ଚଷାନିମଖଣ୍ଡିରେ ରିଗିଂ ଉଦ୍ୟମ ବିଫଳ

ଦିଗପହଣ୍ଡି,୧୭।୨(ଡି.ଏନ.ଏ.) ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ତାଳପଡ଼ା ଗାଁରେ ବୁଥ ଦଖଲ ପାଇଁ ଉଦ୍ୟମରୁ ୨ ଗୋଷ୍ଠୀ ମଧ୍ୟରେ ମୁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ବୁଧବାର ଗାଁ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ୫ ନଂ ବୁଥକୁ ଦଖଲ କରି ରିଗିଂ ପାଇଁ ସ୍ଥାନୀୟ ଜଣେ ପ୍ରଭାବଶାଳୀ ଶିକ୍ଷକଙ୍କ ନେତୃତ୍ୱରେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର କର୍ମୀମାନେ ଉଦ୍ୟମ କରିଥିଲେ। ଏହାକୁ କେନ୍ଦ୍ରକରି ୨ ଗୋଷ୍ଠୀ ମଧ୍ୟରେ ମୁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ନିର୍ଦ୍ଧିଷ୍ଟ ଦଳର ସମର୍ଥକମାନେ ହାତରେ ବିଭିନ୍ନ ମାରଣାସ୍ତ୍ର ଧରି ବୁଥ ମଧ୍ୟରେ ଜବରଦସ୍ତ ଧସେଇ ପଶିଥିଲେ। ପରେ ସେମାନେ ବିପକ୍ଷ ଦଳର ପ୍ରାର୍ଥୀମାନଙ୍କ ଏଜେଣ୍ଟ ଦେବେନ୍ଦ୍ର ନାୟକ, ସନ୍ତୋଷ ପାଇକ, ବୁଲା ଦଳାଇ ଏବଂ ବନମାଳୀ ଦଳାଇଙ୍କ ସମେତ ବହୁ ସଂଖ୍ୟକ ଭୋଟରଙ୍କୁ ଧମକ ଦେବା ସହ ଧକ୍କା ମାରି ସେଠାରୁ ତଡ଼ି ଦେବା ସହ ବୁଥ ଥିବା ଶ୍ରେଣୀ ଗୃହରେ ତାଲା ପକାଇ ଦେଇଥିଲେ। ଫଳରେ ଅନେକ ଭୋଟର ସେମାନଙ୍କ ମତଦାନରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ଖବର ପାଇ ଗାଁର ୩ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ବହୁ ସଂଖ୍ୟକ ମହିଳା ଠେଙ୍ଗା, ବାଡି ଧରି ବୁଥକୁ ଘେରି ଯାଇଥିଲେ। ଦିଗପହଣ୍ଡି ଆଇଆଇସି ବସନ୍ତ କୁମାର ସେଠୀ ଏବଂ ବ୍ରହ୍ମପୁର ଟାଉନ୍‌ ଥାନା ଆଇଆଇସି ପୋଲିସ ମୋବାଇଲ ଟିମ୍‌ର କୁଇକ୍‌ ଆକ୍ସନ ଫୋର୍ସ ସହ ପହଞ୍ଚିବା ପୂର୍ବରୁ ବୁଥ ଦଖଲ କରି ରେଗିଂ ପାଇଁ ପ୍ରସ୍ତୁତ ଥିବା ନିର୍ଦ୍ଦିିଷ୍ଟ ରାଜନୈତିକ ଦଳର ସମର୍ଥକ ମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ। ପରେ ପୋଲିସ ଉଭୟ ଗୋଷ୍ଠୀର ସମର୍ଥକମାନଙ୍କୁ ଘଉଡାଇବା ପାଇଁ ଲାଠି ମାଡ ପାଇଁ ପ୍ରସ୍ତୁତ ହେବାରୁ ମହିଳା ଗୋଷ୍ଠୀ ଉତ୍ତେଜିତ ହୋଇ ପୋଲିସ ଅଧିକାରୀ ମାନଙ୍କ ସହ ଯୁକ୍ତିତର୍କ କରିଥିଲେ। ପୋଲିସ ବୁଝାଶୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲେ ମଧ୍ୟ ସମ୍ପୃକ୍ତ ଗାଁରେ ଚାପା ଉତ୍ତେଜନା ଲାଗିରହିଛି। ପୋଲିଂ ପାର୍ଟିର କର୍ମଚାରୀମାନେ ପୋଲିସ କର୍ଡନରେ ଫେରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ଏକାଠି ହେଲେ ହଳଦିଆ ତୈଳିକ ବୈଶ୍ୟ ସମାଜ ସଭ୍ୟ, ବିଭିନ୍ନ ସମସ୍ୟା ନେଇ

ଦିଗପହଣ୍ଡି,୮ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଚିକିଟି ଓ ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜର ଏକ ଆଲୋଚନା ସଭା ସାନଖେମୁଣ୍ଡି ବ୍ଲକ ଜିଉରା ଗ୍ରାମ...

ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା ଏମିତି ଏକ ଜନ୍ତୁ, ତା’ପରେ…

ଭଞ୍ଜନଗର,୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାର ସୋରାଦେବୀ ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଅଜଣା ଜନ୍ତୁକୁ ଧକ୍କା ଦେଇ ଜଣେ...

ଟାଇକୋଣ୍ଡୋ ଏକାଡେମୀର ଗୌରବମୟ ସଫଳତା: ସୋହନଙ୍କୁ ମିଳିଲା…

ଛତ୍ରପୁର,୮।୧୨(ଦିଲ୍ଲୀପ ସାମଲ): ଛତ୍ରପୁର ନିକଟ ଧିରେଶର୍‌ ବିଦ୍ୟାପୀଠର ନବମ ଶ୍ରେଣୀ ଛାତ୍ର ଏସ୍‌. ସୋହନ ରେଡ୍ଡି ଅରୁଣାଞ୍ଚଳ ପ୍ରଦେଶରେ ହୋଇଥିବା ଜାତୀୟ ବିଦ୍ୟାଳୟ ସମୂହ କ୍ରୀଡା...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri