ହାତୀ ସୁରକ୍ଷାଦାତାଙ୍କୁ ମିଳିବ ପୁରସ୍କାର

କେନ୍ଦୁଝର,୨୬।୯ (ସ୍ବ.ପ୍ର.): କେନ୍ଦୁଝର ଜିଲାରେ ହାତୀ ଉପଦ୍ରବ ବୃଦ୍ଧି ପାଇ ହାତୀ-ମଣିଷ ମଧ୍ୟରେ ସଂଘର୍ଷ ଘଟୁଛି ା ଏହାକୁ ହ୍ରାସ କରିବା ସହ ହାତୀ ମୃ୍‌ତ୍ୟୁ ରୋକିବା ପାଇଁ ବନ ବିଭାଗ ବିଭିନ୍ନ ପ୍ରକାରର ପ୍ରୟାସ ଆରମ୍ଭ କରିଛି ା ନିକଟରେ ଲୋକଙ୍କୁ ହାତୀ ଚଳାଚଳର ଆଗୁଆ ସୂଚନା ଦେବାକୁ ପଦକ୍ଷେପ ଆରମ୍ଭ ହୋଇଥିବା ବେଳେ ଏବେ ହାତୀଙ୍କ ସୁରକ୍ଷା ପାଇଁ ପୁରସ୍କାର ଘୋଷଣା କରାଯାଇଛି ା ହାତୀମାନଙ୍କ ଚଳପ୍ରଚଳ ଅଞ୍ଚଳରେ ସୁରକ୍ଷା ଯୋଗାଇବା ନେଇ ଏଭଳି ପଦକ୍ଷେପ ଆରମ୍ଭ ହୋଇ ା ଏ ନେଇ ହାତୀମାନଙ୍କ ସୁରକ୍ଷା ଆମ ଦାୟିତ୍ୱ ଏହି ସ୍ଲୋଗାନ ଦିଆଯାଇଛି। ତେବେ ହାତୀ ସମ୍ପର୍କିତ ଖବର ଦେଲେ ସୂଚନା ପ୍ରଦାନକାରୀଙ୍କୁ ଦୁଇ ଶହ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଛି ା ଏ ନେଇ ବନ ବିଭାଗ ପକ୍ଷରୁ ଫୋନ୍‌ ନମ୍ବର ମଧ୍ୟ ଜାରି ହୋଇଛି ା ଅନ୍ୟପକ୍ଷେ, ସୂଚନାକାରୀଙ୍କ ପରିଚୟ ଗୋପନ ରଖାଯିବ ବୋଲି କୁହାଯାଇଛି ା ସୂଚନାଯେଗ୍ୟ, କେନ୍ଦୁଝର ଡିଭିଜନରେ ସମୁଦାୟ ୧୭ଟି ଦଳରେ ୧୫୮ହାତୀ ବିଭିନ୍ନ ସ୍ଥାନରେ ବିଚରଣ କରୁଛନ୍ତି ା ସେଥିରୁ ୪୯ ଅଣ୍ଡିରା, ୬୮ ମାଈ ଏବଂ ୪୧ ଛୁଆ ହାତୀ ବୋଲି ଜଣାପଡିଛି ା