ରାଜ୍ୟ ଜାଗାମିଶନ ଉପଦେଷ୍ଟାଙ୍କ ପୁରୁଷୋତ୍ତମପୁର ଏନ୍ଏସିରେ ସମୀକ୍ଷା 

ପୁରୁଷୋତ୍ତମପୁର, ୨୪/୫(ଡିଏନ୍ଏ) ଗଞ୍ଜାମଜିଲ୍ଲା ପୁରୁଷୋତ୍ତମପୁର ଏନ୍ଏସିକୁ ବୁଧବାର ରାଜ୍ୟ ଜାଗା ମିଶନର ଉପଦେଷ୍ଟା ଶାଶ୍ୱତୀ ମିଶ୍ର ଗ୍ରସ୍ତରେ ଆସି କନକା ଓ କପିଳେଶ୍ବର ବସ୍ତିକୁ ପରିଦର୍ଶନ କରି ଲୋକମାନେ କିପରି ରହୁଛନ୍ତି ତାହାର ସମୀକ୍ଷା କରିବା ସହ ସୁବିଧା ଅସୁବିଧା ନେଇ ଲୋକଙ୍କ ସହ ଆଲୋଚନା କରିଛନ୍ତି। ରାଜ୍ୟ ସରକାର ଜାଗା ମିଶନ ଯୋଜନାରେ ଏହି ଏନ୍ଏସିର ପ୍ରାୟ ୧୨୫ ଜଣ ଭୂମୀହୀନଙ୍କୁ ଘରବାରି ପଟ୍ଟା ପ୍ରଦାନ କରିଛନ୍ତି। ଏହା ସହ ସେମାନଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ  ଯୋଜନାରେ ଘର, ପାନୀୟ ଜଳ, ରାସ୍ତା, ଆଲୋକର ସୁବିଧା  ଆଦି ଯୋଗାଇ  ଦେଇଛନ୍ତି। ଏହାକୁ କିଭଳି କାର୍ଯ୍ୟକାରୀ ହୋଇଛି ସେଥିନେଇ ବୁଲି ଦେଖିବା ସରକାର ଯୋଜନା ମାନ ସମ୍ପର୍କରେ ସଚେତନତା କରିଥିଲେ। ଏହି ସମୟରେ ବହୁ ବ୍ୟକ୍ତି ଦୀର୍ଘ ବର୍ଷ ହେଲା ଘର କରି ରହୁଥିଲେ ମଧ୍ୟ ସେମାନଙ୍କୁ ପଟ୍ଟା ମିଳୁ ନ ଥିବାରୁ ସେମାନଙ୍କୁ ବିଦ୍ୟୁତ, ପାଣି ମିଳିପାରୁ ନ ଥିବା ସହ ସେମାନଙ୍କ ପିଲାମାନେ ଶିକ୍ଷାଦାନ ଲାଗି ବାସିନ୍ଦା ଓ ଜାତିଗତ ପ୍ରମାଣପତ୍ର ପାଇବାରୁ ବଞ୍ଚିତ ହେଉଛନ୍ତି। ଏହାସହ  ବିଭିନ୍ନ କାର୍ଯ୍ୟରେ ହଇରାଣ ହରକତ ହେଉଥିବା କୁ ନେଇ ଅଭିଯୋଗ କରିଥିଲେ। ଏହାକୁ ନେଇ ସରକାରଙ୍କୁ ଜଣାଇ  ପଦକ୍ଷେପ ନେଇ ପଟ୍ଟା ଯୋଗାଇ ଦିଆଯିବା ବ୍ୟବସ୍ଥା କରାଯିବ ବୋଲି ଉପଦେଷ୍ଟା ଶାଶ୍ୱତୀ ମିଶ୍ର ପ୍ରତିଶ୍ରୁତି ଦେଇଥିଲେ। ଏହି ସମୟରେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଏନ୍ଏସି ଅଧକ୍ଷା ପ୍ରିୟଙ୍କା ଗୌଡ, ଉପାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା, ନଗର ବିଜେଡି ସଭାପତି ପ୍ରଭାତ କୁମାର ପଟ୍ଟନାୟକ, ଏମପି ପ୍ରତିନିଧି ପ୍ରେମାନନ୍ଦ ସାହୁ ଓ କାଉନସିଲର ଅଶୋକ କୁମାର ମହାଙ୍କୁଡ, ଭାସ୍କର ବେହେରା, ଗିରିଜା ବେହେରା, ଭବାନୀଶଙ୍କର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri