ବରଯାତ୍ରୀଙ୍କ ଉନ୍ମତ୍ତକାଣ୍ଡ: ଛେଚା ଖାଇଲେ, ଜରିମାନା ଦେଇ ଫେରିଲେ

ଖଇରା, ୧୨।୫(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଗଣ୍ଡିବେଡ ବଜାରରେ ଏକ ବିବାହ ଅବସରରେ ଖାସି ମାଂସ ଖାଇବାକୁ ନେଇ ପ୍ରଥମେ ବରଯାତ୍ରୀଙ୍କ ଉନ୍ମତ୍ତକାଣ୍ଡକୁ ଲୋକେ ସହି ପାରିଲେନି। ଗଣ୍ଡଗୋଳ ଭିଆଇଥିବା ଯୁବଗୋଷ୍ଠୀଙ୍କୁ ଏଭଳି ଛେଚିଲେ ଯେ, କେତେଜଣ ଦୌଡି ଯିବା ବେଳେ ଜୋତା ନେବାକୁ ଭୂଲିଯାଇଥିଲେ। ପରେ ଗଣ୍ଡିବେଡ ବଜାର କମିଟି ତତ୍ତ୍ୱାବଧାନରେ ଉଭୟ ପକ୍ଷର ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ହୋଟେଲ ମାଲିକଙ୍କୁ ୨ହଜାର ଓ ବଜାର କମିଟିକୁ ୧ହଜାର ଦେଇ ବାହାଘର ସାରି ଘରକୁ ଫେରିଥିଲେ। ବୁଧବାର ଖଇରା ଥାନା ଅଞ୍ଚଳର କନ୍ୟା ଓ ସିମୁଳିଆ ଥାନା ଅଧୀନ ଚୁଡୁଙ୍ଗା ଗ୍ରାମର ବରଙ୍କ ବିବାହ ଗଣ୍ଡିବେଡ ଜଗନ୍ନାଥ ମନ୍ଦିରରେ ବୁଧବାର ସ୍ଥିର ହୋଇଥିଲା। ବରଯାତ୍ରୀଙ୍କ ଖାଇବା ଗଣ୍ଡିବେଡର ଏକ ହୋଟେଲରେ ବ୍ୟବସ୍ଥା କରାଯାଇଥିଲା ା ନିର୍ଦ୍ଧାରିତଠାରୁ ଅଧିକ ବରଯାତ୍ରୀ ଆସିବାରୁ ଖାସି ମାଂସ କମ୍‌ ପଡିଥିଲା ା ଏଥିରେ ଉତ୍‌କ୍ଷିପ୍ତ ହୋଇ ବରପକ୍ଷର କେତେଜଣ ଯୁବକ ହୋଟେଲ କର୍ମଚାରୀଙ୍କୁ ଟେବୁଲ ଖୁରାରେ ପିଟି ଲହୁଲୁହାଣ କରି ପକାଇଥିଲେ। ଏଭଳି ଘଟଣା ବଜାରବାସୀ ଜାଣିବା ପରେ ସେମାନଙ୍କୁ ନିର୍ଧୁମ ଛେଚିଥିଲେ। ବରପକ୍ଷରୁ ୩ଜଣ ଓ ଜଣେ ହୋଟେଲ କର୍ମଚାରୀଙ୍କୁ ଚିକିତ୍ସା ପାଇଁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଖାଉଥିଲେ ପରିବାର ଲୋକେ: ହଠାତ୍‌ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍‌ ୬ଜଣ…

ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି

ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା ଭାଜପାରେ…

ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକ…

ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ…

ପୁଅର ବର୍ବରକାଣ୍ଡ: ବାପାଙ୍କୁ ବାଡେଇ ବାହାରୁ ତାଲାଦେଇ ଘର ଭାଙ୍ଗିଲେ ପୁଅ

ଖଇରା,୨୪।୩(ଉତ୍କଳ ବନ୍ଧୁ ପଣ୍ଡା ): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ମୁସ୍ତଫାବାଦ ଗ୍ରାମରେ ପୁଅର ଆକ୍ରମଣରେ ବାପା ଲହୁଲୁହାଣ ହେବା ପରେ ବାପାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri