ଛାନିଆ ହେଲେଣି ଅଧିକାରୀ: ଛାଟ ପୂର୍ବରୁ ଗାଦି ଛାଡ଼ିବାକୁ ପ୍ରୟାସ

ବାରିପଦା,୨୪ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲାରେ ବଦଳି ଋତୁ ଆରମ୍ଭ ହେବା ପୂର୍ବରୁ ଅଧିକାରୀ, କର୍ମଚାରୀଙ୍କ ମଧ୍ୟରେ ଛନକା ପଶିଛି। ଦୀର୍ଘଦିନ ଧରି ଜିଲାପାଳଙ୍କ କାର୍ଯ୍ୟାଳୟ ସମେତ ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକରେ ଅଧିକାରୀ ଓ କର୍ମଚାରୀମାନେ କାମ ନ କରି ଆସନକୁ ଅକ୍ତିଆର କରି ନିଜର ପସରା ମେଲାଇବାରେ ଲାଗିଥିଲେ। ଏବେ ନୂଆ ସରକାରଙ୍କ ଛାଟ ବାଜିବା ପୂର୍ବରୁ ନିଜକୁ ଥଇଥାନ କରିବା ପାଇଁ ରାଜନୈତିକ ସହଯୋଗ ପାଇଁ ପ୍ରୟାସ ଚଳାଇଛନ୍ତି।
ଜିଲାରେ ଭାଜପାକୁ ବହୁମତ ମିଳିବା ସହିତ ରାଜ୍ୟରେ ନୂଆ ସରକାର ଗଠନ ହୋଇଛି। ଡବଲ ଇଞ୍ଜିନ ସରକାର ଆସିବାର ୨ ସପ୍ତାହ ମଧ୍ୟରେ ପରିବର୍ତ୍ତନର ହାୱା ବଢ଼ିବାରେ ଲାଗିଛି। ଲୋକଙ୍କ ସମସ୍ୟାର ସମାଧାନ କରିବା ସହିତ ମୌଳିକ ସୁବିଧା ଯୋଗାଇବାରେ ବିଳମ୍ବ କରାଗଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏପରିକି ଚାକିରିରୁ ନିଲମ୍ବିତ କରାଯିବା ଭଳି ଘଟଣା ସାମ୍ନାକୁ ଆସିଛି। ଏହାକୁ ଦେଖି ଗାଦି ମାଡ଼ି ବସିଥିବା ଅନେକ ଅଧିକାରୀଙ୍କ ମନରେ ଭୟ ବଢ଼ିଯାଇଛି। ତେବେ ମୟୂରଭଞ୍ଜ ଜିଲାରେ ଥିବା ୨୬ଟି ବ୍ଲକ୍‌୍‌ର ୪୦୪ ପଞ୍ଚାୟତରେ ରହୁଥିବା ୨୫ ଲକ୍ଷ ୧୯ ହଜାର ୭୩୮ ଲୋକଙ୍କ ମଧ୍ୟରୁ ଅର୍ଦ୍ଧାଧିକ ଆବଶ୍ୟକ ସୁବିଧାରୁ ବଞ୍ଚତ୍ତ ରହୁଛନ୍ତି। ଏପରିକି ପାନୀୟ ଜଳ, ଗମନାଗମନ, ଶିକ୍ଷା ଓ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ବାରମ୍ବାର ଲୋକେ ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣିରେ ଅଭିଯୋଗ କଲେ ମଧ୍ୟ ସମସ୍ୟାର ସମାଧାନ କରାଯାଉନାହିଁ। କେବଳ ନିର୍ଦ୍ଦେଶ ଓ ଆଦେଶରେ କାର୍ଯ୍ୟ ସୀମିତ ରହୁଛି। ନିର୍ବାଚନ ସମୟରେ କେବଳ ଓଏଏସ୍‌ ଅଧିକାରୀମାନଙ୍କୁ ବଦଳି କରାଯାଇଥିବା ବେଳେ ଜିଲାପାଳଙ୍କ କାର୍ଯ୍ୟାଳୟ ସମେତ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟଗୁଡ଼ିକର ଅଧିକାରୀ ଓ କର୍ମଚାରୀଙ୍କୁ ବଦଳି କରାଯାଇନାହିଁ। ୧୦ରୁ ୧୫ ବର୍ଷ ଧରି ସେମାନେ ଗୋଟିଏ ସ୍ଥାନରେ ରହି ନିଜର ପତିଆରା ଚଳାଇଆସୁଛନ୍ତି। ବିଗତ ଦିନରେ ଜିଲାରେ ଥିବା ମନ୍ତ୍ରୀ, ବିଧାୟକ ଓ ପର୍ଯ୍ୟବେକ୍ଷକଙ୍କୁ ଧରି ନିଜକୁ ସୁହାଇଲା ଭଳି ଆସନକୁ ମାଡ଼ି ବସିଛନ୍ତି। ସବୁ ଅଫିସରେ ପିସି କାରବାର ମୁଣ୍ଡବ୍ୟଥା ସାଜିଥିବା ବେଳେ ଠିକାଦାରମାନେ ସର୍ବେସର୍ବା ପାଲଟିଛନ୍ତି। ସେହିପରି ସରକାରୀ ଜମିକୁ ହଡ଼ପ କରି ବିକ୍ରି କରିବା, ଦେବୋତ୍ତର ଜମି ଜବରଦଖଲ, ଜଙ୍ଗଲ ଜମିର କିସମ ପରିବର୍ତ୍ତନ କରି ଅକ୍ତିଆର କରିବା ଭଳି ଘଟଣାର ଖୋଳତାଡ଼ କରାଗଲେ ବହୁ ଅନିୟମିତତା ପଦାକୁ ଆସିବ ବୋଲି ଜିଲାର ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି। ସେହିପରି ଶିମିଳିପାଳ ଆଭ୍ୟନ୍ତରୀଣ ଓ ପାରିପାର୍ଶ୍ୱିକ ଗ୍ରାମଗୁଡ଼ିକରେ ରହୁଥିବା ଲୋକମାନଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଗାଁକୁ ବିଜୁଳି ଆଲୁଅ ନ ଥିବା ବେଳେ ଯିବା ଆସିବା ପାଇଁ ରାସ୍ତାଟିଏ ମଧ୍ୟ ନାହିଁ। ଶିକ୍ଷା ଓ ସ୍ବାସ୍ଥ୍ୟ କଥାକୁ ଲୋକେ ପାସୋରି ଯାଇଛନ୍ତି। ବେରୋଜଗାର ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି। ଲୋକେ ଗଁା ଛାଡି ଦାଦନ ଖଟି ଯିବାକୁ ବାଧ୍ୟ ହେଉଛନ୍ତି। ଏପରି ସ୍ଥଳେ ସରକାରଙ୍କ ଜନହିତକର ଯୋଜନାଗୁଡ଼ିକ ସେମାନଙ୍କୁ ଯୋଗାଇବା ସହିତ ଉଚିତ ପଦକ୍ଷେପ ନେବାକୁ ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଦାବି କରିଛନ୍ତି। ୩ ବର୍ଷରୁ ଊର୍ଦ୍ଧ୍ୱ ସମୟଧରି ରହିଥିବା ଅଧିକାରୀ ଓ କର୍ମଚାରୀଙ୍କୁ ବଦଳି କରାଗଲେ ଲୋକଙ୍କ ସମସ୍ୟାର ସମାଧାନ ସହଜରେ ହୋଇପାରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri