କାଗଜକଳ ଅବସରପ୍ରାପ୍ତ ଶ୍ରମିକଙ୍କୁ ମିଳୁନି ହକ୍‌

ଜୟପୁର, ୧୩।୫(ନି.ପ୍ର.): କାଗଜକଳ ଅବସରପ୍ରାପ୍ତ ଶ୍ରମିକମାନେ ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ପ୍ରୋଭିଡେଣ୍ଟ ଫଣ୍ଡରେ ଲକ୍ଷ ଲକ୍ଷ ଟଙ୍କା ଅଛି, ଲକ୍ଷ ଲକ୍ଷ ଟଙ୍କା ଗ୍ରାଚ୍ୟୁଇଟି ପାଇବେ। କିନ୍ତୁ ତାହା ମିଳୁ ନ ଥିବାରୁ ଜୀବନର ଶେଷ ସମୟରେ ରୋଗରେ ପଡ଼ିଲେ ଚିକିତ୍ସା ପାଇଁ ଘର, ସୁନାଗହଣା ଆଦି ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଏହା ମଧ୍ୟରେ ୩୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଗଲାଣି। ବର୍ତ୍ତମାନ କାଗଜକଳ ଅବସରପ୍ରାପ୍ତ ଶ୍ରମିକ ଯୁଧିଷ୍ଠିର ସ୍ବାଇଁ ହୃଦ୍‌ଘାତ ଯୋଗୁ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ପ୍ରୋଭିଡେଣ୍ଟ ଫଣ୍ଡରେ ପ୍ରାୟ ୫ ଲକ୍ଷ ଟଙ୍କା ଅଛି। କାଗଜକଳ ଫାଉଣ୍ଡେଶନ ବେଳରୁ କାମ କରୁଛନ୍ତି। ଗ୍ରାଚ୍ୟୁଇଟି ପ୍ରାୟ ୪ ଲକ୍ଷ ଟଙ୍କା ପାଇବେ। କିନ୍ତୁ ବର୍ତ୍ତମାନ ମେଡିକାଲ୍‌ ଖର୍ଚ୍ଚ ପାଇଁ ଘରବାଡ଼ି ସୁନା ରୁପା ବିକ୍ରି କରିବାକୁ ପଡ଼ୁଛି। ମ୍ୟାନେଜମେଣ୍ଟକୁ ଗୁହାରି କରିବାରୁ ମାତ୍ର ୧୫ ହଜାର ଟଙ୍କା ଦେଲେ।
କାରଖାନା ଚାଲିଛି। କାଗଜ ଉତ୍ପାଦନ ହେଉଛି, ବିକ୍ରି ହେଉଛି। ଅବସରପ୍ରାପ୍ତ ଶ୍ରମିକଙ୍କୁ ପୁନଃ ନିଯୁକ୍ତି ଦିଆଯାଉଛି ବୋଲି ମ୍ୟାନେଜମେଣ୍ଟ କହୁଛି। କିନ୍ତୁ ଏବେ ବି ୭୦ ରୁ ଊର୍ଦ୍ଧ୍ୱ ଅବସରପ୍ରାପ୍ତ ଶ୍ରମିକଙ୍କୁ ନିଯୁକ୍ତି ମିଳିନାହିଁ। ଜଣେ ଶ୍ରମିକ ହୃଦ୍‌ଘାତରେ ଆଜି ପର୍ଯ୍ୟନ୍ତ କୋମାରେ ଅଛନ୍ତି। କାଳିଆ ଗାଁର ଧୋବୁଲୁ ବାଘ କିଡ୍‌ନୀ ରୋଗରେ ପୀଡ଼ିତ। ପ୍ରୋଭିଡେଣ୍ଟ ଫଣ୍ଡ୍‌ କଲିକତା ଟ୍ରଷ୍ଟରୁ ବ୍ରହ୍ମପୁର ଆଞ୍ଚଳିକ ପିଏଫ୍‌ କମିଶନ ଅଫିସ୍‌କୁ ସ୍ଥାନାନ୍ତର ହୋଇପାରୁ ନ ଥିବା ଓ କାଗଜକଳ କର୍ତ୍ତୃପକ୍ଷ ଶ୍ରମିକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଉ ନ ଥିବାରୁ ସେମାନଙ୍କ ପ୍ରାପ୍ୟ ମିଳିବାରେ ଅସୁବିଧା ହେଉଛି ବୋଲି ଶ୍ରମିକମାନେ କହିଛନ୍ତି। ଶ୍ରମିକଙ୍କ ସମସ୍ୟା ନେଇ ରାଜ୍ୟ ସରକାର, ଜିଲା ପ୍ରଶାସନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ମୃତ ଶ୍ରମିକଙ୍କ ବିଧବା ସ୍ତ୍ରୀମାନେ ଆନ୍ଦୋଳନ କରିଥିଲେ। ୪ ମାସ ମଧ୍ୟରେ ଗ୍ରାଚ୍ୟୁଇଟି ଟଙ୍କା ଦେବା ପାଇଁ ଶ୍ରମ ବିଭାଗକୁ ଲିଖିତ ଭାବେ ମ୍ୟାନେଜମେଣ୍ଟ ଦେଇଛି। କିନ୍ତୁ କେବେ ମିଳିବ ସ୍ପଷ୍ଟ ହୋଇନାହିଁ। ଅବସରପ୍ରାପ୍ତ ଶ୍ରମିକଙ୍କ ସମସ୍ୟା ସମାଧାନ ପାଇଁ ପ୍ରତିଦିନ ୟୁନିଟ୍‌ ହେଡ୍‌ ବାସଭବନ ଆଗରେ ପ୍ରତୀକ ଧାରଣା ଜାନୁୟାରୀ ୩ରୁ ଚାଲିଛି। ଏହାକୁ ଆଗକୁ ଆହୁରି ଜୋର୍‌ଦାର କରିବା ପାଇଁ ଖୁବ୍‌ ଶୀଘ୍ର ମିଳିତ ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ଶ୍ରମିକ ନେତା ପ୍ରମୋଦ କୁମାର ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri