ଭଲପାଇବାର ଉଦାହରଣ ସୃଷ୍ଟି କଲେ ଅବସରପ୍ରାପ୍ତ ଶିକ୍ଷକ: ସ୍ତ୍ରୀଙ୍କ ସ୍ମୃତିରେ ନିର୍ମାଣ କଲେ…

ଗୁଣୁପୁର,୧୨।୧(ସଂକେତ ପାତ୍ର): ରାୟଗଡା ଜିଲା ଗୁଣୁପୁର ପୌରପରିଷଦ ୧୯ନଂ ୱାର୍ଡ ଓମ ନଗରରୁ ଆସିଛି ଏକ ହୃଦୟସ୍ପର୍ଶୀ କାହାଣୀ, ଯାହା ପ୍ରେମ ଓ ସ୍ବାମୀ-ସ୍ତ୍ରୀ ସମ୍ପର୍କର ଅନନ୍ୟ ପରିଭାଷା ଦେଇଯାଉଛି। ଏବେ ଚାଲିଛି ପ୍ରେମର ଋତୁ। ଯୁବପିଢି ଭାଲେଣ୍ଟାଇନ ଡେ’ ପାଳନ କରି ପ୍ରେମର ଅଭିବ୍ୟକ୍ତି କରୁଛନ୍ତି। କିନ୍ତୁ ଅନେକ ସମୟରେ ପ୍ରେମରେ ସ୍ଥିରତା ନ ଥାଏ, ବିବାହ ପରେ ମଧ୍ୟ ସମ୍ପର୍କରେ ଅସ୍ଥିରତା ଦେଖାଯାଏ। ଏପରି ସମୟରେ ୮୫ ବର୍ଷୀୟ ଅବସରପ୍ରାପ୍ତ ଶିକ୍ଷକ ଉଦୟ ଚନ୍ଦ୍ର ନାୟକ ସତ୍ୟ ପ୍ରେମର ଉଦାହରଣ ସ୍ଥାପନ କରିଛନ୍ତି।

୧୯୬୭ ମସିହାରେ ସେ ଗୁଡାରି ଗ୍ରାମର ମୃଦୁଭାଷିନୀ ନାୟକଙ୍କୁ ବିବାହ କରିଥିଲେ। ଦୀର୍ଘ ଦାମ୍ପତ୍ୟ ଜୀବନରେ ଦୁହେଁଙ୍କ ମଧ୍ୟରେ ଥିଲା ଗଭୀର ଭଲପାଇବା ଓ ନିବିଡ ସମ୍ପର୍କ। କିନ୍ତୁ ୨୦୨୨ରେ ପତ୍ନୀଙ୍କ ଅକାଳ ବିୟୋଗ ତାଙ୍କୁ ଗଭୀର ଶୋକରେ ବୁଡାଇ ଦେଇଥିଲା। ପତ୍ନୀଙ୍କ ସ୍ମୃତିକୁ ଚିରସ୍ଥାୟୀ କରିବା ଓ ସର୍ବସାଧାରଣଙ୍କ ଉପକାର ପାଇଁ କିଛି କରିବାର ଉଦ୍ଦେଶ୍ୟରେ ଉଦୟ ନାୟକ ଗୁଣୁପୁର କୋର୍ଟ ସମ୍ମୁଖରେ ଅବସ୍ଥିତ ପୁରାତନ ତ୍ରିନାଥ ମନ୍ଦିର ପ୍ରାଙ୍ଗଣରେ ପ୍ରାୟ ୮ ଲକ୍ଷ ଟଙ୍କା ବ୍ୟୟ କରି ୧୦୦୦ ସ୍କୋଏର ଫୁଟ ଅଞ୍ଚଳରେ ଏକ ଛାତପକା ମଣ୍ଡପ ଓ ଚଉରା ମଣ୍ଡପର ଛାଉଣି ନିର୍ମାଣ କରିଛନ୍ତି। ସେ ନିଜେ ସ୍ଥଳରେ ଉପସ୍ଥିତ ରହି କାମର ତଦାରଖ କରି ସମ୍ପୂର୍ଣ୍ଣ କାର୍ଯ୍ୟକୁ ସାରିଥିଲେ। ନାୟକ ଏହି କାମ କରିବା ପରେ ନିଜେ ଆତ୍ମସନ୍ତୋଷ ଲାଭ କରିବା ସହ ତାଙ୍କ ପତ୍ନୀଙ୍କ ସ୍ମୃତି ସାଉଁଟିଛନ୍ତି ବୋଲି କହିଛନ୍ତି।
ପରିଣତ ବୟସରେ ମଧ୍ୟ ପତ୍ନୀଙ୍କ ପ୍ରତି ଏହି ଅତୁଟ ଭଲପାଇବା ସମସ୍ତଙ୍କୁ ଚମକିତ କରିବା ସହ ବେଶ ପ୍ରଶଂସା ସାଉଁଟିଛି। ତାଙ୍କ ପରିବାରରେ ତିନୋଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି, ଯେଉଁମାନେ ମଧ୍ୟ ଏହି ଉଦ୍ୟମକୁ ସମର୍ଥନ ଜଣାଇ ଗର୍ବ ଅନୁଭବ କରୁଛନ୍ତି। ନାୟକଙ୍କ ପରିଣତ ବୟସରେ ଏଭଳି ଉଦ୍ୟମ ବେଶ ପ୍ରଶଂସନୀୟ ବୋଲି ମତ ପ୍ରକାଶ ପାଇଛି।
ଆଧୁନିକ ସମାଜରେ ଯେଉଁଠାରେ ସମ୍ପର୍କରେ ଅସ୍ଥିରତା ବୃଦ୍ଧି ପାଉଛି, ସେଠାରେ ଉଦୟ ନାୟକଙ୍କ ଏହି ପଦକ୍ଷେପ ନିଶ୍ଚିତ ଭାବେ ପ୍ରେରଣାର ଏକ ଉତ୍ସ ହେବ। ପ୍ରେମ କେବଳ ଦିନେକର ପାଳନ ନୁହେଁ, ଏହା ଜୀବନ ଭରି ରହିଥିବା ଏକ ଅଟୁଟ ବନ୍ଧନ ଏହି ବାର୍ତ୍ତା ଦେଇଛନ୍ତି ଅବସରପ୍ରାପ୍ତ ଶିକ୍ଷକ।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଶାକାହାର ସିଦ୍ଧାନ୍ତ

ବୌଦ୍ଧଧର୍ମ ଏବଂ ଜୈନଧର୍ମ ଓଡ଼ିଶାର ପ୍ରମୁଖ ଧର୍ମ ଥିଲାବେଳେ ଶାକାହାର ବା ସାଦା ଖାଇବା ପରମ୍ପରା ଅଧିକ ଦୃଢ଼ୀଭୂତ ହୋଇଥିଲା। ଜଣେ ଅତ୍ୟଧିକ ଗରିଷ୍ଠ, ମସଲାଯୁକ୍ତ, ଆମିଷ…

ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୨।୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆ ତା’ର ଅଭିଯାନର ଏକ ଦୃଢ଼ ଆରମ୍ଭ କରିଛି। ମୁମ୍ବାଇରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଭାରତ ୨୯…

ଭାରତ ବନ୍ଦ ପ୍ରଭାବ: ବାଲେଶ୍ୱରରେ ଅଟକିଲା ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସ

ବାଲେଶ୍ୱର,୧୨।୨(ବାଞ୍ଛାନିଧି ଦେ):ବାଲେଶ୍ୱର ଷ୍ଟେଶନରେ ଗୁରୁବାର ଟ୍ରେଡ ୟୁନିଅନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସକାଳେ ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସ ଟ୍ରେନକୁ ଅଟକାଇ ପ୍ରତିବାଦ କରାଯାଇଛି। ଏଥିସହ ସହରର ବିଭିନ୍ନ…

ଆଜି ବାଂଲାଦେଶ ନିର୍ବାଚନ

ଢାକା,୧୨ା୨: ବାଂଲାଦେଶରେ ଗୁରୁବାର ସଂସଦୀୟ ନିର୍ୱାଚନ ହେବାକୁ ଯାଉଛି। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ଏହା ହେଉଛି ବାଂଲାଦେଶର ୧୩ତମ ସଂସଦୀୟ ନିର୍ୱାଚନ। ଏହି ନିର୍ୱାଚନକୁ…

ପେଙ୍ଗୁଇନ୍‌ ଇଣ୍ଡିଆକୁ ନୋଟିସ

ନୂଆଦିଲ୍ଲୀ,୧୨ା୨: ପୂର୍ୱତନ ସେନା ମୁଖ୍ୟ ଏମ୍‌.ଏମ୍‌. ନରଓ୍ୱଣେଙ୍କ ପୁସ୍ତକ ‘ଫୋର୍‌ ଷ୍ଟାର୍ସ ଅଫ୍‌ ଡେଷ୍ଟିନି’କୁ ନେଇ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍‌ ପେଙ୍ଗୁଇନ୍‌ ରାଣ୍ଡମ୍‌ ହାଉସ୍‌ ଇଣ୍ଡିଆକୁ…

ଏପ୍‌ଷ୍ଟିନ୍‌ ମୋତେ ଦୋମୁହଁା କହିଥିଲେ

ନୂଆଦିଲ୍ଲୀ,୧୨।୨: ଆମେରିକୀୟ ସେକ୍ସ ଅଫେଣ୍ଡର ଜେଫ୍ରି ଏପ୍‌ଷ୍ଟିନ୍‌ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଦୋମୁହଁା କହିଥିଲେ। ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଣିଥିବା…

ଅନାସ୍ଥା ନୋଟିସରେ ତ୍ରୁଟି

ନୂଆଦିଲ୍ଲୀ,୧୨ା୨: ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ବିରୋଧରେ ବିପକ୍ଷ ସଦସ୍ୟମାନେ ଅନାସ୍ଥା ପ୍ରସ୍ତାବ ଆଗତ କରିବା ପାଇଁ ଦେଇଥିବା ନୋଟିସ ତ୍ରୁଟିଯୁକ୍ତ। ନୋଟିସ ଡ୍ରାଫ୍ଟିଙ୍ଗ୍‌ରେ ଏଭଳି…

ଲିମ୍‌କା ବୁକ୍‌ ଅଫ୍‌ ରେକଡର୍‌ସରେ ମୁନ୍ନା: ପେନସିଲ ଗ୍ରାଫାଇଟରେ ସୂକ୍ଷ୍ମ ଇଣ୍ଡିଆ ଗେଟ୍‌

ଅମରପାଲି,୧୨ା୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଗ୍ରାମର ମୁନ୍ନା ମାହାଣା ଲିମକା ବୁକ ଅଫ ରେକଡର୍‌ସରେ ନିଜ ନାମକୁ ନାମିତ କରି ଜିଲା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri