ଖଣିରୁ ଆଦାୟ, ବାହାରେ ବିନିଯୋଗ

ଯାଜପୁର,୧୯ା୧(ହର୍ଷବର୍ଦ୍ଧନ ବେହେରା): ଖଣି ଅଞ୍ଚଳର ପ୍ରଭାବିତ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇଦେବା ସହ ପ୍ରଦୂଷଣଜନିତ କ୍ଷୟକ୍ଷତିର ଭରଣା ପାଇଁ ଜିଲା ଖଣିଜ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ପାଣ୍ଠି ଗଠନ ହୋଇଛି। ଏହି ପାଣ୍ଠି ଖଣି ପ୍ରଭାବିତ ଓ କ୍ଷତିଗ୍ରସ୍ତ ଅଞ୍ଚଳରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ବିନିଯୋଗ କରାଯିବାର ବ୍ୟବସ୍ଥା ରହିଛି। ତେବେ ଯାଜପୁର ଜିଲା ସୁକିନ୍ଦା ଖଣି ଓ ଦାନଗଦୀ ଶିଳ୍ପାଞ୍ଚଳରେ ଡିଏମ୍‌ଏଫ୍‌ ପାଣ୍ଠିର ବିନିଯୋଗ ନୈରାଶ୍ୟଜନକ ରହିଛି। ଏପରିକି ଏକାଧିକ ଉନ୍ନୟନ ପ୍ରକଳ୍ପ କରିବାକୁ ଦିଆଯାଇଥିବା ପ୍ରତିଶ୍ରୁତି ମଧ୍ୟ ଫେଲ୍‌ ମାରିଛି। ଅନ୍ୟପକ୍ଷେ ଏହି ଅଞ୍ଚଳରୁ ଆଦାୟ ହେଉଥିବା ଡିଏମ୍‌ଏଫ୍‌ ପାଣ୍ଠିରୁ କୋଟି କୋଟି ଟଙ୍କା ଅଣଖଣି ଅଞ୍ଚଳରେ ସମ୍ମିଳନୀ, ଡାକ୍ତରଖାନା ପାଇଁ ଜମି କିଣା, ଆଦର୍ଶ ବିଦ୍ୟାଳୟ, ପର୍ଯ୍ୟଟନ, ଶିକ୍ଷା ଆଦି କ୍ଷେତ୍ରରେ ଖର୍ଚ୍ଚ କରାଯାଉଛି। ଫଳରେ ଖଣି ପ୍ରଭାବିତ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିବା ମତପ୍ରକାଶ ପାଇଛି।
କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଖଣିଜକ୍ଷେତ୍ର କଲ୍ୟାଣ ଯୋଜନାକୁ ଆଧାରକରି ୨୦୧୫ ଜାନୁଆରୀ ୧୨ରେ ରାଜ୍ୟ ସରକାର ଡିଏମ୍‌ଏଫ୍‌ ପାଣ୍ଠି ଆରମ୍ଭ କରିଥିଲେ। ମୁଖ୍ୟତଃ ଡିଏମ୍‌ଏଫ୍‌ ଅର୍ଥରାଶି ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ଖଣି ମାଲିକ ସରକାରଙ୍କୁ ଦେଉଥିବା ରାଜସ୍ବର ୩୦ ପ୍ରତିଶତ ଅର୍ଥ ଡିଏମ୍‌ଏଫ୍‌ ପାଣ୍ଠିକୁ ଯାଇଥାଏ। ମିଳିଥିବା ସୂଚନାନୁସାରେ ୨୦୨୩ ଜୁଲାଇ ସୁଦ୍ଧା ଯାଜପୁର ଜିଲାରେ ୧,୮୯୭.୮୭ କୋଟି ଟଙ୍କା ପ୍ରୋଗ୍ରେସିଭ ଆଦାୟ ହୋଇଛି। ଏଥିରେ ୪,୧୦୧ଟି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ସେଥିରୁ ୨,୯୮୧ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। ଏଥିପାଇଁ ମାତ୍ର ୧୦୩୫.୫୬କୋଟି (୪୦.୮୯%) ଟଙ୍କା ଖର୍ଚ୍ଚ ହୋଇପାରିଛି। ଅନ୍ୟପକ୍ଷେ ୨୦୨୧-୨୨ ବର୍ଷର ରିପୋର୍ଟ ଅନୁସାରେ ଜିଲାରେ ୧୫୦୦ କୋଟି ଆଦାୟ ହୋଇଥିବାବେଳେ ସେଥିରୁ ସୁକିନ୍ଦା ଓ ଦାନଗଦୀ ବ୍ଲକ ଅଞ୍ଚଳରେ ଥିବା ୧୬ଟି ଖଣି ଓ ଶିଳ୍ପ ସଂସ୍ଥା ୧୪୯୪.୨୫ (୯୯%) କୋଟି ଟଙ୍କା ଡିଏମ୍‌ଏଫ୍‌ ପାଣ୍ଠିକୁ ମିଳିଥିଲା। ହେଲେ ଏହି ଅଞ୍ଚଳରେ ଦୀର୍ଘ ୭ ବର୍ଷ ହେବ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବିତ ଟମ୍‌କା-ମଙ୍ଗଳପୁର ୪ ଥାକିଆ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇ ପାରିନାହିଁ। ଏନେଇ ବିଭିନ୍ନ ସ୍ତରରେ ଅଭିଯୋଗ ହେବାପରେ ୧୯ା୧୦ା୨୦୨୩ରେ ଡିଏମ୍‌ଏଫ୍‌ ପାଣ୍ଠିରୁ କାର୍ଯ୍ୟ ଆରମ୍ଭ ହେବ ବୋଲି ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ହେଲେ ତୁମୁଣି ଓ ଗୁହିଆଶାଳାକୁ ଏଯାଏ ରାସ୍ତା ନିର୍ମାଣ ହୋଇ ପାରିନାହିଁ। ସେହିପରି ନଗଡ଼ାରେ ଶିଶୁ ମୃତ୍ୟୁ ଘଟଣା ପରେ କାଳିଆପାଣିରେ ଏକ ସରକାରୀ ଡାକ୍ତରଖାନା ପ୍ରତିଷ୍ଠା କରିବାକୁ ସରକାର ପ୍ରତିଶ୍ରୁତି ଦେଇଥିଲେ। ତଦନୁସାରେ ଟାଟା ଷ୍ଟିଲ୍‌ ହସ୍ପିଟାଲ ଗୃହ ସରକାରଙ୍କୁ ହସ୍ତାନ୍ତର ହୋଇଥିଲା। ହେଲେ ଦୁର୍ଭାଗ୍ୟ ଯେ, ସେଠାରେ ଜଣେ ମାତ୍ର ଡାକ୍ତର ଡେପୁଟେଶନରେ ସପ୍ତାହରେ ୨ଦିନ ଆସୁଥିବାବେଳେ ଜଣେ ଲେଖାଏଁ ନର୍ସ ଓ କମ୍ପାଉଣ୍ଡର ଅଛନ୍ତି। ଏମାନେ ସମସ୍ତେ ଡିଏମ୍‌ଏଫ୍‌ ପାଣ୍ଠିରୁ ଦରମା ପାଉଥିବା ଜଣାପଡ଼ିଛି। ସେହିପରି ଓମ୍‌ବାଡାକ୍‌ ପାଣ୍ଠିରୁ ୨୨୩କୋଟି ଟଙ୍କାରେ ସୁକିନ୍ଦା ଅଞ୍ଚଳର ୨୫ଟି ପଞ୍ଚାୟତବାସୀଙ୍କ ପାଇଁ ୩ଟି ମେଗା ଜଳ ଯୋଗାଣ ପ୍ରକଳ୍ପ ଆରମ୍ଭ ହୋଇଛି। ହେଲେ ଏବେ ବି କାଙ୍କଡପାଳ, ରାହାଁସୋଲ, ଚିଙ୍ଗୁଡିପାଳ, କାଳିଆପାଣି, ଦୁଧୁଯୋରୀ, କଅଁସ, ପିମ୍ପୁଡିଆ, କୁହିକା ଆଦି ପଞ୍ଚାୟତର ଶତାଧିକ ପରିବାର ପାଇପ ଜଳରୁ ବଞ୍ଚତ୍ତ ରହିଛନ୍ତି। କାଳିଆପାଣି ହାଇସ୍କୁଲରେ ଏକ ସରକାର ଡିଗ୍ରୀ କଲେଜ ଖୋଲିବାକୁ ହୋଇଥିବା ପ୍ରଶାସନିକ ପ୍ରତିଶ୍ରୁତି ପାଣିର ଗାର ପାଲଟିଛି। ସୁକିନ୍ଦା ଖଣି ଅଞ୍ଚଳରେ ଏଯାଏ ଗୋଟିଏ ବି ଆଦର୍ଶ ବିଦ୍ୟାଳୟ ହୋଇ ନ ଥିବାବେଳେ ଏହି ଡିଏମ୍‌ଏଫ୍‌ ପାଣ୍ଠିରୁ ଜିଲାର ଅନ୍ୟ ବ୍ଲକଗୁଡିକରେ ଆଦର୍ଶ ବିଦ୍ୟାଳୟ ଗୃହ ନିର୍ମାଣ ହୋଇଛି। ସୁକିନ୍ଦା ଅଞ୍ଚଳରେ ଖଣି ସଂସ୍ଥା ଦ୍ୱାରା ଛାତ୍ରୀଛାତ୍ରଙ୍କ ପାଇଁ କିଛି ବସ୍‌ ଚାଲୁଛି, ହେଲେ ଏଥିରେ ଅଯଥାରେ ସମୟ ଯାଉଥିବାରୁ ଛାତ୍ରୀଛାତ୍ରମାନେ ନିକଟସ୍ଥ ଅଞ୍ଚଳରେ ଶିକ୍ଷାର ଭିତ୍ତିଭୂମି ନିର୍ମାଣ କରିବାକୁ ଦାବି କରୁଛନ୍ତି। କାଳିଆପାଣି ଅଞ୍ଚଳରେ ଏକ ଷ୍ଟାଡିୟମ ନିର୍ମାଣ କରିବାକୁ ଦାବି ହେଉଥିଲେ ହେଁ ତାହା କେହି ଶୁଣୁନାହାନ୍ତି। ଖଣି ଅଞ୍ଚଳରେ ଏଭଳି ଅନେକ ସମସ୍ୟା ଲାଗି ରହିଥିଲେ ହେ ଡିଏମ୍‌ଏଫ୍‌ ପାଣ୍ଠିକୁ ଜିଲାର ଅନ୍ୟ ବ୍ଲକଗୁଡିକରେ ବିନିଯୋଗ କରି ଖଣି ପ୍ରଭାବିତ ଅଞ୍ଚଳବାସୀଙ୍କୁ ପ୍ରତାରଣା କରାଯାଉଥିବା ଚର୍ଚ୍ଚା ହେଉଛି। ଇତିମଧ୍ୟରେ ଯାଜପୁର ଜିଲା ସଦର ଡାକ୍ତରଖାନାର ସମ୍ପ୍ରସାରଣ କରିବାକୁ ଆବଶ୍ୟକ ଜମି କିଣିବାକୁ ଡିଏମ୍‌ଏଫ୍‌ ପାଣ୍ଠିରୁ ୪୩.୪୩ କୋଟି ଟଙ୍କା ମଞ୍ଜୁର ହୋଇଛି। ଜିଲା ଡାକ୍ତରଖାନାର ବିକାଶ ଜରୁରୀ ସତ, କିନ୍ତୁ ବିପୁଳ ଡିଏମ୍‌ଏଫ୍‌ ପାଣ୍ଠି ମହଜୁଦ ଥାଇ ବି ଖଣି ପ୍ରଭାବିତ ଅଞ୍ଚଳବାସୀ ଉପଯୁକ୍ତ ସ୍ବାସ୍ଥ୍ୟସେବାରୁ ବଞ୍ଚତ୍ତ ହେଉଥିବାରୁ ତାହା ବୁଦ୍ଧିଜୀବୀ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ଏନେଇ ଜିଲାପାଳ ତଥା ଡିଏମ୍‌ଏଫ୍‌ ଅଧ୍ୟକ୍ଷ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ପଚାରିବାରେ ସେ କହିଛନ୍ତି, ଏପର୍ଯ୍ୟନ୍ତ ଜିଲାରେ ୬୦%ରୁ ଅଧିକ ପାଣ୍ଠି ଖର୍ଚ୍ଚ ହୋଇସାରିଛି। ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଅନୁସାରେ ପାଣ୍ଠି ବିନିଯୋଗ କରାଯାଉଛି। ଏଥିସହିତ ଖଣି ଅଞ୍ଚଳର ବିକାଶ ପାଇଁ ଡିଏମ୍‌ଏଫ୍‌ ପାଣ୍ଠିକୁ ଆମେ ଅଧିକ ଗୁରୁତ୍ୱ ଦେଉଛୁ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: ତୃତୀୟ ସନ୍ତାନ ଜନ୍ମ ହେଲେ ମିଳିବ ୨୫,୦୦୦ ଟଙ୍କା

ହାଇଦ୍ରାବାଦ୍‌,୭।୩: ଆନ୍ଧ୍ର ପ୍ରଦେଶ ସରକାର ଏକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ବିଧାନସଭାରେ କହିଛନ୍ତି,ରାଜ୍ୟର ଜନ୍ମହାର ନିରନ୍ତର ହ୍ରାସ ପାଉଛି…

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ପୋଲିସ ପଚାରିବାରୁ କହିଲେ କାଲି ରାତିର ଘଟଣା…

ଦେବଗଡ଼,୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଆଇଆରବି ବାଟାଲିୟନ ପଛପାଖରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଇଥିବା ଜଣାପଡ଼ିଛି। ତେବେ ଘରୋଇ କଳିରୁ…

୭ ବର୍ଷର ଶିଶୁକୁ ଅପହରଣ କରି ଗଳାକାଟି ହତ୍ୟା: ଟଙ୍କାମାଗିଲେ, ପରେ  ମୃତଦେହ ବସ୍ତାରେ ବାନ୍ଧି…

ବିଷମକଟକ,୭।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯିବା ଘଟଣା…

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ, ଗ୍ରାମବାସୀଙ୍କ ହୋ-ହଲ୍ଲା ପରେ…

ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତର ଚାନ୍ଦିମାଳଠାରେ ଥିବା ଜବାହୀ ନବୋଦୟ ବିଦ୍ୟାଳୟରେ ପଢୁଥିବା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ…

ଯୁଦ୍ଧର ପ୍ରଭାବ! ଏହି ଦେଶରେ ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍‌

ଇସଲାମାବାଦ,୭।୩: ପାକିସ୍ତାନ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବର ସମ୍ମୁଖୀନ ହେଉଛି। ବେଲୁଚିସ୍ତାନ, ଖାଇବର ପଖତୁନଖ୍ବା, ପଞ୍ଜାବ (ପାକିସ୍ତାନ) ଏବଂ ସିନ୍ଧ ସମେତ ଅନେକ ଅଞ୍ଚଳରେ…

ହାର୍ଦ୍ଦିକଙ୍କ ସହ ମାହିକାଙ୍କୁ ଦେଖି କେମିତି ରିଆକ୍ସନ ଦେଲେ ଗୌତମ ଗମ୍ଭୀର? ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୭।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମେ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ,…

ମଦ ବୋତଲରେ ମିଳିଲା ଏମିତି ଜିନିଷ ଗ୍ରାହକଙ୍କ ଉଡିଲା ହୋସ୍‌, ଦୋକାନି କହିଲେ ଆମ କାମ ବିକ୍ରି କରିବା ତିଆରି କରିବା ନୁହେଁ

ହାଇଦ୍ରାବାଦ,୭।୩: ହାଇଦ୍ରାବାଦର ନାଚାରାମ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବିୟର ବୋତଲ ଖୋଲିବା ମାତ୍ରେ ଜଣେ ବ୍ୟକ୍ତି ଭିତରେ ଏକ ଛୋଟ ମାଛ ପହଁରୁଥିବାର ଦେଖିଲେ।…

ଫାଇନାଲ୍‌ରେ ସଞ୍ଜୁ ସାମସନ ମାତ୍ର ୨୬ ରନ୍‌ କଲେ ଟିମ୍‌ ଇଣ୍ଡିଆ ହୋଇଯିବ ଚାମ୍ପିୟନ: ଜାଣନ୍ତୁ କେମିତି

ଅହମ୍ମଦାବାଦ୍‌,୭।୩: ଟି୨୦ ବିଶ୍ୱକପର ଫାଇନାଲ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବାକୁଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri