Posted inUncategorized

କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୧୮।୩: ନିକଟରେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିବା ତିରଥ ସିଂ ରାୱତ ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଏହି ମନ୍ତବ୍ୟ ଯୋଗୁ ଚାରିଆଡ଼େ ସେ ସମାଲୋଚନାର ଶିକାର ହେଉଛନ୍ତି। ମହିଳାମାନେ ଚିରା ଓ ଫଟା ଜିନ୍ସ ପିନ୍ଧି ସମାଜକୁ କି ପ୍ରକାରର ବାର୍ତ୍ତା ଦେବାକୁ ଚାହୁଁଛନ୍ତି ବୋଲି ରାୱତ ପ୍ରଶ୍ନ କରିଥିଲେ। ଏହା ଉପରେ କଡା ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନେକ ମହିଳା ଏହାକୁ ନେଇ ଆପତ୍ତି ଉଠାଛନ୍ତି। ବିବାଦ ବଢୁଥିବା ଦେଖି ମୁଖ୍ୟମନ୍ତ୍ରୀ କ୍ଷମା ମାଗିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ମୁଁ ସାମାନ୍ୟ ଏକ ଗ୍ରାମୀଣ ପରିବାରରୁ ଆସିଛି। ସ୍କୁଲ ଯାଉଥିବାବେଳେ ଯଦି କେବେ ପ୍ୟାଣ୍ଟ୍‌ ଫାଟିଯାଏ ତେବେ ଗୁରୁଜୀଙ୍କ ଡରରେ ତା’ ଉପରେ ପ୍ୟାଚ୍‌ ପକାଇ ଯାଉଥିଲୁ। ଏବେ କିନ୍ତୁ ଫଟା ଜିନ୍ସ ମାର୍କେଟରେ ମିଳୁଛି, ଯଦି ତାହା ନ ଫାଟିଥାଏ ତେବେ ପିଲାମାନେ ଘରେ ଆଣି କଇଁଚିରେ କାଟିଦେଉଛନ୍ତି। ସଂସ୍କାର ଏବଂ ଅନୁୁଶାସନ ପିଲାମାନେ ଘରୁ ଶିଖିଥାନ୍ତି। ମୋର ବି ଗୋଟିଏ ଝିଅ ଅଛି, ମୁଁ ସମସ୍ତଙ୍କ ପାଇଁ କହିଛି ବୋଲି ତିରଥ କହିଛି। ଯଦି ମୋ କଥାରେ କାହା ହୃଦୟକୁ ଆଘାତ ଲାଗିଛି ତେବେ ମୁଁ କ୍ଷମା ଚାହୁଁଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଶିଶୁ ସୁରକ୍ଷା ଆୟୋଗର ଏକ କର୍ମଶାଳାର ଉଦଘାଟନ ସମୟରେ ତିରଥ ସିଂ ରାୱତ ମହିଳା ପୋଷାକକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ, ଆଜିକାଲି ମହିଳାମାନେ ଚିରା ଜିନ୍ସ ପିନ୍ଧୁଛନ୍ତି, ଏସବୁ ଠିକ କି … ଏହା କି ପ୍ରକାର ସଂସ୍କାର? ପିଲାମାନଙ୍କ ମଧ୍ୟରେ କେମିତି ସଂସ୍କାର ଆସେ। ଏହା ଅଭିଭାବକଙ୍କ ଉପରେ ନିର୍ଭର କରେ। କିଛି ମହିଳା ପାଶ୍ଚାତ୍ୟ ସଂସ୍କୃତି ଦ୍ୱାରା ପ୍ରଭାବିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଯାହାକୁ ନେଇ ବିବାଦ ଉପୁଜିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଷାକ୍ତ ଶିଳ୍ପର ଯାତ୍ରା

ମାନବ ସଭ୍ୟତାର ସବୁଠାରୁ ବଡ଼ ଦୁଃଖଦ ଘଟଣା ମଧ୍ୟରୁ ଗୋଟିଏ ହେଉଛି, ଯେତେବେଳେ ଶିଳ୍ପ ଏବଂ ଲାଭ ପାଇଁ ଭୋକ ବୃଦ୍ଧି ପାଇଛି, ସେତେବେଳେ ପ୍ରଥମେ ମାନବ…

ବିଜେଡି କାହାକୁ କରିବ ରାଜ୍ୟ ସଭା ପ୍ରାର୍ଥୀ: ଏମିତି କିଛି କହିଲେ ଅଶୋକ ପଣ୍ଡା

ଭୁବନେଶ୍ୱର,୧୪।୨: ବିଜେଡିର ରାଜ୍ୟ ସଭା ପ୍ରାର୍ଥିତ୍ୱକୁ ନେଇ ମତ ରଖିଲେ ଅଶୋକ ପଣ୍ଡା। ସେ କହିଛନ୍ତି, ସାଙ୍ଗଠନିକ ଦକ୍ଷତା, ଅଭିଜ୍ଞତା, ଦଳ ପ୍ରତି ଆନୁଗତ୍ୟ ଓ ଅବଦାନ…

ଭାରତ-ପାକିସ୍ତାନ ମହାମୁକାବିଲାକୁ ନେଇ ଆସିଲା ବଡ଼ ଅପଡେଟ୍‌: ୨୪ ଘଣ୍ଟା ଭିତରେ…

ନୂଆଦିଲ୍ଲୀ,୯।୨: ଟି-୨୦ ବିଶ୍ୱକପ ଆରମ୍ଭ ହୋଇଛି। କିନ୍ତୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମହାମୁକାବିଲାକୁ ନେଇ ଏବେ ବି ଅନିଶ୍ଚିତତା ରହିଛି। ପରିସ୍ଥିତି ସ୍ପଷ୍ଟ କରିବା ପାଇଁ…

ସାମ୍ନାକୁ ଆସିଲା ସୁଇସାଇଡ ନୋଟ: ଆତ୍ମହତ୍ୟା କରିବା ପୂର୍ବରୁ ବାପାଙ୍କୁ ଏମିତି କଥା ଲେଖିଥିଲେ ୩ ଭଉଣୀ

ଗାଜିଆବାଦ,୪।୨: ଉତ୍ତର ପ୍ରଦେଶର ଗାଜିଆବାଦର ଟିଲା ମୋଡ ପୋଲିସ ଷ୍ଟେଶନ ଅଞ୍ଚଳର ଭାରତ ସିଟି ସୋସାଇଟିରେ ଏକ ଦୁଃଖଦ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ତିନି ଭଉଣୀ…

ରୁଷିଆରୁ ଆଉ ତେଲ କିଣିବନି ଭାରତ: ବଢିବ କି ପେଟ୍ରୋଲ- ଡିଜେଲ ଦାମ୍‌? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୩।୨: ଭାରତ ଏବଂ ଆମେରିକା ମଧ୍ୟରେ ସୋମବାର ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହି ସଦ୍ୟତମ ଚୁକ୍ତି ଅନୁଯାୟୀ, ଭାରତ ଏବେ ରୁଷିଆ ବଦଳରେ ଆମେରିକାରୁ ତେଲ…

ବାଂଲାଦେଶ କ୍ରିକେଟ ବୋର୍ଡକୁ ଠେଙ୍ଗା ଦେଖାଇଲା ଆୟର୍ଲାଣ୍ଡ, ସିଧା ପହଞ୍ଚିଲା ICC ନିକଟରେ

ଢାକା,୧୮।୧: ଆସନ୍ତା ମାସରେ ଆରମ୍ଭ ହେବାକୁ ଥିବା ICC T20 ବିଶ୍ୱକପ ପୂର୍ବରୁ ବାଂଲାଦେଶ ଏକ ହଇଚଇ ସୃଷ୍ଟି କରିଛି। ପ୍ରଥମେ, ଭାରତରେ ମ୍ୟାଚ ଖେଳିବାକୁ ଚାହୁଁନଥିବା…

ପୁରୀରେ ଅଭାବନୀୟ ଘଟଣା: କୁକୁର ମାଂସ ଛିଡ଼ାଇ ଖାଇବା ଭିଡିଓ ଭାଇରାଲ

ପୁରୀ,୧୭ା୧(ଅଜିତ୍‌ କୁମାର ମହାନ୍ତି): ପୁରୀରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି କୁକୁର ମାଂସ ଛିଡାଇ ଧରିଥିବା ନେଇ ଭିଡିଓ ଦେଖିବାକୁ ମିଳିଛି। ଭିଡିଓରେ…

ଓଡ଼ିଶା: ଆଜିର ଫଟୋ (୪ ଜନୁଆରୀ, ୨୦୨୬ )

ରବିବାର ମାଷ୍ଟର କ୍ୟାଣ୍ଟିନ୍ ଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ପଥ ଉତ୍ସବ ଆୟୋଜିତ ହୋଇଯାଇଛି

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri