Categories: ବାଣିଜ୍ୟ

ମୁକେଶ ଅମ୍ବାନୀଙ୍କୁ ଝଟ୍‌କା, ଧନୀ ତାଲିକାରୁ ଖସିଲେ

ନୂଆଦିଲ୍ଲୀ, ୩।୧୧: ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ଜବରଦସ୍ତ ଝଟ୍‌କା ଲାଗିଛି। ଶେୟାର ମୂଲ୍ୟ ଖସିବା ଯୋଗୁ ରିଲାଏନ୍ସକୁ ବହୁ କ୍ଷତି ସହିବାକୁ ପଡିଛି। ଫଳସ୍ବରୂପ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ପ୍ରାୟ ୬.୮ ବିଲିୟନ ଡ଼ଲାର (ପ୍ରାୟ ୫୦ ହଜାର କୋଟି ଟଙ୍କା) ହ୍ରାସ ପାଇଛି ଏବଂ ସେ ବିଶ୍ୱର ଶ୍ରେଷ୍ଠ ଧନୀ ତାଲିକାରେ ଷଷ୍ଠ ସ୍ଥାନରୁ ନବମ ସ୍ଥାନକୁ ଖସି ଆସିଛନ୍ତି। ଏବେ ତାଙ୍କ ପାଖରେ ୭୧.୫ ବିଲିୟନ ଡଲାରର ସମ୍ପତ୍ତି ରହିଛି। ସୂଚନାଯୋଗ୍ୟ,ସେପ୍ଟେମ୍ବର କ୍ୱାର୍ଟରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (ଆର୍‌ଆଇଏଲ୍‌)ର ଲାଭ ପୂର୍ବ ବର୍ଷ ତୁଳନାରେ ୧୫ ପ୍ରତିଶତ କମ ଥିଲା। ଏହି କାରଣରୁ କମ୍ପାନୀର ଅଂଶଧନ ହ୍ରାସ ପାଇଛି। ସୋମବାର ଦିନ କମ୍ପାନୀର ଷ୍ଟକ ୮.୬୨ ପ୍ରତିଶତ ହ୍ରାସ ପାଇ ୧୮୭୭ ଟଙ୍କା ହୋଇଛି। ଏହାଯୋଗୁ ରିଲାଏନ୍ସର ବଜାର ପୁଞ୍ଜିକରଣ(ମାର୍କେଟ କ୍ୟାପ୍‌)ରେ ୧.୨ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି।

Share