ଛାନିଆ ହେଲେଣି ଅଧିକାରୀ: ଛାଟ ପୂର୍ବରୁ ଗାଦି ଛାଡ଼ିବାକୁ ପ୍ରୟାସ

ବାରିପଦା,୨୪ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲାରେ ବଦଳି ଋତୁ ଆରମ୍ଭ ହେବା ପୂର୍ବରୁ ଅଧିକାରୀ, କର୍ମଚାରୀଙ୍କ ମଧ୍ୟରେ ଛନକା ପଶିଛି। ଦୀର୍ଘଦିନ ଧରି ଜିଲାପାଳଙ୍କ କାର୍ଯ୍ୟାଳୟ ସମେତ ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକରେ ଅଧିକାରୀ ଓ କର୍ମଚାରୀମାନେ କାମ ନ କରି ଆସନକୁ ଅକ୍ତିଆର କରି ନିଜର ପସରା ମେଲାଇବାରେ ଲାଗିଥିଲେ। ଏବେ ନୂଆ ସରକାରଙ୍କ ଛାଟ ବାଜିବା ପୂର୍ବରୁ ନିଜକୁ ଥଇଥାନ କରିବା ପାଇଁ ରାଜନୈତିକ ସହଯୋଗ ପାଇଁ ପ୍ରୟାସ ଚଳାଇଛନ୍ତି।
ଜିଲାରେ ଭାଜପାକୁ ବହୁମତ ମିଳିବା ସହିତ ରାଜ୍ୟରେ ନୂଆ ସରକାର ଗଠନ ହୋଇଛି। ଡବଲ ଇଞ୍ଜିନ ସରକାର ଆସିବାର ୨ ସପ୍ତାହ ମଧ୍ୟରେ ପରିବର୍ତ୍ତନର ହାୱା ବଢ଼ିବାରେ ଲାଗିଛି। ଲୋକଙ୍କ ସମସ୍ୟାର ସମାଧାନ କରିବା ସହିତ ମୌଳିକ ସୁବିଧା ଯୋଗାଇବାରେ ବିଳମ୍ବ କରାଗଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏପରିକି ଚାକିରିରୁ ନିଲମ୍ବିତ କରାଯିବା ଭଳି ଘଟଣା ସାମ୍ନାକୁ ଆସିଛି। ଏହାକୁ ଦେଖି ଗାଦି ମାଡ଼ି ବସିଥିବା ଅନେକ ଅଧିକାରୀଙ୍କ ମନରେ ଭୟ ବଢ଼ିଯାଇଛି। ତେବେ ମୟୂରଭଞ୍ଜ ଜିଲାରେ ଥିବା ୨୬ଟି ବ୍ଲକ୍‌୍‌ର ୪୦୪ ପଞ୍ଚାୟତରେ ରହୁଥିବା ୨୫ ଲକ୍ଷ ୧୯ ହଜାର ୭୩୮ ଲୋକଙ୍କ ମଧ୍ୟରୁ ଅର୍ଦ୍ଧାଧିକ ଆବଶ୍ୟକ ସୁବିଧାରୁ ବଞ୍ଚତ୍ତ ରହୁଛନ୍ତି। ଏପରିକି ପାନୀୟ ଜଳ, ଗମନାଗମନ, ଶିକ୍ଷା ଓ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ବାରମ୍ବାର ଲୋକେ ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣିରେ ଅଭିଯୋଗ କଲେ ମଧ୍ୟ ସମସ୍ୟାର ସମାଧାନ କରାଯାଉନାହିଁ। କେବଳ ନିର୍ଦ୍ଦେଶ ଓ ଆଦେଶରେ କାର୍ଯ୍ୟ ସୀମିତ ରହୁଛି। ନିର୍ବାଚନ ସମୟରେ କେବଳ ଓଏଏସ୍‌ ଅଧିକାରୀମାନଙ୍କୁ ବଦଳି କରାଯାଇଥିବା ବେଳେ ଜିଲାପାଳଙ୍କ କାର୍ଯ୍ୟାଳୟ ସମେତ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟଗୁଡ଼ିକର ଅଧିକାରୀ ଓ କର୍ମଚାରୀଙ୍କୁ ବଦଳି କରାଯାଇନାହିଁ। ୧୦ରୁ ୧୫ ବର୍ଷ ଧରି ସେମାନେ ଗୋଟିଏ ସ୍ଥାନରେ ରହି ନିଜର ପତିଆରା ଚଳାଇଆସୁଛନ୍ତି। ବିଗତ ଦିନରେ ଜିଲାରେ ଥିବା ମନ୍ତ୍ରୀ, ବିଧାୟକ ଓ ପର୍ଯ୍ୟବେକ୍ଷକଙ୍କୁ ଧରି ନିଜକୁ ସୁହାଇଲା ଭଳି ଆସନକୁ ମାଡ଼ି ବସିଛନ୍ତି। ସବୁ ଅଫିସରେ ପିସି କାରବାର ମୁଣ୍ଡବ୍ୟଥା ସାଜିଥିବା ବେଳେ ଠିକାଦାରମାନେ ସର୍ବେସର୍ବା ପାଲଟିଛନ୍ତି। ସେହିପରି ସରକାରୀ ଜମିକୁ ହଡ଼ପ କରି ବିକ୍ରି କରିବା, ଦେବୋତ୍ତର ଜମି ଜବରଦଖଲ, ଜଙ୍ଗଲ ଜମିର କିସମ ପରିବର୍ତ୍ତନ କରି ଅକ୍ତିଆର କରିବା ଭଳି ଘଟଣାର ଖୋଳତାଡ଼ କରାଗଲେ ବହୁ ଅନିୟମିତତା ପଦାକୁ ଆସିବ ବୋଲି ଜିଲାର ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି। ସେହିପରି ଶିମିଳିପାଳ ଆଭ୍ୟନ୍ତରୀଣ ଓ ପାରିପାର୍ଶ୍ୱିକ ଗ୍ରାମଗୁଡ଼ିକରେ ରହୁଥିବା ଲୋକମାନଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଗାଁକୁ ବିଜୁଳି ଆଲୁଅ ନ ଥିବା ବେଳେ ଯିବା ଆସିବା ପାଇଁ ରାସ୍ତାଟିଏ ମଧ୍ୟ ନାହିଁ। ଶିକ୍ଷା ଓ ସ୍ବାସ୍ଥ୍ୟ କଥାକୁ ଲୋକେ ପାସୋରି ଯାଇଛନ୍ତି। ବେରୋଜଗାର ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି। ଲୋକେ ଗଁା ଛାଡି ଦାଦନ ଖଟି ଯିବାକୁ ବାଧ୍ୟ ହେଉଛନ୍ତି। ଏପରି ସ୍ଥଳେ ସରକାରଙ୍କ ଜନହିତକର ଯୋଜନାଗୁଡ଼ିକ ସେମାନଙ୍କୁ ଯୋଗାଇବା ସହିତ ଉଚିତ ପଦକ୍ଷେପ ନେବାକୁ ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଦାବି କରିଛନ୍ତି। ୩ ବର୍ଷରୁ ଊର୍ଦ୍ଧ୍ୱ ସମୟଧରି ରହିଥିବା ଅଧିକାରୀ ଓ କର୍ମଚାରୀଙ୍କୁ ବଦଳି କରାଗଲେ ଲୋକଙ୍କ ସମସ୍ୟାର ସମାଧାନ ସହଜରେ ହୋଇପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ଦୋହରାଇବେ ଟ୍ରମ୍ପ? ଇରାନକୁ ସମୁଦ୍ର ପଥରେ ଘେରିବା ଲାଗି ପଠାଇଲେ ୮୦୦୦ ସୈନ୍ୟ, ଏଥର ମୁହାଁମୁହିଁ ଯୁଦ୍ଧ…

ୱାଶିଂଟନ,୨୦।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରଣନୀତି ଏବେ ସମଗ୍ର ବିଶ୍ୱକୁ ଚକିତ କରିଦେଇଛି। ଗୋଟିଏ ପଟେ ପ୍ରେସ କନଫରେନ୍ସରେ ସେ ସୈନ୍ୟ ପଠାଇବାକୁ ମନା କରୁଥିବା…

ଏକା ପଡ଼ିଲେ ଟ୍ରମ୍ପ: ହର୍ମୁଜ ଉପରେ କବ୍‌ଜା ପାଇଁ ହୁଙ୍କାର, NATOକୁ କହିଲେ- ସାହାର୍ଯ୍ୟ କର ନଚେତ…

ୱାଶିଂଟନ,୨୦।୩: ଇରାନ ସହ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ନାଟୋ (NATO) ଦେଶଗୁଡ଼ିକ ଉପରେ ପ୍ରବଳ ଅସନ୍ତୋଷ ବ୍ୟକ୍ତ…

ଭାରତ ପାଖରେ ମାତ୍ର ୯ ଦିନର ତେଲ ରିଜର୍ଭ ଅଛି, ମୋଦି ଖୋଲାଖୋଲି କୁହନ୍ତୁ ଯୁଦ୍ଧ ଭୁଲ୍‌; ବର୍ଷିଲେ ଓଓ୍ବାଇସି…

ହାଇଦ୍ରାବାଦ,୨୦।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ଏବଂ ଏହାର ପ୍ରଭାବକୁ ନେଇ AIMIM ମୁଖ୍ୟ ଅସଦୁଦ୍ଦିନ ଓୱାଇସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।…

ହନୁମାନ ମନ୍ଦିରରେ ହିନ୍ଦୁ ନବବର୍ଷ ପାଳିତ

ହାଟଡ଼ିହୀ,୨୦ା୩(ଶୁଭକାନ୍ତ ନାୟକ): ରାଷ୍ଟ୍ରୀୟ ସେବିକା ସମିତି ପକ୍ଷରୁ କେନ୍ଦୁଝର ଜିଲା ହାଟଡ଼ିହୀ ହନୁମାନ ମନ୍ଦିର ପ୍ରାଙ୍ଗଣରେ ହିନ୍ଦୁ ନବବର୍ଷ ଗୁରୁବାର ପାଳନ ହୋଇଯାଇଛି। ଉପସ୍ଥିତ ସେବିକାମାନେ ପତାକା…

ଖୋଲିଲା ତାରାତାରିଣୀ ମନ୍ଦିରର ଦାନହୁଣ୍ଡି: ମିଳିଲା ସୁନା,ରୁପା ଅଳଙ୍କାର ସହ ୭ ଲକ୍ଷ ୮୦ ହଜାର ଟଙ୍କା

ପୁରୁଷୋତ୍ତମପୁର,୨୦ା୩ (ସବିତା ମିଶ୍ର):ଗଞ୍ଜାମ ଜିଲାର ଇଷ୍ଟ ଦେବୀ ମା’ ତାରାତାରିଣୀ ମନ୍ଦିର ଦାନ ହୁଣ୍ଡି ଶୁକ୍ରବାର ଖୋଲାଯାଇ ଗଣତି ହୋଇଛି। ହୁଣ୍ଡିରୁ ସୁନା,ରୁପା ଅଳଙ୍କାର ସହ ୭…

ମୋଦି ସରକାରଙ୍କ ‘ମାଷ୍ଟରପ୍ଲାନ୍‌’! ବିନା ଡିଲ୍‌, ବିନା ଟୋଲ୍‌ରେ ହର୍ମୁଜରୁ ବାହାରିଲା ଭାରତୀୟ ଜାହାଜ; ସାରା ବିଶ୍ୱ ଚକିତ

ନୂଆଦିଲ୍ଲୀ,୨୦।୩: ଇରାନ ଏବଂ ଆମେରିକା ମଧ୍ୟରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ବିଶ୍ୱର ସବୁଠାରୁ ବ୍ୟସ୍ତବହୁଳ ସାମୁଦ୍ରିକ ମାର୍ଗ ‘ହର୍ମୁଜ ପ୍ରଣାଳୀ’ (Strait of Hormuz) ଏବେ…

ଥୁଆମୂଳରାମପୁରରେ କାଳବୈଶାଖୀର ତାଣ୍ଡବ

ଥୁଆମୂଳରାମପୁର, ୨୦ା୩ (ଦୁର୍ଗା ଦୁର୍ଗା): କଳାହାଣ୍ଡି ଜିଲା  ଥୁଆମୂଳରାମପୁର ବ୍ଲକ ଅଞ୍ଚଳରେ ଗତ ମଙ୍ଗଳବାରଠାରୁ ଜାରି ରହିଥିବା ପ୍ରଳୟଙ୍କରୀ କାଳବୈଶାଖୀ ଜନଜୀବନକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କରିଦେଇଛି। ତୁହାକୁ…

ଜମିପଟ୍ଟା ପ୍ରଦାନ ଦାବିରେ ତହସିଲ କାର୍ଯ୍ୟାଳୟ ଘେରାଉ: ବିକ୍ଷୋଭ

ମୋହନା,୨୦ା୩(ମନ୍ମଥ ମିଶ୍ର): ବିଭିନ୍ନ ଦାବି ନେଇ ଶୁକ୍ରବାର ଅଲ ଇଣ୍ଡିଆ ମୂଳ ନିବାସୀ ସଂଘ ପକ୍ଷରୁ ମୋହନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ହାଇସ୍କୁଲ ଛକରୁ ମୁଖ୍ୟ ବଜାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri