ଦଳର ପ୍ରଦର୍ଶନ ଦେଖି ୩-୪ ଟିଭି ରିମୋଟ ଭାଙ୍ଗିଦେଲେ କୋଚ

ମୁମ୍ବାଇ,୨୭।୪: ଆଇପିଏଲ ୨୦୨୨ରେ ଦିଲ୍ଲୀର ପ୍ରଦର୍ଶନ କିଛି ବିଶେଷ ହୋଇନାହିଁ। ୭ଟି ମ୍ୟାଚ୍‌ରେ ଚାରିଟି ପରାଜୟ ଏବଂ ତିନୋଟି ବିଜୟ ସହିତ ଦଳ ପଏଣ୍ଟ ଟେବୁଲରେ ସପ୍ତମ ସ୍ଥାନରେ ରହିଛି। ଦଳକୁ ବିଜୟ ଟ୍ରାକ୍‌କୁ ଫେରିବା ପାଇଁ ତାଙ୍କ ଦଳକୁ କେବଳ ଲୟ ଆବଶ୍ୟକ ବୋଲି କାଚ ରିକି ପଣ୍ଟିଙ୍ଗ ବିଶ୍ୱାସ କରନ୍ତି। କ୍ୱାରାଣ୍ଟାଇନରୁ ବାହାରିବା ପରେ ପଣ୍ଟିଂ ଦଳର ପ୍ରଦର୍ଶନ ନେଇ ଆଲୋଚନା କରିଛନ୍ତି। ଆଇସୋଲେସନରେ ରାଜସ୍ଥାନ ବିପକ୍ଷ ମ୍ୟାଚ ଦେଖିବାବେଳେ ‘ନୋ ବଲ୍‌’ ଘଟଣା ବେଳେ ପଣ୍ଟିଂ ତିନିରୁ ଚାରି ଟିଭି ରିମୋଟ ଭାଙ୍ଗିବା ସହ ପାଣି ବୋତଲ ମଧ୍ୟ କାନ୍ଥରେ ଫୋପାଡି ଦେଇଥିଲେ। ଦଳର କୋଚ ହେବା ସମୟରେ ବେଳେବେଳେ ମନରେ କ୍ରୋଧ ଆସେ ବୋଲି ସେ କହିଛନ୍ତି।
ପଣ୍ଟିଂ ଏହା ମଧ୍ୟ କହିଛନ୍ତି, ତାଙ୍କ ଦଳ ଗୋଟିଏ ମ୍ୟାଚରେ ୩୬ ରୁ ୩୭ ଓଭର ଭଲ ଖେଳନ୍ତି, କିନ୍ତୁ ତିନିରୁ ଚାରି ଓଭରରେ ପୂରା ମ୍ୟାଚ ହାରିଯାଆନ୍ତି। ଏହି କାରଣରୁ ତାଙ୍କ ଦଳ କ୍ରମାଗତ ଭଲ ପ୍ରଦର୍ଶନ କରିବାରେ ସକ୍ଷମ ହୋଇନାହିଁ। ମୁଁ ଜାଣେ ଆମେ ବିଜୟ ଟ୍ରାକକୁ ଫେରିବୁ। ଆମକୁ ନିଜ ଉପରେ ବିଶ୍ୱାସ ରଖିବାକୁ ପଡିବ। ଆମକୁ ସକାରାତ୍ମକ ରହିବାକୁ ପଡିବ।
ସୂଚନାଯୋଗ୍ୟ,ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ର ଶେଷ ଓଭର୍‌ରେ ହାଇଡ୍ରାମା ଦେଖିବାକୁ ମିଳିଥିଲା। ଶେଷ ଓଭର୍‌ରେ ଦିଲ୍ଲୀକୁ ଜିତିବା ପାଇଁ ୩୬ ରନ୍‌ର ଆବଶ୍ୟକତା ଥିଲା। ବ୍ୟାଟିଂ କରୁଥିବା ରୋଭମନ ପାୱେଲ ଶେଷ ଓଭର୍‌ର ପ୍ରଥମ ୩ଟି ବଲରରେ ୩ଟି ଛକା ମାରିଥିଲେ। ହେଲେ ଓଭରର ୩ୟ ବଲକୁ ନେଇ ନେଇ ବିବାଦ ସୃଷ୍ଟି ହୋଇଥିଲା। ରାଜସ୍ଥାନ ବୋଲର ଓବେଡ ମ୍ୟାକକୋୟଙ୍କ ଗୋଟିଏ ଫୁଲଟସ୍‌କୁ ପାୱେଲ ଛକା ମାରି ଦେଇଥିଲେ।
ହେଲେ ଦିଲ୍ଲୀ କ୍ୟାପିଟାଲ୍ସର ଖେଳାଳି ଓ ସର୍ପୋଟ ଷ୍ଟାଫ ଏହାକୁ ନୋ-ବଲ ଭାବି ଅମ୍ପାୟରଙ୍କ ଆଡେ ସଙ୍କେତ ଦେଇଥିଲେ। ବଲ୍‌ଟି ମଧ୍ୟ ସ୍ପଷ୍ଟ ଭାବେ ଅଣ୍ଟା ଉପରେ ରହିଥିଲା। କିନ୍ତୁ ଅମ୍ପାୟାର ଏହାକୁ ନୋ-ବଲ ଡାକି ନ ଥିଲେ। ଏହାକୁ ନେଇ ପନ୍ତ ଛିଡା ହୋଇଯିବା ସହ ରିଜର୍ଭ ଅମ୍ପାୟାରଙ୍କ ସହ ଯୁକ୍ତି କରିଥିଲେ। ସେ ଫିଲ୍ଡ ଅମ୍ପାୟାର ନୀତିନ ମେନନ ଓ ନିଖିଲ ପଟୱର୍ଦ୍ଧନଙ୍କୁ ନୋ-ବଲ ସଙ୍କେତ ଦେବାକୁ କହିଥିଲେ।
ଅମ୍ପାୟାର ତାଙ୍କ କଥା ନ ଶୁଣିବାରୁ ସେ ପଡିଆରେ ଥିବା ଦୁଇ ବ୍ୟାଟର ପାୱେଲ ଓ କୁଲଦୀପ ଯାଦବଙ୍କୁ ପ୍ୟାଭିଲିୟନ ଫେରି ଆସିବାକୁ କହିଥିଲେ। ଏତିକି ବେଳେ ଦିଲ୍ଲୀର ଆସିଷ୍ଟାଣ୍ଟ କୋଚ ପ୍ରବୀଣ ଆମ୍ରେ ପଡିଆ ଭିତରକୁ ଯାଇ ଅମ୍ପାୟାରଙ୍କ ସହ କଥା ମଧ୍ୟ ହୋଇଥିଲେ। ଥାର୍ଡ ଅମ୍ପାୟାରଙ୍କ ପରାମର୍ଶ ମଧ୍ୟ ନେବାକୁ କହିଥିଲେ। କିନ୍ତୁ ଫିଲ୍ଡ ଅମ୍ପାୟାର ନିଜ ଜିଦରେ ଅଟଳ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେବଗଡରେ କାଳବୈଶାଖୀ: ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ଯାତାୟାତ ବାଧାପ୍ରାପ୍ତ

ଦେବଗଡ,୨୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ହଠାତ୍‌ କାଳବୈଶାଖି ଜନିତ ଝଡବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟା ସମୟରେ…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ

ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…

ଓଲିଙ୍କୁ ବାନ୍ଧିଲା ପୋଲିସ: ଆକ୍ସନ ମୋଡ୍‌ରେ ବାଲେନ୍ଦ୍ର ସରକାର

କାଠମାଣ୍ଡୁ,୨୮।୩: ନେପାଳରେ କ୍ଷମତା ପରିବର୍ତ୍ତନ ସହିତ ବର୍ତ୍ତମାନ ଏକ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବାଲେନ୍ଦ୍ର ଶାହା ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

ଆଜିଠୁ ଆଇପିଏଲ୍‌: ମୁହାଁମୁହିଁ ହେବେ ଏହି ୨ ଟିମ୍‌

ବେଙ୍ଗାଲୁରୁ, ୨୮।୩:ଅନ୍ତର୍ଜାତୀୟ ଟି୨୦ରେ ସବୁଠାରୁ ବ୍ୟୟବହୁଳ ଲିଗ୍‌ ଆଇପିଏଲ୍‌ (ଇଣ୍ଡିଆନ ପ୍ରିମିୟର ଲିଗ୍‌)ର ୧୯ଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ମେ’ ୩୧ ପର୍ଯ୍ୟନ୍ତ…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri