ବିଲରେ ଗଜାହେଲା ପାଚିଲା ଧାନ

ପଟ୍ଟାମୁଣ୍ଡାଇ,୨୭ା୧୨ (କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ଅଞ୍ଚଳର ୨ଟି ପାଟର ପାଚିଲା ଧାନ ଏବେ ପାଣିରେ ଲୋଟିଛି। ଲଗାଣବର୍ଷା ଉଜାଡ଼ି ଦେଇଛି ଭାତହାଣ୍ଡି। ବର୍ଷାରେ ଶହ ଶହ ଏକର ଚାଷ ଜମିରେ ଧାନ ପାଣିରେ ବୁଡ଼ି ଗଜା ହେବାକୁ ବସିଲାଣି। କଚଡ଼ା ସହ ଧାନ ବସ୍ତା ମଧ୍ୟ ବର୍ଷାରେ ଭିଜି ନଷ୍ଟ ହୋଇଛି। ଚାଷୀ ଫସଲ କରିବା ପାଇଁ ବ୍ୟାଙ୍କ ଓ ସାହୁକାରଠାରୁ ଋଣ ନେଇଥିବା ଚାଷୀ ଏବେ ହରଡ଼ଘଣାରେ ପଡ଼ିଛି। ପରିଶ୍ରମର ମୂଲ ମିଳିବ କି ନାହିଁ ଏଭଳି ଅନେକ ପ୍ରଶ୍ନ ଚାଷୀଙ୍କ ଚିନ୍ତାକୁ ବଢ଼ାଇ ଦେଇଛି। ଏପରିସ୍ଥଳେ ଧାନର ମାନ ଖରାପ ଥିଲେ ମଧ୍ୟ ମଣ୍ଡିରେ କିଣାଯିବ ବୋଲି ରାଜ୍ୟ ସରକାରଙ୍କ ଆଶ୍ୱାସନା ଦେଇଛନ୍ତି। ଧାନ ବିଲରେ ଗଜା ହୋଇ ନଷ୍ଟ ହୋଇଯିବା କ୍ଷତିପୂରଣକୁ ନେଇ ଚାଷୀଙ୍କ ମନରେ ଛନକା ପଶିଛି।
କୃଷକ ନେତା ବିଜୟ ଦାଶ କହିଛନ୍ତି, ପୂର୍ବରୁ ୩ ଦିନ ଧରି ବର୍ଷା ପରେ ଚାଷୀ ଜୀବନ ବିକଳରେ କିଛି ଅମଳ କରିବା ଆଶା ନେଇ କଚଡ଼ାକୁ ପାଣିରୁ ଛାଣି ଶୁଖେଇବା ସହ ଧାନକାଟି ଅମଳ କରିବାକୁ ଚେଷ୍ଟା ଜାରି ରଖିଥିଲେ। ହେଲେ ପୁଣି ମଙ୍ଗଳବାରଠାରୁ ବର୍ଷା ଆରମ୍ଭ ହୋଇଥିଲା। ଯାହା ଚାଷୀଙ୍କ ସମସ୍ତ ଆଶାକୁ ଭାଙ୍ଗି ଚୁରମାର କରିଦେଇଛି। ଗୁରୁବାର ସକାଳୁ ବର୍ଷାର ଛାଡ଼ିଛି। ମାତ୍ର କଟା ହୋଇ ବିଲରେ ପଡ଼ିଥିବା ପାଚିଲା ଧାନ କଚଡ଼ା ପାଣିରେ ବୁଡ଼ି ଗଜା ହୋଇଯାଇଛି। ଚାଷୀ ଅଜୟ ନାୟକ କହିଛନ୍ତି, ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚଳିତ ଖରିଫ ଧାନ ଚାଷ ୧୧ ହଜାର ୩୦୦ ହେକ୍ଟର ଜମିରେ ହୋଇଥିଲା। ସେଥିମଧ୍ୟରୁ ପାଖାପାଖି ଅଢ଼େଇ ହଜାର ହେକ୍ଟର ଜମିରୁ ଧାନ କଟା ହୋଇଥିବା ବେଳେ ରବିବାର ସୋମବାର ୨ ହଜାର ହେକ୍ଟର ଜମିରୁ ଧାନ କଟା ଯାଇଥିଲା। କିଛି ଧାନ ଅମଳ ହୋଇ ଖଳାକୁ କଚଡ଼ା ଆସିଥିବା ବେଳେ ଅଧିକ ଧାନ ବିଲରେ ପଡ଼ିଥିଲା। ଯାହାକି ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ବର୍ଷାରେ ସବୁଧାନ ଗଜା ହେବା ସାଙ୍ଗକୁ ପଚିଯାଇଛି। ଅବଶିଷ୍ଟ କଟା ଯାଇ ନ ଥିବା ସାଢ଼େ ୭ ହଜାର ହେକ୍ଟର ଜମିରେ ଏବେ ଧାନ ପାଣିରେ ବୁଡ଼ି ରହିଛି। ବିଲରୁ ପାଣି ଶୁଖିଲା ବେଳକୁ ସମସ୍ତ ଧାନ ଝଡ଼ିଯିବା ନିଶ୍ଚିତ। ଧାର, କରଜ କରି ଧାନ ଚାଷ କରିଥିବା ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ଚାଷୀ ଅଭୟ ବଳ, ରଞ୍ଜିତ ପ୍ରଧାନ, ନରେଶ ଜେନା ପ୍ରମୁଖ କହିଛନ୍ତି, ପଟ୍ଟାମୁଣ୍ଡାଇ ବ୍ଲକର ଧୋୟାଞ୍ଚଳର ଅଣ୍ଢରା, ଅମୃତମଣୋହି, ବଲୁରିଆ, ତରଡ଼ିପାଳ, ପେଣ୍ଠପାଳ, ଅଳପୁଆ, ସିଂହଗଁା, ବାଲିପାଟଣା, ବାଛରା, ନୀଳକଣ୍ଠପୁର, ଶ୍ରୀରାମପୁର, ଡାମରପୁର, ବଳଭଦ୍ରପୁର, ଶାସନ ଓ ଉତିକଣ ଅଞ୍ଚଳର ଚନ୍ଦନନଗର, ଦୋଷିଆ, ଓଉପଦା, ସଂସାରଫଳ, ଖଣତା, ବିଲିକଣା, ବଡ଼ପଡା, ବଡ଼ମୋହନପୁର, ଦିହୁଡିପୁର, ସାନଜରିଆ, ଅରଡ଼ପଲ୍ଲୀ, ଗଙ୍ଗାରାମପୁର, କଖାରୁଣୀ, ଖଡିଅଣ୍ଟ, ନରସିଂହପୁର, ଡିହାପଡ଼ା, ବଡ଼ମୂଳବସନ୍ତ ଆଦି ପଞ୍ଚାୟତରେ ଓ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅନ୍ତର୍ଗତ ବାଲିପଡ଼ା, କଷଣଅଣ୍ଟା, ତଳବାଲିପଡ଼ା, ବଳଦେବନଗର, ସିଦ୍ଧପାଟଣା, ପୋଖରୀଆପଡ଼ା, ତନୁପୁର, ନନ୍ଦିନୀନଗର, ନୂଆଗଁା, କାକୁଡିପଲ୍ଲୀ, ଅଳଭା, ମାଟିଆ, ବେଲତଳ ଓ ଦକ୍ଷିଣଦିଆ ଆଦି ବିଭିନ୍ନ ଅଞ୍ଚଳରେ ଥିବା ଜମିର ଧାନ ସହ ପନିପରିବା ଫସଲ ମଧ୍ୟ ଉଜୁଡି ଯାଇଛି। ଚକିତବର୍ଷ ଭଲ ଧାନ ଫସଲ ହୋଇଥିବାରୁ ବହୁ ଆଶା ନେଇ ଚାଷୀମାନେ ଧାନ କଟା ସାରି ବସ୍ତା କରି ମଣ୍ଡିକୁ ଯିବାକୁ ପ୍ରସ୍ତୁତ ହେଉ ଥିଲେ। ଏହି ସମୟରେ ଦଇବ ଦାଉ ସାଧିଛି। ଅନ୍ୟପକ୍ଷରେ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ମଧ୍ୟ ସରକାର ପ୍ରସ୍ତୁତ ଥିବା ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗଣମଧ୍ୟମକୁ କହିଛନ୍ତି, ଅଦିନିଆ ବୃଷ୍ଟିପାତ ଜନିତ କ୍ଷୟକ୍ଷତି ପୂରଣ ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ଯାହା ନିୟମ ଅଛି ସେହି ଅନୁସାରେ କ୍ଷତିପୂରଣ ଦିଆଯିବ। ସରକାର ଓ ଚାଷୀଙ୍କ ଭିତରେ ସହାଭାଗିତା ଦରକାର। ଜିଲା ପ୍ରଶାସନ ମଧ୍ୟ ସହାୟତା କରିବ। ଚାଷୀ ଆଦୌ ବ୍ୟସ୍ତ ବିବ୍ରତ ହୁଅନ୍ତୁ ନାହିଁ। ସରକାର ଲୋକଙ୍କ ସାଙ୍ଗରେ ଅଛୁ ବୋଲି ସେ ଆଶ୍ୱାସନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri