ଧାନକିଣା ବାଟବଣା: ଟୋକନ ଟେନ୍‌ସନରେ ଚାଷୀ

ପଦ୍ମପୁର, ୬।୧୨(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ମଣ୍ଡି ଖୋଲିବାର ସପ୍ତାହେ ବିତିଯାଇଛି, ମାତ୍ର ଚାଷୀଙ୍କ ପାଖରେ ଟୋକନ ପହଞ୍ଚି ପାରି ନ ଥିବାରୁ ଉପଖଣ୍ଡର ୯୨ମଣ୍ଡିରୁ ୫୪ମଣ୍ଡିରେ ଏପର୍ଯ୍ୟନ୍ତ ଧାନ ବସ୍ତାଏ ବି ପଡିନାହିଁ। ଅପରପକ୍ଷରେ ପଦ୍ମପୁର ଅଞ୍ଚଳର ମିଲର୍ସମାନେ ଏ ପର୍ଯ୍ୟନ୍ତ ସରକାରଙ୍କ ପାଖରେ ଚୁକ୍ତିନାମା କରି ନ ଥିବା ଜଣାପଡିଛି। ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି)ର ସୂଚନାରୁ ପ୍ରକାଶ, ଉପଖଣ୍ଡର ୩୮ମଣ୍ଡିରେ ୫୩ ହଜାର ୫୪୩ ପେକେଟ ଧାନ ପଡିଛି। ସେଥିମଧ୍ୟରୁ କେବଳ ସୋହେଲା ବ୍ଲକ ସରକଣ୍ଡା ମଣ୍ଡିରୁ ୩ ଜଣ ଚାଷୀଙ୍କ ୨୮୦ପେକେଟ ଧାନ ବିକ୍ରି ହୋଇଥିବା ଆର୍‌ଏମ୍‌ସି ସମ୍ପାଦକ ରବିନାରାୟଣ ପଣ୍ଡା ସୂଚନା ଦେଇଛନ୍ତି। ଅପରପକ୍ଷରେ ବର୍ତ୍ତମାନ ଟୋକନ ଟେନସନ ଯୋଗୁ ଚାଷୀ ଅସନ୍ତୋଷ ସୃଷ୍ଟି ହୋଇଛି। ବର୍ତ୍ତମାନ ସୁଦ୍ଧା ୯୫ ପ୍ରତିଶତ ଚାଷୀଙ୍କ ପାଖକୁ ଟୋକନ ଆସିନାହିଁ। ସେମାନେ ବାରମ୍ବାର ପ୍ରାଥମିକ କୃଷି ସମବାୟ କେନ୍ଦ୍ରକୁ ଦୌଡୁଛନ୍ତି। ମାତ୍ର ଏ ସମ୍ପର୍କରେ ସେମାନଙ୍କ ପାଖରେ ତଥ୍ୟ ନ ଥିବା ଉତ୍ତର ମିଳୁଛି। ସରକାରଙ୍କ ପ୍ରଦତ୍ତ କୃଷି ସହାୟକ ପୋର୍ଟାଲର ହେଲ୍ପ ଲାଇନ ନମ୍ବରକୁ କଲ କଲେ ମଧ୍ୟ ତଥ୍ୟ ମିଳୁ ନ ଥିବା ଚାଷୀମାନେ କହିଛନ୍ତି। ଚାଷୀମାନେ ବାଧ୍ୟ ହୋଇ ସେମାନଙ୍କ ଧାନକୁ ରାସ୍ତା କଡରେ କ୍ଷେତରେ ଗଦାକରି ରଖି ଟୋକନକୁ ଚାହିଁ ରହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥ ଉପରେ ଗଦା ହୋଇଛି କୁଢ଼କୁଢ଼ ପ୍ଲାଷ୍ଟିକ୍‌, ଗୋରୁ ଖାଇ ହେଉଛନ୍ତି ଅସୁସ୍ଥ

ଦାରିଙ୍ଗବାଡ଼ି,୨୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପରେ ଅନ୍ୟତମ ବଜାର ହେଉଛି ସିମନବାଡ଼ି। ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ ହେଉଥିବା ୫୯ ନଂ ଜାତୀୟ ରାଜପଥ କଡ଼ରେ...

ଭାବପ୍ରବଣ କରିଦେବ ଖବର! ମାଲିକଙ୍କ ମୃତଦେହ ପାଖରେ ରାତିସାରା ବସି ରହିଲା ପୋଷା କୁକୁର, ଅନ୍ତିମ ସଂସ୍କାର ପାଇଁ ୪ କିଲୋମିଟର…

ନୂଆଦିଲ୍ଲୀ,୨୧ା୧: ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ଏକ ଅନନ୍ୟ ସମ୍ପର୍କକୁ ଦର୍ଶାଉଥିବା ଏକ ଭିଡିଓ ଇଣ୍ଟରନେଟରେ ଦ୍ରୁତ ଗତିରେ ଭାଇରାଲ ହେଉଛି...

ଏହି ମୋଗଲ ଶାସକ ପ୍ରତିଦିନ ପିଉଥିଲେ ଗଙ୍ଗାଜଳ, କାରଣ ଜାଣିଲେ…

ଗଙ୍ଗାକୁ ବିଶ୍ୱର ସବୁଠାରୁ ପବିତ୍ର ନଦୀ ବୋଲି ବିବେଚନା କରାଯାଏ। ଭାରତରେ ଗଙ୍ଗାକୁ ମାତା ବୋଲି କୁହାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଗଙ୍ଗାରେ ସ୍ନାନ କରିବା...

ଗୁଣପୁର ରେଳ ଷ୍ଟେଶନରେ ଯୁବକଙ୍କୁ ଧକ୍କା ଦେଲା ଟ୍ରେନ, ମୃତଦେହ ଉପରେ ପୁଣି ମାଡ଼ିଗଲା ଇଞ୍ଜିନ

ଗୁଣପୁର,୨୧ା୧(ସଂକେତ ପାତ୍ର): ଗୁଣପୁର ରେଳ ଷ୍ଟେଶନରେ ଦୁର୍ଘଟଣା । ଟ୍ରନ ଧକ୍କାରେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଯୁବକଙ୍କ ଅସାବଧାନତା ପାଇଁ ଦୁର୍ଘଟଣା...

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି୨୦: ସୂର୍ଯ୍ୟକୁମାରଙ୍କ ଉପରେ ସମସ୍ତଙ୍କ ନଜର

ନାଗପୁର,୨୧ା୧: ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ।...

ଗଛରେ ଚଢ଼ି କାଠ କାଟୁଥିଲେ ଶ୍ରମିକ, ହଠାତ୍‌ ଘଟିଲା ଏମିତି…

କେନ୍ଦ୍ରାପଡ଼ା,୨୧ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଶ୍ରମିକ ଚାକୁଣ୍ଡା ଗଛରେ ଚଢ଼ି କାଠ...

ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ବଳାତ୍କାର, ଭଡ଼ାଘରେ ରହି…

ଭୁବନେଶ୍ୱର,୨୧ା୧ : ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଜଣେ ଯୁବକଙ୍କୁ...

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri