ଭୁବନେଶ୍ୱର,୧୩।୧୧: ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ପୁରୀ ସର୍କିଟ ହାଉସ ପରିସରରେ ବସିଛି। ଏଥିରେ ଜିଲାପାଳ, ଉପଜିଲାପାଳଙ୍କ ସହ ୧୧ଟି ବ୍ଳକ ତହସିଲଦାର ଉପସ୍ଥିତ ଅଛନ୍ତି। ସତ୍ୟବାଦୀ ବିଧାୟକ ଓ ବ୍ରହ୍ମଗିରି ବିଧାୟିକା ମଧ୍ୟ ଉପସ୍ଥିତ ଅଛନ୍ତି। ପୁରୀ ବାସିନ୍ଦାଙ୍କ ଜମିଜମା ସମସ୍ୟାର ସମାଧାନ ଉପରେ ବୈଠକରେ ଆଲୋଚନା ହୋଇଛି।

