ସମୂହ ଛୁଟିରେ ରହି ଧାରଣାରେ ବସିଲେ

ନୂଆପଡ଼ା,୧୧ା୮ (ମକାରୁ ବେମାଲ): ରାଜସ୍ବ ଅମଲା ସଂଘ ବିଭିନ୍ନ ସମସ୍ୟା ନେଇ ଦୀର୍ଘଦିନରୁ ଦାବି କରିଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଉ ନ ଥିବାରୁ ସୋମବାରଠାରୁ ନୂଆପଡ଼ା ଜିଲାର ଅମଲାମାନେ ସମୂହ ଛୁଟିରେ ଯାଇ ଜିଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଛନ୍ତି। ସଂଘ ସଭାପତି ତ୍ରିଲୋଚନ ରଥଙ୍କ ନେତୃତ୍ୱରେ ଜିଲାର ସମସ୍ତ ରାଜସ୍ବ ଅମଲା ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହା ପୂର୍ବରୁ ଜିଲା ଅମଲା ସଂଘ ପକ୍ଷରୁ ଜୁନ ୨୫ ଓ ଜୁଲାଇ ୯ରେ ଜିଲାପାଳଙ୍କ ଜରିଆରେ ସରକାରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏହା ଉପରେ ସରକାର ବିଚାର କରି ୧୫ ଦିନ ଭିତରେ ପ୍ରକାଶ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ମାସେ ବିତିଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଗଲା ନାହିଁ। ଦାବି ପୂରଣ ନ ହେବା ଯାଏ ଛୁଟିରେ ରହିବୁ ବୋଲି ଅମଲାମାନେ ପ୍ରକାଶ କରିଛନ୍ତି।ଏହା ଦ୍ୱାରା ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ବାଧା ଉପୁଜିବା ଆଶଙ୍କା ଦେଖାଦେଇଛି। ଏହାକୁ ସମର୍ଥନ ଜଣାଇ ନୂଆପଡା ଜିଲା ବିଜେଡି ସଭାପତି ଅବନୀ ରଞ୍ଜନ ଜୋଷୀ ସାମିଲ ହୋଇଥିଲେ। ଏଥିରେ ଜିଲା କାର୍ଯ୍ୟକାରୀ ସଭାପତି ମନୋଜ କୁମାର ମହାରଣା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମୋହନ ବାଗ, ସମ୍ପାଦକ ମଦନ ସୁନ୍ଦର ସାହୁ, ଅଭୟ ନାଥ, ସୌରିଶ ପଟ୍ଟନାୟକ, ବିଭୂଦତ୍ତ ମିଶ୍ର, ରେଶ୍ମା ସାହୁ, ମମତା ଶବର ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟରେ ସାକ୍ଷୀ ଦେବା ହେଲା କାଳ, ଗାଁ ଦାଣ୍ଡରେ ପିଟିପିଟି ହତ୍ୟା

ଉଦଳା,୨୪।୨(ସନ୍ତୋଷ କୁମାର ବାଛିନୀ): ଝଗଡାରୁ ଯୁବକଙ୍କୁ ଗଡିଗାଁରେ ଗୋଡେଇ ଗୋଡେଇ ବାଡେଇ ମାରିଲେ ଅଭିଯୁକ୍ତଙ୍କ ସମ୍ପର୍କୀୟ । ପୂର୍ବ ଘଟଣାରେ ଥିଲେ ପ୍ରତ୍ୟକ୍ଷଦର୍ଶୀ। ଆଉ ଘଟଣାରେ ସାକ୍ଷୀ…

ଅଲୋଡ଼ା ଶିଶୁକନ୍ୟା, ପୁଡାପାଲି ବ୍ରିଜ୍ ତଳୁ ନବଜାତକର ମୃତଦେହ ଉଦ୍ଧାର

ବଲାଙ୍ଗୀର,୨୪।୨(ସୁନିଲ କୁମାର ମହାନ୍ତି): ମଙ୍ଗଳବାର ସକାଳେ ବଲାଙ୍ଗୀର-ପୁଡାପାଲି ନିବୃତ୍ତି ଯୋର ବ୍ରିଜ୍ ତଳୁ ଏକ ମୃତ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ନବଜାତକକୁ କେହି…

ମରୀଚିକା ପାଲଟିଛି କଳାହାଣ୍ଡିରେ ଟେକ୍ସଟାଇଲ ପାର୍କ: ବନ୍ଦ ପଡିଛି କେସିଙ୍ଗା ଜିନିଂ ମିଲ

ଭବାନୀପାଟଣା, ୨୪ା୨ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଟେକ୍ସଟାଇଲ ପାର୍କ ଏବେ ମରୀଚିକା ପାଲଟିଛି। ସମଗ୍ର ଓଡିଶାରେ କଳାହାଣ୍ଡି ଜିଲା କପା ଉତ୍ପାଦନରେ ପ୍ରଥମ ସ୍ଥାନରେ ରହିଥିବାବେଳେ…

୨ ଦିନରେ ୨ କିଡ୍‌ନୀ ଆକ୍ରାନ୍ତଙ୍କ ମୃତ୍ୟୁ: ମୃତକଙ୍କୁ ମିଳୁନି ସରକାରୀ ସହାୟତା

ଅମରପାଲି, ୨୪ା୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ କିଡ୍‌ନୀ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତ ଦୁଇଦିନ ମଧ୍ୟରେ ୨ କିଡନୀ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା…

ମହାନଦୀ ଗର୍ଭରେ ଲୀନ ହେଉଛି ବାହାକୁଦ କାଜୁ ଜଙ୍ଗଲ

ମହାକାଳପଡ଼ା,୨୪ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ସାମୁଦ୍ରିକ ଢେଉ ଯୋଗୁ କାଜୁ ଜଙ୍ଗଲରୁ ୫ ଶହ ଗଛ ମହାନଦୀ ଗର୍ଭରେ ଲୀନ ହୋଇଗଲାଣି।…

ଧାନ କିଣାବିକାରେ ଫଲ୍ସ ଏଣ୍ଟ୍ରି: ତଳିଆ କର୍ମଚାରୀ ବହିଷ୍କୃତ, ଖସିଗଲେ ବଡ଼ବଡ଼ିଆ

ବରଗଡ଼,୨୪।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଧାନ କିଣାବିକାରେ ଫଲ୍ସ ଏଣ୍ଟ୍ରିକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ବିକ୍ରି ପାଇଁ ମଣ୍ଡିକୁ ଆସିଥିବା ଧାନ ମାସମାସ ଧରି ମଣ୍ଡିରେ ପଡ଼ି…

ଖୋଲିଲା ହରିଶଙ୍କର ମନ୍ଦିର ହୁଣ୍ଡି

ଖପ୍ରାଖୋଲ, ୨୩।୨(ଅଭୟ ତ୍ରିପାଠୀ)-ବଲାଙ୍ଗୀର ଜିଲା ଖପ୍ରାଖୋଲର ପ୍ରମୁଖ ପୁଣ୍ୟ କ୍ଷେତ୍ର ହରିଶଙ୍କର ମନ୍ଦିରର ଦାନ ହୁଣ୍ଡି ମନ୍ଦିର ପ୍ରଶାସନ ପକ୍ଷରୁ ସୋମବାର ଖୋଲାଯାଇଛି। ମନ୍ଦିର ମଧ୍ୟରେ ଥିବା…

ବ୍ରାହ୍ମଣୀଗାଁ ଶ୍ରୀ ଶ୍ରୀ ମୁକ୍ତେଶର ମହାରୁଦ୍ରଙ୍କ ପ୍ରତିଷ୍ଠା ମହାସମାରୋହ ଉଦ୍‌ଯାପିତ : ମନ୍ଦିର ପ୍ରବେଶ, ରତ୍ନମୁଦ କାର୍ଯ୍ୟ ସମ୍ପନ୍ନ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ,୨୩ ।୨(ଅରୁଣ ସାହୁ/ମନୋରଞ୍ଜନ ରଣା ):ନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ଶ୍ରୀ ଶ୍ରୀ ମୁକ୍ତେଶ୍ୱର ମହାରୁଦ୍ରଙ୍କ ଜୀର୍ଣ୍ଣୋଦ୍ଧାର ଭବ୍ୟ ମନ୍ଦିର ଓ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri