Categories: ଖେଳ

ବିଶ୍ୱକପ୍‌ରୁ ବାଦ୍‌ ପଡିପାରନ୍ତି ପନ୍ତ

ନୂଆଦିଲ୍ଲୀ,୫।୧: ଭାରତୀୟ ଉଇକେଟ୍‌ କିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତଙ୍କ ଦୁର୍ଘଟଣା ପରେ ଏବେ ସେ ଚିକିତ୍ସାଧୀନ ଅଛନ୍ତି। ପନ୍ତଙ୍କ ଏହି ଦୁର୍ଘଟଣା ପରେ ସେ ଚଳିତ ବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌ରେ ସାମିଲ ହେବେ ବୋଲି କୁହାଯାଉଥିଲା। ହେଲେ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି ଯେ, ପନ୍ତଙ୍କ ଆଣ୍ଠୁ ଏବଂ ଗୋଡରେ ଆଘାତ ଲାଗିବା ଯୋଗୁ ଅସ୍ତ୍ରୋପଚାର କରାଯିବ। ଏଥିପାଇଁ ସେ ପ୍ରାୟ ୯ ମାସ କ୍ରିକେଟ୍‌ଠାରୁ ଦୂରରେ ରହିବେ।

ବୁଧବାର ପନ୍ତଙ୍କୁ ଡେରାଡୁନ୍‌ର ମ୍ୟାକ୍ସ ହସ୍ପିଟାଲରୁ ମୁମ୍ବାଇକୁ ଏୟାରଲିଫ୍ଟ କରାଯାଇଛି। ତେବେ ଏହି ଅସ୍ତ୍ରୋପଚାର ପାଇଁ ପନ୍ତ ଲଣ୍ଡନ ଯାଇପାରନ୍ତି ବୋଲି କୁହାଯାଉଛି। ତେବେ ସେ କେବେ ଯିବେ ସେନେଇ କିଛି ସ୍ପଷ୍ଟ ଜଣାପଡିନାହିଁ। ଅସ୍ତ୍ରୋପଚାର ପରେ ପନ୍ତ ପ୍ରାୟ ୯ ମାସ କ୍ରିକେଟ ଠାରୁ ଦୂରରେ ରହିବେ ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି।

Share