ମାନସିକ ଅନଗ୍ରସରଙ୍କ ଅଧିକାର: ସେମାନଙ୍କ ପାଇଁ ମୁକ୍ତ ଆଇନ ସହାୟତା

ଦିଗପହଣ୍ଡି, ୧୦|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା  ଦିଗପହଣ୍ଡି ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ଶନିବାର ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଆଲୋଚନା ସଭାରେ ଆଇନ ସହାୟତା କମିଟି ଅଧ୍ୟକ୍ଷା ତଥା ସିଭିଲ ଜଜ ସିନିୟର ଡିଭିଜନ କୋର୍ଟ ର ମାଜିଷ୍ଟ୍ରେଟ ମହାଶ୍ଵେତା ପରିଜା ଅଧ୍ୟକ୍ଷତା କରିଥିଲେ।ଦିଗପହଣ୍ଡି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ନିଳିମା ଷଡଙ୍ଗୀ,ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡା. ଜିତେନ୍ ସୋରେନ, ସରକାରୀ ଓକିଲ ସନ୍ତୋଷ କୁମାର ସାହୁ, ଆଇନଜୀବି ହରପ୍ରସାଦ ରଥ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ।ଏଥିରେ ମାନସିକ ଅବସାଦର କାରଣ ଓ ନିରାକରଣ ଏବଂ ମାନସିକ ଅନଗ୍ରସର ବ୍ୟକ୍ତିଙ୍କ ଆଇନଗତ ଅଧିକାର, ସେମାନଙ୍କ ପାଇଁ ମୁକ୍ତ ଆଇନ ସହାୟତା ବ୍ୟବସ୍ଥା, ସେମାନଙ୍କ ପ୍ରତି ସାଧାରଣ ନାଗରିକଙ୍କ କର୍ତ୍ତବ୍ୟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା। ସଭାରେ ଆଇନଜୀବି ଚନ୍ଦ୍ରଧ୍ଵଜ ସିଂହ, ଗିରିଜା ନନ୍ଦନ ମେକାପ, କିଶୋର ଚନ୍ଦ୍ର ଗୌଡ଼ ଙ୍କ ସମେତ ସଚେତନ ନାଗରିକ ବୃନ୍ଦ, ମହିଳା ସ୍ବାସ୍ଥ୍ୟକର୍ମୀ ବୃନ୍ଦ, ଆଶା କର୍ମୀ,ସ୍ବାସ୍ଥ୍ୟ ସେବିକା ବୃନ୍ଦ ଉପସ୍ଥିତ ଥିଲେ। କୋର୍ଟ କର୍ମଚାରୀ ପ୍ରଦୀପ ପୁରୋହିତ, ସଂଗ୍ରାମ କେଶରୀ ପଣ୍ଡା, ବାଲ୍ୟକୃଷ୍ଣ ପଣ୍ଡା, ପିଲଚୁ . ହେମ୍ବ୍ରମ, ରୁଦ୍ର ପ୍ରସାଦ ତାଣ୍ଡିଆ, କାଳିଆ ନାୟକ, କେ. ନୋକେୟା, ବିକ୍ରମ ବେହେରା, ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀ ରବି ପ୍ରସାଦ ପାତ୍ର, ପି. ତାରିଣୀ ପ୍ରମୁଖ ସଭାକାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ।

 

Dharitri – Odisha’s No.1 Odia Daily

Share