ଚଷାନିମଖଣ୍ଡିରେ ରିଗିଂ ଉଦ୍ୟମ ବିଫଳ

ଦିଗପହଣ୍ଡି,୧୭।୨(ଡି.ଏନ.ଏ.) ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ତାଳପଡ଼ା ଗାଁରେ ବୁଥ ଦଖଲ ପାଇଁ ଉଦ୍ୟମରୁ ୨ ଗୋଷ୍ଠୀ ମଧ୍ୟରେ ମୁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ବୁଧବାର ଗାଁ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ୫ ନଂ ବୁଥକୁ ଦଖଲ କରି ରିଗିଂ ପାଇଁ ସ୍ଥାନୀୟ ଜଣେ ପ୍ରଭାବଶାଳୀ ଶିକ୍ଷକଙ୍କ ନେତୃତ୍ୱରେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର କର୍ମୀମାନେ ଉଦ୍ୟମ କରିଥିଲେ। ଏହାକୁ କେନ୍ଦ୍ରକରି ୨ ଗୋଷ୍ଠୀ ମଧ୍ୟରେ ମୁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ନିର୍ଦ୍ଧିଷ୍ଟ ଦଳର ସମର୍ଥକମାନେ ହାତରେ ବିଭିନ୍ନ ମାରଣାସ୍ତ୍ର ଧରି ବୁଥ ମଧ୍ୟରେ ଜବରଦସ୍ତ ଧସେଇ ପଶିଥିଲେ। ପରେ ସେମାନେ ବିପକ୍ଷ ଦଳର ପ୍ରାର୍ଥୀମାନଙ୍କ ଏଜେଣ୍ଟ ଦେବେନ୍ଦ୍ର ନାୟକ, ସନ୍ତୋଷ ପାଇକ, ବୁଲା ଦଳାଇ ଏବଂ ବନମାଳୀ ଦଳାଇଙ୍କ ସମେତ ବହୁ ସଂଖ୍ୟକ ଭୋଟରଙ୍କୁ ଧମକ ଦେବା ସହ ଧକ୍କା ମାରି ସେଠାରୁ ତଡ଼ି ଦେବା ସହ ବୁଥ ଥିବା ଶ୍ରେଣୀ ଗୃହରେ ତାଲା ପକାଇ ଦେଇଥିଲେ। ଫଳରେ ଅନେକ ଭୋଟର ସେମାନଙ୍କ ମତଦାନରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ଖବର ପାଇ ଗାଁର ୩ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ବହୁ ସଂଖ୍ୟକ ମହିଳା ଠେଙ୍ଗା, ବାଡି ଧରି ବୁଥକୁ ଘେରି ଯାଇଥିଲେ। ଦିଗପହଣ୍ଡି ଆଇଆଇସି ବସନ୍ତ କୁମାର ସେଠୀ ଏବଂ ବ୍ରହ୍ମପୁର ଟାଉନ୍‌ ଥାନା ଆଇଆଇସି ପୋଲିସ ମୋବାଇଲ ଟିମ୍‌ର କୁଇକ୍‌ ଆକ୍ସନ ଫୋର୍ସ ସହ ପହଞ୍ଚିବା ପୂର୍ବରୁ ବୁଥ ଦଖଲ କରି ରେଗିଂ ପାଇଁ ପ୍ରସ୍ତୁତ ଥିବା ନିର୍ଦ୍ଦିିଷ୍ଟ ରାଜନୈତିକ ଦଳର ସମର୍ଥକ ମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ। ପରେ ପୋଲିସ ଉଭୟ ଗୋଷ୍ଠୀର ସମର୍ଥକମାନଙ୍କୁ ଘଉଡାଇବା ପାଇଁ ଲାଠି ମାଡ ପାଇଁ ପ୍ରସ୍ତୁତ ହେବାରୁ ମହିଳା ଗୋଷ୍ଠୀ ଉତ୍ତେଜିତ ହୋଇ ପୋଲିସ ଅଧିକାରୀ ମାନଙ୍କ ସହ ଯୁକ୍ତିତର୍କ କରିଥିଲେ। ପୋଲିସ ବୁଝାଶୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲେ ମଧ୍ୟ ସମ୍ପୃକ୍ତ ଗାଁରେ ଚାପା ଉତ୍ତେଜନା ଲାଗିରହିଛି। ପୋଲିଂ ପାର୍ଟିର କର୍ମଚାରୀମାନେ ପୋଲିସ କର୍ଡନରେ ଫେରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସଡିଓଙ୍କ ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା: ଏତିକି ଟଙ୍କାର ରଖିଥିଲେ ମେଶିନ

ଭଞ୍ଜନଗର,୨୬।୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ ଡହ ଜଳସମ୍ପଦ ବିଭାଗ ଏସଡିଓ ପଞ୍ଚୁ ବେହେରାଙ୍କ ସରକାରୀ କାର୍ଯ୍ୟାଳୟ ଏବଂ ବାସଭବନରେ ଭିଜିଲାନ୍ସ ଟିମ ଗୁରୁବାର ସକାଳୁ ଆୟ…

ଧରିତ୍ରୀର ପ୍ରଭାବ; ବୁଲା କୁକୁର ଉପରେ ମୁଖ୍ୟମନ୍ତ୍ରୀ ବସ୍ ଚଢ଼ାଇ ଦେବା ଘଟଣା, ଆକ୍ସନ ମୋଡରେ ବିଡିଓ

ଗଞ୍ଜାମ,୨୬।୩ (ବିଦ୍ୟାଧର ସାହୁ):  ମୁଖ୍ୟମନ୍ତ୍ରୀ ବସ୍ ଚାଳକଙ୍କ ମନମୁଖୀ ଗାଡ଼ିଚାଳନା ଘଟଣା । ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଆକ୍ସନ ମୋଡରେ ପ୍ରଶାସନ । ଡ୍ରାଇଭରମାନଙ୍କୁ…

ଗଞ୍ଜାମ ସହରରେ ଗୁଟଖା ତମାଖୁ କଳାବଜାର, ଚଢ଼ା ଦରରେ ବିକ୍ରି ଅଭିଯୋଗ

ଗଞ୍ଜାମ,୨୬।୩ (ବିଦ୍ୟାଧର ସାହୁ): ଗତ କିଛି ଦିନ ହେଲା ଗଞ୍ଜାମ ସହରରେ ଗୁଟଖା କଳା ବଜାର ହେଉଛି ।ପୂର୍ବରୁ ରାଧା ଖଇନି, ପାନ ମସଲା ବିମଳ, ସଫଳ…

ଏସଡିଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୫ଟି ସ୍ଥାନରେ ଚାଲିଛି ତନାଘନା

ଭଞ୍ଜନଗର,୨୬/୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ ଡହ ଜଳସମ୍ପଦ ବିଭାଗ ଏସଡିଓ ପଞ୍ଚୁ ବେହେରାଙ୍କ ସରକାରୀ କାର୍ଯ୍ୟାଳୟ ଏବଂ ବାସଭବନରେ ଭିଜିଲାନ୍ସ ଟିମ ଗୁରୁବାର ସକାଳୁ ଆୟ…

ମାନବିକତା ଭୁଲିଲେ ‘ମୋ ବସ’ ଚାଳକ: ହର୍ନ ମାରିଲେ, ନ ଉଠିବାରୁ ଚଢ଼ାଇ ଦେଲେ…

ଗଞ୍ଜାମ, ୨୫।୩ (ବିଦ୍ୟାଧର ସାହୁ): ଦିନକୁ ଦିନ ‘ମୋ ବସ’ (ଲକ୍ଷ୍ମୀ) ଚାଳକଙ୍କ ମନମୁଖୀ ଗାଡ଼ିଚାଳନା ଓ ଔଦ୍ଧତ୍ୟ ବଢ଼ିବାରେ ଲାଗିଛି। ସାଧାରଣ ଯାତ୍ରୀଙ୍କୁ ହଇରାଣ କରିବା…

ଭେଲିଡେସନ ଆକ୍ଟ ବିରୁଦ୍ଧରେ ଗର୍ଜିଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ: ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ)- ଗଞ୍ଜାମ  ଜିଲା ଭଞ୍ଜନଗର ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଙ୍ଘ ପେନସନର୍ସ ଭେଲିଡେସନ ଆକ୍ଟ ୨୦୨୫ କୁ ବିରୋଧ କରିଛି। ଉକ୍ତ ଆକ୍ଟ ବିରୁଦ୍ଧରେ…

ଅବସରପ୍ରାପ୍ତ ପ୍ରାଧ୍ୟାପକଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା 

ଦିଗପହଣ୍ଡି,୨୫।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜର ଅବସରପ୍ରାପ୍ତ ପ୍ରାଧ୍ୟାପକ ଉଜ୍ଜଳ ପଣ୍ଡାଙ୍କ ୬୬ ବର୍ଷ ବୟସରେ ପରଲୋକ ହୋଇଛି । ସେ…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri