Posted inଖେଳ

ରେକର୍ଡଧାରୀ ସ୍ପିନର ନଦିମଙ୍କ ଅବସର

କୋଲକାତା, ୬ା୩ (ପି.ଟି.): ଭାରତ ପାଇଁ ଦୁଇଟି ଟେଷ୍ଟ ମ୍ୟାଚ ଖେଳିଥିବା ଝାଡ଼ଖଣ୍ଡର ବାମହାତୀ ସ୍ପିନର ଶାହାବାଜ ନଦିମ ଅନ୍ତର୍ଜାତୀୟ କ୍ରିକେଟରୁ ତାଙ୍କ ଅବସର ଘୋଷଣା କରିଛନ୍ତି। ଜାତୀୟ ଦଳକୁ ଫେରିବା ସୁଯୋଗ ନ ଥିବା ଅନୁଭବ କରି ସେ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି। ବର୍ତ୍ତମାନ ସେ ଫ୍ରାଞ୍ଚାଇଜ୍‌ ଭିତ୍ତିକ ଲିଗ୍‌ଗୁଡ଼ିକରେ ତାଙ୍କ ଭାଗ୍ୟ ପରୀକ୍ଷା କରିବେ। ଝାଡ଼ଖଣ୍ଡ ତରଫରୁ ଦୁଇ ଦଶନ୍ଧି ଧରି ଖେଳିଆସୁଥିବା ନଦିମଙ୍କର ଏକ ଲିଷ୍ଟ ‘ଏ’ କ୍ରିକେଟରେ ଶ୍ରେଷ୍ଠ ବୋଲିଂ ଫିଗର (୮/୧୦) ହେଉଛି ଏକ ବିଶ୍ୱ ରେକର୍ଡ। ୨୦୧୮-୧୯ ସିଜନରେ ଚେନ୍ନାଇଠାରେ ଏକ ବିଜୟ ହଜାରେ ଟ୍ରଫି ଲିଗ୍‌ ମ୍ୟାଚରେ ତାଙ୍କ ୧୦ ଓଭର ବୋଲିଂରେ ସେ ଏହି ସଫଳତା ହାସଲ କରିଥିଲେ। ରାଜସ୍ଥାନ ଏହି ମ୍ୟାଚରେ ୨୮. ୩ ଓଭରରେ ୭୩ ରନ ସ୍କୋରରେ ଅଲଆଉଟ ହୋଇଯାଇଥିଲା। ଝାଡ଼ଖଣ୍ଡ ଏହି ମ୍ୟାଚ ୭ ଉଇକେଟରେ ଜିତି ନେଇଥିଲା। ସେହିି ସିଜନରେ ବିଜୟ ହଜାରେ ଟ୍ରଫିରେ ସେ ୯ଟି ମ୍ୟାଚରୁ ୧୩.୦୪ ଆଭରେଜରେ ୨୪ ଉଇକେଟ ସହ ସବୁଠାରୁ ଅଧିକ ଉଇକେଟ ହାସଲକାରୀ ବୋଲର ବିବେଚିତ ହୋଇଥିଲେ। ୨୦୧୯ରେ ରାଞ୍ଚତ୍ସ୍ଥିତ ଜେଏସ୍‌ସିଏ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ତାଙ୍କୁ ଆଶ୍ଚର୍ଯ୍ୟଜନକ ଭାବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ପଦାର୍ପଣର ସୁଯୋଗ ମିଳିଥିଲା। ସେ ସମୟରେ କୁଲଦୀପ ଯାଦବ ଆଘାତପ୍ରାପ୍ତ ହେବାରୁ ମ୍ୟାଚ୍‌ର ୨୪ ଘଣ୍ଟା ପୂର୍ବରୁ ତାଙ୍କୁ ଦଳରେ ନିଆଯାଇଥିଲା। ଦକ୍ଷିଣ ଆଫ୍ରିକା ବିପକ୍ଷ ଏହି ତୃତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ନଦିମ ଟେମ୍ବା ବଭୁମାଙ୍କ ଉଇକେଟ ସମେତ ୪୦ ରନ ବିନିମୟରେ ୪ ଉଇକେଟ ଅକ୍ତିଆର କରିଥିଲେ। ଭାରତ ଏହି ମ୍ୟାଚ ଏକ ଇନିଂସ ୨୦୨ ରନରେ ଜିତି ନେଇଥିଲା। ଭାରତୀୟ ଦଳରେ ପୁଣି ସୁଯୋଗ ପାଇବା ଲାଗି ଏହି ଛାଡ଼ଖଣ୍ଡ ସ୍ପିନରଙ୍କୁ ଆଉ ଦୁଇ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା। ୨୦୨୧ରେ ଚେନ୍ନାଇଠାରେ ଇଂଲଣ୍ଡ ବିପକ୍ଷରେ ସେ ତାଙ୍କର ଅନ୍ତିମ ଟେଷ୍ଟ ମ୍ୟାଚ ଖେଳିଥିଲେ। ନଦିମ ତାଙ୍କ କ୍ୟାରିୟରରେ ୧୪୦ ପ୍ରଥମଶ୍ରେଣୀ ମ୍ୟାଚ ଖେଳି ୫୪୨ ଉଇକେଟ ନେଇଛନ୍ତି। ପ୍ରଥମଶ୍ରେଣୀ କ୍ରିକେଟରେ ତାଙ୍କର ଶ୍ରେଷ୍ଠ ଫିଗର ୭/୪୫ ରହିଛି। ସେ ଆହୁରି ମଧ୍ୟ ୨୦୧୫-୧୬ ଓ ୨୦୧୬-୧୭ କ୍ରମାଗତ ଦୁଇ ସିଜନରେ ସର୍ବାଧିକ ଉଇକେଟ ହାସଲକାରୀ ବୋଲର ବିବେଚିତ ହୋଇଛନ୍ତି। ଲିଷ୍ଟ ଏ’ କ୍ରିକେଟରେ ସେ ୧୩୪ ମ୍ୟାଚରେ ୧୭୫ ଉଇକେଟ ନେଇଛନ୍ତି। ଆଇପିଏଲ୍‌ରେ ସେ ଦିଲ୍ଲୀ ଡେୟାର ଡେଭିଲ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ତରଫରୁ ୭୨ ମ୍ୟାଚ ଖେଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଳୟରେ ପୋଡ଼ି ହୋଇଗଲେ ଛାତ୍ର: ପ୍ରଧାନଶିକ୍ଷକଙ୍କ ସମେତ ୪ ଶିକ୍ଷକଙ୍କ ଦରମା ବନ୍ଦ

ରାୟଗଡ଼ା,୬।୧: ରାୟଗଡ଼ା ଜିଲା ପାଇକଡାକୁଲୁଗୁଡ଼ା ସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଘଟିଥିବା ଅଭାବନୀୟ ଅଗ୍ନିକାଣ୍ଡ ଘଟଣାରେ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବିଦ୍ୟାଳୟର...

‘ନୋ ପିୟୁସିସି, ନୋ ଫ୍ୟୁଏଲ’ ନୀତି ଉପରେ ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ

କଟକ,୬।୧: ରାଜ୍ୟରେ ବୈଧ ପ୍ରଦୂଷଣ ମୁକ୍ତ ପ୍ରମାଣପତ୍ର (PUCC) ନଥିଲେ ଗାଡ଼ିକୁ ପେଟ୍ରୋଲ କିମ୍ବା ଡିଜେଲ ନଦେବା ପାଇଁ ସରକାର ନେଇଥିବା ନିଷ୍ପତ୍ତିକୁ ନେଇ ଓଡ଼ିଶା...

ଡେଲିଭରି ଏଜେଣ୍ଟ ପରିଚୟ ଦେଇ ସାଇବର ଠକେଇ ଅଭିଯୋଗ,୨ ଜଣଙ୍କୁ ବାନ୍ଧିଲା…

ଦିଗପହଣ୍ଡି/ଚିକିଟି,୬|୧(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ବ୍ରହ୍ମପୁର ପୋଲିସ ଜିଲା କେ.ନୂଆଗାଁ ଥାନା ଅଞ୍ଚଳରେ ଲୋକଙ୍କ ଠାରୁ ବିଭିନ୍ନ ଉପାୟରେ ଲକ୍ଷାଧିକ ଟଙ୍କା ଠକେଇ...

ଓଟିଇଟି ପରୀକ୍ଷା ଦେଇପାରିବେ ଦୁଇବର୍ଷିଆ ବିଏଡ୍‌ ଛାତ୍ରୀଛାତ୍ର; ଜାଣନ୍ତୁ ସବିଶେଷ…

ଭୁବନେଶ୍ୱର,୬ା୧(ସୁଚିସ୍ମିତା ସାହୁ): ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ଦେବା ପାଇଁ ସ୍ବତନ୍ତ୍ର ଶିକ୍ଷାରେ ଦୁଇବର୍ଷିଆ ବିଏଡ୍‌ କରିଥିବା ଛାତ୍ରୀଛାତ୍ରଙ୍କୁ ସୁଯୋଗ ମିଳିବ। ସେମାନେ ଓଟିଇଟି...

ଏମାନଙ୍କ ପାଇଁ କାଳ ୨୦୨୬! ଏହି ୨ରାଶି ପାଖରୁ ଚାଲିଯିବ ଧନ

ବର୍ଷ ଆରମ୍ଭରେ ଜ୍ୟୋତିଷ ଶାସ୍ତ୍ରରେ ପ୍ରମୁଖ ଗ୍ରହ ପରିବର୍ତ୍ତନ ସୂଚିତ ହୋଇଛି। ଜ୍ୟୋତିଷଙ୍କ ଅନୁଯାୟୀ, ଜାନୁଆରୀ ୧୨ ତାରିଖରୁ ସିଂହ ରାଶିର ଲୋକଙ୍କ ଜୀବନରେ ଏକ...

ତାମିଲନାଡୁରେ ଆଖି ବୁଜିଦେଲେ ଓଡ଼ିଆ ଶ୍ରମିକ: ବାହୁନି ବାହୁନି କାନ୍ଦୁଛି ସ୍ତ୍ରୀ, ବିଧବା ମା’ ଆଖିରୁ ଶୁଖୁନି ଲୁହ 

ଦିଗପହଣ୍ଡି,୬।୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ୯ ନଂ ୱାର୍ଡ ଦଳିତ ସାହିର ଦାଦନ ଶ୍ରମିକ ବିଜୟ ନାଇକ(୩୬) ତାମିଲନାଡୁର ର୍ତିଚ୍ଚିରେ ମୃତ୍ୟୁବରଣ...

ପୁରୁଷୋତ୍ତମପୁର ସବ-ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟଣା: ବନ୍ଧାହେବେ ଦୂର୍ନିତିକାରୀ

ପୁରୁଷୋତ୍ତମପୁର, ୬ା୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବରେଜିଷ୍ଟ୍ରାର ଅଫିସରେ ଘଟିଥିବା ଜମି ଦୁର୍ନୀତି ଘଟଣାରେ ପୋଲିସ ମାମଲା ରୁଜୁ ତଦନ୍ତ ଆରମ୍ଭ କରିଛି। ଫଳରେ...

‘ବିପଦମୁକ୍ତ ଭବିଷ୍ୟତ ଗଠନରେ ନାଗରିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ’

ଦିଗପହଣ୍ଡି,୬।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ମହିଳା କଲେଜ ପରିସରରେ ମଙ୍ଗଳବାର ପରିବେଶ ଆଇନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri