Categories: ଫୁରସତ

ପିଛା କରୁଥିବା କାର୍‌ ଉପରେ ରାଗିଗଲା ଗଣ୍ଡା, ଡ୍ରାଇଭର କିଛି ଭାବିବା ପୂର୍ବରୁ ଯାହା କଲା …

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଜୀବଜନ୍ତୁଙ୍କ କେହି ପିଛା କରୁ ସେ ଆଦୌ ଚାହାନ୍ତି ନାହିଁ। ଏପରି କଲେ ସେମାନେ କୋଧାନ୍ବିତ ହୋଇ ବିପଦ ସୃଷ୍ଟି କରନ୍ତି। ଭିଡିଓରେ ଜଣେ କାର୍‌ଚାଳକ ସମାନ ଭୁଲ କରିଥିଲେ। କାର୍‌ଚାଳକ ଗୋଟିଏ ଗଣ୍ଡାକୁ ଘଉଡାଇ ଥିଲେ, ଯାହା ଗଣ୍ଡାକୁ କ୍ରୋଧିତ କରିଥିଲା ଏବଂ ଏହା ପରେ ଯାହା ଘଟିଲା ଆପଣ ଡରିଯିବେ। ଭିଡିଓରେ ଜଙ୍ଗଲିଆ ରାସ୍ତାରେ ଗଣ୍ଡାଟି ଯାଉଥିବା ବେଳେ କାର୍‌ଚାଳକ ତାହାର ପିଛା କରୁଛନ୍ତି। ପରେ ଗଣ୍ଡାଟି ଯେତିକି ଆଗକୁ ଯାଉଛି କାର୍‌ଚାଳକ ତା’ ପିଛା କରୁଛନ୍ତି। ଏଥିରେ ଗଣ୍ଡା ରାଗିଯାଇ ବୁଲିପଡି କାରର ଆଗ ଚକ ଟେକି ଗଡେଇ ଦେଉଛି। କ୍ରମାଗତ ଭାବରେ ସେ ଏହା କରିଚାଲିଛି। କାର୍‌ଚାଳକ କିଛି ଭାବିବା ପୂର୍ବରୂ ତାଙ୍କ ସହ ଏପରି ହେଉଛି। ଏହି ଭିଡିଓକୁ almodeeer1975 ନାମକ ଟୁଇଟରରେ ଶେୟାର ହୋଇଛି। ଏହା ଭାଇରାଲ ହେବାରେ ଲାଗିଛି।

 

Share