Posted inଜାତୀୟ

ଓଲଟା ଗିୟର ପାର୍ଟି କଂଗ୍ରେସ କ୍ଷମତାକୁ ଆସିଲେ ବଢ଼ିବ ଦଙ୍ଗା, ଧାର୍ମିକ ଭିତ୍ତିରେ ନ ମିଳୁ ସଂରକ୍ଷଣ: ଶାହା…

ବେଙ୍ଗାଲୁରୁ,୨୫।୪ : କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଙ୍ଗଳବାର କର୍ନାଟକର ବାଗଲକୋଟରେ ଏକ ସାଧାରଣ ସଭାରେ ଯୋଗ ଦେଇଛନ୍ତି। ଏହି ସମୟରେ ସେ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଭାଜପା ଛାଡ଼ି କଂଗ୍ରେସରେ ଯୋଗ ଦେଇଥିବା ନେତାଙ୍କ ଆଧାରରେ କଂଗ୍ରେସ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି। ସମ୍ପ୍ରତି କଂଗ୍ରେସରେ ଦେବାଳିଆ ସ୍ଥିତି ସୃଷ୍ଟି ହୋଇଛି। ଦଳରେ କେହି ଆଗଧାଡ଼ିର ପ୍ରଭାବଶାଳୀ ନେତା ନାହାନ୍ତି। ତେଣୁ କଂଗ୍ରେସ ଭାଜପା ଛାନିଥିବା ନେତାଙ୍କ ଉପରେ ଭରସା କରୁଛି।

ରାଜ୍ୟରେ ଧର୍ମ ଆଧାରରେ ଚାରି ପ୍ରତିଶତ ସଂରକ୍ଷଣ ମୁସଲମାନଙ୍କ ପାଇଁ ରହିଛି। ଭୋଟ ବ୍ୟାଙ୍କର ଲୋଭରେ ନ ପଡ଼ି ଭାଜପା ସରକାର ଏହି ମୁସଲିମ ସଂରକ୍ଷଣକୁ ରଦ୍ଦ କରିଦେଇଛନ୍ତି। ଆମେ ବିଶ୍ୱାସ କରୁ ଯେ ଧର୍ମ ଆଧାରରେ କୌଣସି ସଂରକ୍ଷଣ ରହିବା ଉଚିତ ନୁହେଁ। ମୁସଲମାନ ସଂରକ୍ଷଣ ସମାପ୍ତ କରିବା ପରେ, ଆମେ ଏସସି, ଏସଟି, ଭୋକଲିଙ୍ଗା ଏବଂ ଲିଙ୍ଗାୟତଙ୍କ ପାଇଁ ସଂରକ୍ଷଣ ବୃଦ୍ଧି କରିବାକୁ କାର୍ଯ୍ୟ କରିଛୁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଅ ବର୍ଷ ଧରି କେନ୍ଦ୍ରରୁ କର୍ନାଟକକୁ ବହୁ ଟଙ୍କା ଏବଂ ଯୋଜନା ପଠାଇବା କାର୍ଯ୍ୟ କରିଛନ୍ତି। ଯଦି କଂଗ୍ରେସ କ୍ଷମତାକୁ ଆସେ, ତେବେ ରାଜ୍ୟରେ ଦୁର୍ନୀତି, ତୁଷ୍ଟିକରଣ ଏବଂ ପାରିବାରବାଦ ବଢ଼ିବ। ଏଥିସହିତ ସମଗ୍ର କର୍ନାଟକରେ ଦଙ୍ଗା ହେବାର ସମ୍ଭାବନା ରହିଛି।

ଏହି ନିର୍ବାଚନର ଉଦ୍ଦେଶ୍ୟ ହେଉଛି କର୍ନାଟକକୁ ସମ୍ପୂର୍ଣ୍ଣ ବିକଶିତ ରାଜ୍ୟ କରିବା। ଏହି ନିର୍ବାଚନ ମାଧ୍ୟମରେ ରାଜ୍ୟରେ ରାଜନୈତିକ ସ୍ଥିରତା ଆଣିବାରେ ଭାଜପା ସହାୟତା କରିବ।

କଂଗ୍ରେସ ଏକ ଓଲଟା ଗିୟର ପାର୍ଟି । ଗୋଟିଏ ପଟେ ଭାଜପାର ଡବଲ ଇଞ୍ଜିନ ସରକାର ଏବଂ ଅନ୍ୟ ପଟେ ଓଲଟା ଗିୟର ଦଳ ଅଛି। ଯଦି କଂଗ୍ରେସ ସରକାର ଗଠନ ହୁଏ, ତେବେ କର୍ନାଟକର ବିକାଶ ଓଲଟା ଗିୟରରେ ହେବ। ତେଣୁ ଏଥି ପ୍ରତି ସଚେତନ ରହିବା ଜରୁରୀ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri