Categories: ଫୁରସତ

ଇମ୍ରାନ୍‌ଙ୍କଠାରୁ ଧନୀ ବୁଶାରା

ଇସ୍‌ଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ପୂର୍ବତନ ସ୍ତ୍ରୀ ବୁଶାରା ବିବି ଇମ୍ରାନଙ୍କ ତୁଳନାରେ ଅଧିକ ସମ୍ପତ୍ତିର ମାଲିକାଣୀ। ପାକିସ୍ତାନ ନିର୍ବାଚନ କମିଶନରଙ୍କ ପକ୍ଷରୁ ଜାରି ରିପୋର୍ଟରେ ଏହି ତଥ୍ୟ ପ୍ରଦାନ କରାଯାଇଛି। ଇମ୍ରାନ୍‌ଙ୍କ ପାଖରେ ୨ ଲକ୍ଷ ମୂଲ୍ୟର ୪ଟି ଛେଳି ରହିଛି। ଏହା ବ୍ୟତୀତ ପାକିସ୍ତାନର ୬ଟି ବିିଭିନ୍ନ ସ୍ଥାନରେ ତାଙ୍କ ସମ୍ପତ୍ତି ଥିବାବେଳେ ଲାହୋର ଜମାନ ପାର୍କରେ ୬୦୦ ଏକର ପରିମିତ ଜମିରେ ତାଙ୍କର ଏକ ଫାର୍ମହାଉସ୍‌ ରହିଛି। ୨୦୧୮ରେ ଯେତେବେଳେ ସେ ପ୍ରଧାନମନ୍ତ୍ରୀ ଆସନରେ ବସିଥିଲେ ସେ ସମୟରେ ନିଜ ସମ୍ପତ୍ତି ତାଲିକାରେ ଇମ୍ରାନ ୨ ଲକ୍ଷ ଟଙ୍କାର ୪ ଛେଳିଙ୍କ ନାମ ପଞ୍ଜୀକରଣ କରିଥିଲେ। ସେହିପରି ଇମ୍ରାନ୍‌ଙ୍କ ପାଖରେ କୌଣସି ଗାଡ଼ି ନ ଥିବାବେଳେ ପାକିସ୍ତାନ ଛଡ଼ା ଅନ୍ୟତ୍ର ତାଙ୍କର କୌଣସି ସମ୍ପତ୍ତି ନାହିଁ। ତାଙ୍କ ବ୍ୟାଙ୍କ ଖାତାରେ ୬କୋଟି ଟଙ୍କା ରହିଛି। ସେହିପରି ଫରେନ୍‌ କରେନ୍ସି ଆକାଉଣ୍ଟରେ ୨,୫୭,୦୨,୫୫୩.୭୯ ଏବଂ ୪୯,୪୮୧.୭୯ ଟଙ୍କା ରହିଛି। ଅନ୍ୟପଟେ ବୁଶାରା ବିବିଙ୍କ ପାଖରେ ୧୪୨,୧୧ ମିଲିୟନ ଡଲାର ସମ୍ପତ୍ତି ଅଛି।
ଏହି ଧନୀ ତାଲିକାରେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ପ୍ରଥମ ସ୍ତ୍ରୀ ନୁଶରତ ଶେହବାଜଙ୍କ ନାମ ସାମିଲ ଅଛି। ତାଙ୍କ ପାଖରେ ମୋଟ ୨୩୦.୨୯ ମିଲିୟନ ଡଲାର ପରିମାଣର ସମ୍ପତ୍ତି ରହିଛି, ଯାହା ଶେହବାଜଙ୍କ ପାଖରେ ଥିବା ସମ୍ପତ୍ତି ତୁଳନାରେ ଅଧିକ।

Share