ଏହି ଦିନ ଓଟିଟିରେ ରିଲିଜ୍‌ ହେବ ଫିଲ୍ମ ‘କାନ୍ତାରା’

ଋଷବ ଶେଟ୍ଟୀଙ୍କ ଫିଲ୍ମ ‘କାନ୍ତାରା’ ଚଳିତ ବର୍ଷ ସବୁଠାରୁ ହିଟ ଫିଲ୍ମ ମଧ୍ୟରୁ ଅନ୍ୟତମ। ଏହି ଫିଲ୍ମଟି ପ୍ରଥମେ କନ୍ନଡରେ ମୁକ୍ତିଲାଭ କରିଥିଲା। ପରେ ଏକ ସକାରାତ୍ମକ ପ୍ରତିକ୍ରିୟା ପାଇବା ପରେ ‘କାନ୍ତାରା’ ନିର୍ମାତା ହିନ୍ଦୀ ସମେତ ଏକାଧିକ ଭାଷାରେ ଫିଲ୍ମକୁ ମୁକ୍ତିଲାଭ କରିଥିଲେ। ଗତ କିଛି ଦିନ ହେବ ଫିଲ୍ମଟି ଓଟିଟିରେ ରିଲିଜ୍‌ ହେବା ନେଇ ଚର୍ଚ୍ଚା ହେଉଛି। ଏପରିକି ନଭେମ୍ବର ୪ରେ ଆମାଜନ ପ୍ରାଇମ ଭିଡିଓରେ ପ୍ରିମିୟର ହେବ ବୋଲି ଖବର ପ୍ରକାଶ ପାଇଥିଲା।
ଏକ ରିପୋର୍ଟ ଅନୁଯାୟୀ, ଫିଲ୍ମ ‘କାନ୍ତାରା’ ନଭେମ୍ବର ୨୪ରେ ପ୍ରିମିୟର ହେବାର ସମ୍ଭାବନା ରହିଛି। ହେଲେ ଏହାକୁ ନେଇ ଅଫିସିଆଲ ଘୋଷଣା ହୋଇନାହିଁ। ‘କାନ୍ତାରା’ ସେପ୍ଟେମ୍ବର ୩୦ରେ ପ୍ରେକ୍ଷାଳୟକୁ ଆସିଥିଲା। ଯାହା ରେକର୍ଡ ସଂଖ୍ୟକ ଆୟ ମଧ୍ୟ କରିଛି।

Share