁ କିଣି ଦଳର ଅଧିନାୟକ କରିପାରେ। ଫାଫ୍‌ ଡୁ ପ୍ଲେସିସ୍‌ ଗତ ୩ ସିଜନରେ ଦଳର ନେତୃତ୍ୱ ନେଇଥିଲେ ହେଁ ଦଳକୁ ବିଜେତା କରିପାରିନାହାନ୍ତି। ଏଣୁ ଦଳରେ ବଡ଼ ପରିବର୍ତ୍ତନ ହୋଇପାରେ ବୋଲି କୁହାଯାଉଛି। ଏପରିକି ଏଥର ବାଙ୍ଗାଲୋର ଭାରତୀୟ ଖେଳାଳିଙ୍କୁ ପ୍ରାଧାନ୍ୟ ଦେବ ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

ଭବାନୀପୁର ଆସନ ମମତା ବାନାର୍ଜୀଙ୍କ ପାଇଁ କାହିଁକି ଏତେ ସ୍ବତନ୍ତ୍ର, ଜାଣନ୍ତୁ କ’ଣ କହିଲେ ଦିଦି…

କୋଲକାତା,୨୩ା୩: ପଶ୍ଚିମବଙ୍ଗ ରାଜନୀତିରେ ଭବାନୀପୁର ପରି କିଛି ନିର୍ବାଚନମଣ୍ଡଳୀର ଐତିହାସିକ ଗୁରୁତ୍ୱ ରହିଛି। ଏହି ଆସନର ନିର୍ବାଚନୀ ଯାତ୍ରା ରାଜ୍ୟରେ କଂଗ୍ରେସ ପ୍ରାଧାନ୍ୟରୁ ଟିଏମ୍‌ସିର ଉତ୍ଥାନ ପତ୍ତନ…

ଯୁଦ୍ଧ ମଧ୍ୟରେ ଏଲପିଜିକୁ ନେଇ ବଡ଼ ପଦକ୍ଷେପ ନେଲେ ସରକାର, ଏଣିକି…

ନୂଆଦିଲ୍ଲୀ,୨୩।୩: ଉପସାଗରୀୟ ଦେଶଗୁଡ଼ିକରେ ଚାଲିଥିବା ସଂଘର୍ଷ ଏବେ ଭାରତର ଶକ୍ତି ଯୋଗାଣକୁ ପ୍ରଭାବିତ କରୁଛି। ଅଶୋଧିତ ତୈଳ ଏବଂ ଗ୍ୟାସ ଯୋଗାଣ ପ୍ରଭାବିତ ହୋଇଛି, ଯାହା ଫଳରେ…

ପ୍ଲେୟର ଅଫ ଦ ମନ୍ଥ ଘୋଷଣା କଲା ICC, ବାଜି ମାରିଲେ ଟିମ୍ ଇଣ୍ଡିଆର ଖେଳାଳି

ନୂଆଦିଲ୍ଲୀ,୨୩।୩:  ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଫେବୃଆରୀ ୨୦୨୬ ପାଇଁ ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ଘୋଷଣା କରିଛି। ମହିଳା ବର୍ଗରେ, ଟିମ୍ ଇଣ୍ଡିଆର ଜଣେ ଖେଳାଳି ବାଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri