ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦେଇ…

ଦିଗପହଣ୍ଡି,୧ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଘୋଡ଼ାହାଡ଼ ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ.ଏ ଗୋପାଳ ରାଓଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିବା ଜଣାପଡ଼ିଛି। ଦୀର୍ଘ ୫ ବର୍ଷ ଧରି ଦିଗପହଣ୍ଡି ଘୋଡ଼ାହାଡ଼ ଜଳସେଚନ ପ୍ରକଳ୍ପର ବହୁ ଉନ୍ନତିମୂଳକ କାର୍ଯ୍ୟ କରି ପ୍ରକଳ୍ପକୁ ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ପୂର୍ବକ ରାଜ୍ୟସ୍ତରରେ ପୁରସ୍କାର ହାସଲ କରି ସେ ଗୌରବ ଅର୍ଜନ କରିଥିଲେ। ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଅବସର ପରେ ତାଙ୍କ ସ୍ଥାନରେ ପଦୋନ୍ନତି ପାଇଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ନିରଞ୍ଜନ ସାହୁଙ୍କୁ ନୂତନ ଭାବେ ଏହି ଜଳସେଚନ ପ୍ରକଳ୍ପର ଦାୟିତ୍ୱ ପ୍ରଦାନ କରାଯାଇଛି। ଏହି ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. କିଶୋର ଚନ୍ଦ୍ର ପାତ୍ର, ଇଂ. କ୍ଷୀରୋଦ ବେହେରା, ଦେବରାଜ ଗୌଡ଼, କୋଷାଧ୍ୟକ୍ଷ ପ୍ରଦୀପ କୁମାର ମହାନ୍ତି, ଘୋଡ଼ାହାଡ଼ ପାଣିପଞ୍ଚାୟତ ଶୀର୍ଷ କମିଟି ସଭାପତି ରମେଶ ଚନ୍ଦ୍ର ପାତ୍ର, ସମ୍ପାଦକ କୀର୍ତ୍ତିଚନ୍ଦ୍ର ଗୌଡ଼, ସ୍ବତନ୍ତ୍ର ଠିକାଦାର ସରୋଜ ପାତ୍ର, ଉମାକାନ୍ତ ସାହୁ, ପଦ୍ମନାଭ ମହାରଣା, ଭି. କାମ ରାଜୁ , କାଳୀଚରଣ ରାଉଳ , ପବିତ୍ର ପାଣିଗ୍ରାହୀ, ମହେନ୍ଦ୍ର ପାଢ଼ୀଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୮ ଫୁଟର ଅଜଗର ଉଦ୍ଧାର

ଦିଗପହଣ୍ଡି,୨୬।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆମ୍ବ ଗାଁ ନିକଟ ଘୋଡ଼ାହାଡ଼ ନଦୀପଠାରୁ ସୋମବାର ସନ୍ଧ୍ୟା ପ୍ରାୟ ୫ଟାରେ ଏକ ୮ ଫୁଟ ବିଶିଷ୍ଟ…

ଦିଗପହଣ୍ଡିରେ ସାଧାରଣତନ୍ତ୍ର ଦିବସ: ବିଧାୟକ କଲେ ବହୁମୁଖୀ ଭବନ ଉଦ୍‌ଘାଟନ

ଦିଗପହଣ୍ଡି,୨୬।୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ପୁରପଲ୍ଲୀରେ ସୋମବାର ୭୭ ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଦିଗପହଣ୍ଡି…

ଭାରତ ହେବ ବାଲ୍ୟ ବିବାହମୁକ୍ତ

ଦିଗପହଣ୍ଡି,୨୬।୧(ଅଶେଷନାଥ ମିଶ୍ର): ରାଜ୍ୟ ଆଇନସେବା ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲା ଦିଗପହଣ୍ଡି କୋର୍ଟ ପରିସରରେ ଥିବା ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ସୋମବାର…

ସାଧାରଣତନ୍ତ୍ର ଦିବସକୁ ଭୁଲିଗଲେ ପୋଷ୍ଟ ଅଫିସ, ବ୍ୟାଙ୍କ ଅଧିକାରୀ-କର୍ମଚାରୀମାନେ

ପୁରୁଷୋତ୍ତମପୁର,୨୬।୧(ସବିତା ମିଶ୍ର):ସାରାଦେଶର ପୁରପଲ୍ଲୀରେ ପବିତ୍ର ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳନ ହେଉଥିବା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରହିଥିବା ପୋଷ୍ଟ ଅଫିସ, ଇଣ୍ଡିଆନ ଓଭରସିଜ୍‌ ବ୍ୟାଙ୍କରେ ପତାକା…

ଭିନ୍ନ ଢଙ୍ଗରେ ପାଳିଲେ ସାଧାରଣତନ୍ତ୍ର ଦିବସ: ଚିଦାନନ୍ଦ କୁଷ୍ଠ ରୋଗୀ ରିଲିଫ କେନ୍ଦ୍ରରେ ପହଞ୍ଚିଲେ…

ଭଞ୍ଜନଗର,୨୬।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ପୁରୁଷ ଶାଖା (୧) ପକ୍ଷରୁ ସୋମବାର ସାଧାରଣତନ୍ତ୍ର ଦିବସ…

ଗଣତନ୍ତ୍ର ଦିବସରେ ସଚେତନତାର ବାର୍ତ୍ତା ବାଣ୍ଟିଲେ ବିଚାରପତି:

ପୁରୁଷୋତ୍ତମପୁର,୨୬ା୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ପବିତ୍ର ଗଣତନ୍ତ୍ର ଦିବସ ଅବସରରେ ସିଭିଲକୋର୍ଟ ପକ୍ଷରୁ ବାଲ୍ୟ ବିବାହମୁକ୍ତ ଭାରତ ଗଠନ ଲାଗି ସଚେତନତାର ବାର୍ତ୍ତା ବଣ୍ଟାଯାଇଛି। ତାଲୁକ୍‌…

ପିଏମ୍‌ ଶ୍ରୀ ଉତ୍ସବରେ ଅର୍ଚ୍ଚିତାଙ୍କ ସଫଳତା

ଦିଗପହଣ୍ଡି, ୨୫।୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ କନିଶି ଗ୍ରାମ ପିଏମ୍‌ ଶ୍ରୀ ବାଲାଜୀ ବିଦ୍ୟାପୀଠରେ ଆୟୋଜିତ ଗଞ୍ଜାମ ଜିଲାସ୍ତରୀୟ ପିଏମ୍‌ ଶ୍ରୀ ଉତ୍ସବ…

ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହେଲେ ଦିଗପହଣ୍ଡିର ପ୍ରହଲ୍ଲାଦ ନାଟକ ନୃତ୍ୟଗୁରୁ ସିମାଞ୍ଚଳ, ଅଞ୍ଚଳରେ ଖୁସିର ଲହରୀ

ଦିଗପହଣ୍ଡି,୨୫ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ବଡ଼ସାହିର ପୌରାଣିକ ପ୍ରହଲ୍ଲାଦ ନାଟକର ହିରନ୍ୟକଶ୍ୟପ ରାଜା ଭୂମିକାରେ ଅଭିନୟ କରୁଥିବା ନିର୍ଦ୍ଦେଶକ (ଗୁରୁ)…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri