ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ: ୫ ବର୍ଷ ପରେ ରାଜ୍ୟରେ…

ଭବାନୀପାଟଣା,୧୪ା୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରସ୍ଥିତ ଭାଗିରଥି ଇନ୍‌ ଠାରେ ବୁଧବାର ଅପରାହ୍ନରେ ଭାଜପା ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇଥିଲେ। ଭାଜପା ସରକାର ଓଡ଼ିଶାରେ ଆସିବା ପରେ ରାଜ୍ୟର ଅନ୍ନଦାତା, ମହିଳା କଲ୍ୟାଣ, ଯୁବଗୋଷ୍ଠୀ,ଗରିବୀ ଇତ୍ୟାଦିକୁ ଗୁରୁତ୍ୱ ଦେଇଛି। ବିଗତ ସରକାରଙ୍କ ବଜେଟ୍‌ଠାରୁ ଭାଜପା ସରକାର ବିଜେଟ୍‌ ୨୪ ଶତକଡ଼ା ଅଧିକ ରହିଛି। କୃଷିକ୍ଷେତ୍ରରେ ହେଉ ଅବା ମହିଳା, ଯୁବ ବର୍ଗ, ସ୍ବାସ୍ଥ୍ୟକ୍ଷେତ୍ରରେ ଉନ୍ନତି ପାଇଁ ପୂର୍ବ ସରକାରଠାରୁ ଅଧିକ ବଜେଟ୍‌ ରଖିଛି। ସେହିପରି ଆସନ୍ତା ୫ ବର୍ଷ ମଧ୍ୟରେ ରାଜ୍ୟରେ କେହି ଭୂମିହୀନ କିମ୍ବା ବାସହୀନ ପରିବାର ନ ଥିବେ ବୋଲି ରାଜସ୍ବ ବିଭାଗ ନିଷ୍ପତ୍ତି ନେଇଥିବା ମନ୍ତ୍ରୀ ପ୍ରକାଶ କରିଛନ୍ତି। ଗ୍ରାମାଞ୍ଚଳ ଓ ସହରାଞ୍ଚଳର ସରକାରୀ ସ୍ଥାନରେ ବସବାସ କରୁଥିବା ଗରିବ ଲୋକଙ୍କୁ ୪ ଡେସିମିଲି ଜାଗା ପ୍ରଦାନ କରାଯିବା ସହ ପ୍ରଧାନମନ୍ତ୍ରୀ ଆବାସ ସମେତ ବିଦ୍ୟୁତ ପାନୀୟ ଜଳ,ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ୍‌ ଆଦି ଯୋଜନାରେ ସେମାନଙ୍କୁ ଅର୍ନ୍ତଭୁକ୍ତ କରାଯିବ।
ସେହିପରି ଜଙ୍ଗଲରେ ରହୁଥିବା ଆଦିବାସୀଙ୍କୁ ମଧ୍ୟ ଜଙ୍ଗଲ କିସମର ଜମି ପଟ୍ଟା ପ୍ରଦାନ କରାଯିବ। ବର୍ତ୍ତମାନ ହୀରାକୁଦ ବନ୍ଦର ବାସଚ୍ୟୁତ ହେଉଥିବା ଲୋକଙ୍କୁ ଖୋଜାଚାଲିଛି। ସେମାନଙ୍କୁ ୧୦ ଡେସିମିଲି ଜାଗା ପ୍ରଦାନ କରାଯିବ। ନିର୍ବାଚନ ପୂର୍ବରୁ ଭାଜପା ଯାହା ଇସ୍ତାହାର ଆଣିଥିଲା, ତାହା ବର୍ତ୍ତମାନ ପୂରଣ କରି ଚାଲିଛି। ଏଥିରେ ଧାନ କୁଇଣ୍ଟାଲ ପିଛା ୩୧୦୦ କିଣା, ସୋଭାଗ୍ୟ ଯୋଜନାରେ ପ୍ରତି ମହିଳାଙ୍କୁ ୫୦ ହଜାର ଲେଖାଏ କୁପନ୍‌,ରତ୍ନଭଣ୍ଡାର ଖୋଲା,ଭକ୍ତ ଓ ଭଗବାନ ମଧ୍ୟରେ ପାଚେରୀ ନ ହେବା ପାଇଁ ଚାରିଦ୍ୱାର ଖୋଲା ହେବା, ଆୟୁଷ୍ମାନ ଭାରତ, ସିଏମ୍‌ କିଷାନ ଯୋଜନା ଉପରେ କହିବା ସହ ମୋହନ ସରକାର ଲୋକଙ୍କ ସରକାର ବୋଲି କହିଥିଲେ।
ଅନ୍ୟପକ୍ଷରେ ଜୁନାଗଡ଼ ତହସିଲରେ ହୋଇଥିବା ଏସ୍‌ସି,ଏସ୍‌ଟି ଜମି କେଲେଙ୍କାରୀର ତଦନ୍ତ କରାଯିବ ବୋଲି ମନ୍ତ୍ରୀ ନିଜ ଆଡୁ କହିଥିଲେ। ‘ଧରିତ୍ରୀ’ରେ ଏ ସମ୍ପର୍କରେ ଖବର ପ୍ରକାଶିତ ପରେ ଜିଲାପାଳଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଗଣମାଧ୍ୟମ ଆଗରେ ସେ ସୂଚନା ଦେଇଥିଲେ। ଏହି ଜମି ଘୋଟାଲାରେ ଜୁନାଗଡ଼ର ଗୋଟିଏ ପରିବାରର ହାତ ରହିଥିବା ବେଳେ ୩ ଉପଜିଲାପାଳଙ୍କ ସମୟରେ ଏହା ହୋଇଥିବା କହିଥିଲେ। ଜିଲାପାଳଙ୍କ ତଦନ୍ତ ପରେ ଏହି ଘଟଣାରେ ସାମିଲ ଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଥିଲେ। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କଳାହାଣ୍ଡି ଏମ୍‌ପି ମାଳବିକା କେଶରୀ ଦେଓ, ଧର୍ମଗଡ଼ ବିଧାୟକ ସୁଧୀର ପଟ୍ଟଯୋଷୀ,ଜିଲା ଭାଜପା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର,ପୂବର୍ର୍ତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ପୂର୍ବତନ ଜିଲା ସଭାପତି ଦେବେନ୍ଦ୍ର ମହାନ୍ତି,ଭବେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri