Posted inଖେଳ

ଉଦ୍‌ଯାପନୀରେ ରିକି ମାର୍ଟିନ ମୁଖ୍ୟ ଆକର୍ଷଣ

ଅହମଦାବାଦ, ୯ା୩ (ପି.ଟି.): ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଓ ନ୍ୟୁଜିଲାଣ୍ଡ ଟି୨୦ କ୍ରିକେଟ ବିଶ୍ୱକପ୍‌ ପୂର୍ବରୁ ଆୟୋଜିତ ସ୍ବଳ୍ପକାଳୀନ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଆକର୍ଷଣ ଥିଲେ ପପ୍‌ ଆଇକନ୍‌ ତଥା ଦୁଇଥର ଗ୍ରାମ୍ମି ପୁରସ୍କାର ବିଜେତା ରିକି ମାର୍ଟିନ। ସେ ତାଙ୍କର କେତୋଟି ଲୋକପ୍ରିୟ ସଙ୍ଗୀତ ପରିବେଷଣ କରିଥିଲେ। ତନ୍ମଧ୍ୟରେ ‘ଲିଭିନ ଲା ଭିଡା ଲୋକୋ’ ଓ ‘ଦି କପ୍‌ ଅଫ୍‌ ଲାଇଫ୍‌’ ଅନ୍ୟତମ। ତାଙ୍କ ସହିତ ଯୋଗ ଦେଇଥିଲେ ଭାରତୀୟ ସଙ୍ଗୀତଜ୍ଞ ସୁଖବୀର ସିଂ ଓ ଫାଲ୍‌ଗୁନୀ ପାଠକ। ‘ପ୍ରିନ୍ସ ଅଫ୍‌ ଭାଙ୍ଗ୍‌ରା’ ରୂପେ ପରିଚିତ ସୁଖବୀର ତାଙ୍କର ଏକ ବଡ଼ ଡ୍ୟାନ୍ସ ଗ୍ରୁପ୍‌ ସହ ଲୋକପ୍ରିୟ ପଞ୍ଜାବୀ ହିଟ୍‌ ‘ଓହ୍‌ ହୋ ହୋ ହୋ’ ପରିବେଷଣ କରିଥିବାବେଳେ ‘ଦାଣ୍ଡିଆ କୁଇନ୍‌’ ପାଠକ ପ୍ର୍ରାୟ ୫୦ ନୃତ୍ୟଶିଳ୍ପୀଙ୍କ ସହ ଗୁଜରାଟ ଲୋକ ସଙ୍ଗୀତ ଏବଂ ବଲିଉଡ୍‌ର କେତୋଟି ହିଟ୍‌ ଗୀତ ପରିବେଷଣ କରି ଇଭେଣ୍ଟର ଶୁଭାରମ୍ଭ କରିଥିଲେ। ଷ୍ଟାଡିୟମରେ ଭରପୂର ଦର୍ଶକଙ୍କ ଉପସ୍ଥିତିରେ ଲାଟିନୋ କଣ୍ଠଶିଳ୍ପୀ ତଥା ଗୀତିକାର କେତୋଟି ଲୋକପ୍ରିୟ ଗୀତ ଯଥା ‘ମାରିଆ’ ଓ ‘ଲା କୋପା ଡି’ ଲା ଭିଡା’ ଦର୍ଶକଙ୍କ ମନ ମୋହିଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ୬୫୪. ୫ ମି.ମି. ରେକର୍ଡ ବର୍ଷା, ଭାଙ୍ଗିଲା ୮ ଘର

କୋରାପୁଟ,୩୦ା୭(ଅମିତାଭ ବେହେରା): ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲାର ୧୪ ବ୍ଲକରେ ମୋଟ ୬୫୪.୫ ମି.ମି. ବର୍ଷା ରେକର୍ଡ ହୋଇଛି। ହାରାହାରି ବର୍ଷାର ପରିମାଣ ୪୬.୭୫…

ଆମେରିକାର ବଡ଼ ଆକ୍ରମଣ, ଧ୍ୱଂସ ହେଲା ଇରାନର ସାମରିକ ଘାଟି

ବାଗଦାଦ୍‌,୩୦।୭: ଆମେରିକୀୟ ସେନା ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ବଡ଼ ଜବାବ ଦେଇଛି ଆମେରିକା। ଆମେରିକୀୟ ସେନାର ସେଣ୍ଟ୍ରାଲ କମାଣ୍ଡ ଅନୁଯାୟୀ ଇରାନର ବିପ୍ଳବୀ ଗାର୍ଡ କୋର୍‌(ଆଇଆରଜିସି)ର…

ଜର୍ସି ସମର୍ଥନରେ ଅଧିନାୟକ ହରମନପ୍ରୀତ

ନୂଆଦିଲ୍ଲୀ,୩୦ା୭: ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ଭାରତୀୟ ହକି ଦଳର ଜର୍ସି ରଙ୍ଗ ପରିବର୍ତ୍ତନକୁ ନେଇ ବିବାଦ ଦେଖାଦେଇଥିବା ବେଳେ ପୁରୁଷ ଦଳର ଅଧିନାୟକ ହରମନପ୍ରୀତ ଏଥିପ୍ରତି…

ଲୋକ ସଭା ପରେ ରାଜ୍ୟ ସଭାରେ ବି ମୋହର; ପାରିତ ହେଲା ‘ଆଣ୍ଟି-ପେପର ଲିକ୍ ବିଲ୍’, ଦୋଷୀଙ୍କୁ ହେବ ୧୦ ବର୍ଷ ଜେଲ୍

ନୂଆଦିଲ୍ଲୀ,୩୦।୭: ଲୋକ ସଭାରେ ଆଣ୍ଟି-ପେପର ଲିକ୍ ବିଲ୍ ଗୃହୀତ ହେବା ପରେ, ରାଜ୍ୟ ସଭାରେ ପାସ୍ ହୋଇଛି। ଅଧ୍ୟକ୍ଷ ସି.ଭି. ରାଧାକୃଷ୍ଣନ୍ ଏହାକୁ ଭଏସ୍ ଭୋଟ୍ ଦ୍ୱାରା…

ଜାଭେଲିନ ଫାଇନାଲରେ ଏହି ୩ ଭାରତୀୟ

ଗ୍ଲାସ୍‌ଗୋ,୩୦ା୭: ଦୁଇ ଥରର ଅଲିମ୍ପିକ୍‌ ପଦକଧାରୀ ନୀରଜ ଚୋପ୍ରାଙ୍କ ସମେତ ୩ ଭାରତୀୟ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୮…

ରକ୍ଷାବନ୍ଧନ ପୂର୍ବରୁ ବଡ଼ ଝଟକା! ପୋଷ୍ଟ ଅଫିସ ବଢ଼ାଇଲା ସ୍ପିଡ୍ ପୋଷ୍ଟ ଦର, ଜାଣିନିଅନ୍ତୁ କେତେ…

ନୂଆଦିଲ୍ଲୀ,୩୦।୭: ଆଜି ମଧ୍ୟ, ବହୁ ସଂଖ୍ୟକ ଲୋକ ପାନ୍, ଆଧାର କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ସ୍ପିଡ୍ ପୋଷ୍ଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି…

୪୮ ଘଣ୍ଟା ପାଇଁ ଧବଳେଶ୍ବର ପୀଠକୁ ଯିବା ମନା: ଲାଗିଲା ପ୍ରଶାସନିକ କଟକଣା

ଆଠଗଡ଼, ୩୦।୭: ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବରଙ୍କ ପୀଠକୁ ଗୁରୁବାର ଅପରାହ୍ଣ ୪ଟାରୁ ପରବର୍ତ୍ତୀ ୪୮ ଘଣ୍ଟା ପାଇଁ ଶ୍ରଦ୍ଧାଳୁଙ୍କ ଯିବା ଆସିବା ସମ୍ପୂର୍ଣ୍ଣ ବାରଣ…

ଟଙ୍କା ହେରଫେର, ପୂର୍ବତନ ସମିତି ସମ୍ପାଦକ ଗିରଫ

ହାଟଡିହୀ,୩୦।୭(ଶୁଭକାନ୍ତ ନାୟକ): ଟଙ୍କା ହେରଫେର ଅଭିଯୋଗରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସଢା ସେବା ସମବାୟ ସମିତିର ପୂର୍ବତନ ସମ୍ପାଦକ ଦୀନବନ୍ଧୁ ଜେନାଙ୍କୁ ଭିଜିଲାନ୍ସ ଗୁରୁବାର ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri