ନୀଲଜୀ ୟୁଜିବିର ଦଶ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହରିଲୁଟ୍‌ ଘଟଣା: ଅବସରପ୍ରାପ୍ତ ମ୍ୟାନେଜର, କ୍ୟାଶିୟର ଗିରଫ

ସିନାପାଲି,୬।୭(ଡି.ଏନ.ଏ)-ନୂଆପଡା ଜିଲା ସିନାପାଲି ଥାନା ଅନ୍ତର୍ଗତ ନୀଲଜୀ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ଦଶଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହଡ଼ପ ଅଭିଯୋଗରେ ପୋଲିସ ସୋମବାର ବ୍ୟାଙ୍କର ଅବସରପ୍ରାପ୍ତ ମ୍ୟାନେଜର ଓ କ୍ୟାଶିୟରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଅବସରପ୍ରାପ୍ତ ମ୍ୟାନେଜର ନୀଳାଦ୍ରି ବେଶ୍ରା ଓ କ୍ୟାଶିୟର ଜବଦୁ ପାଣ୍ଡେ । ଉଭୟଙ୍କୁ କୋର୍ଟଚାଲାଣ କରାଯାଇଛି ।
ସୂଚନା ଅନୁସାରେ, ନୀଲଜୀ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ଶାଖା ପରିଚାଳକ ନୀଳାଦ୍ରି ବେଶ୍ରା ଗତ ୩୦ ତାରିଖରେ ଚାକିରୀରୁ ଅବସର ଗ୍ରହଣ କରିଥିଲେ। ଏହାପରେ ରାକେଶ ବେହେରା ନୂଆ ଶାଖା ପରିଚାଳକ ଭାବେ ଯୋଗଦାନ କରିଥିଲେ। ଅବସର ଗ୍ରହଣ ପରେ ବେଶ୍ରା ନୂତନ ଶାଖା ପରିଚାଳକଙ୍କୁ ଦାୟିତ୍ୱ ଦେବାବେଳେ ପ୍ରାୟ ୧୦ ଲକ୍ଷ ୪୧ ହଜାର ୭୬୦ ଟଙ୍କା କମ୍‌ ଥିବା ଜଣାପଡିଥିଲା। ନୂତନ ଶାଖା ପରିଚାଳକ ବେହେରା ଏ ସଂକ୍ରାନ୍ତରେ ରିଜିଓନାଲ ମ୍ୟାନେଜରଙ୍କୁ ଜଣାଇଥିଲେ । ସେ ଆସି ତଦନ୍ତ କଲା ପରେ ପ୍ରକ୍‌ୃତ ତଥ୍ୟ ପଦାକୁ ଆସିଥିଲା। ଏହି ଘଟଣାକୁ ନେଇ ଗତ ୨ ତାରିଖରେ ନୂତନ ବ୍ୟାଙ୍କ ମ୍ୟାନେଜର ସିନାପାଲି ଥାନାରେ ଏକ ଏତଲା ଦେଇଥିଲେ। ତାଙ୍କ ଏତଲାକୁ ଭିତ୍ତି କରି ପୋଲିସ ଏକ ମାମଲା (ନଂ.୧୦୮/୨୦) ରୁଜୁ କରି ତଦନ୍ତ ଜାରି ରଖିଥିଲା। ତଦନ୍ତ ବେଳେ ସମ୍ପୃକ୍ତ କ୍ୟାଶିୟର ଜଦବୁ ପାଣ୍ଡେ ନିଜ ଝିଅ ବାହାଘର ବେଳେ ସମସ୍ତ ଟଙ୍କା ଉଠାଇଥିବା ସ୍ବୀକାର କରିଥିଲେ ଏବଂ ଏବେ ହଡପ ସମସ୍ତ ଟଙ୍କା ସିନାପାଲି ଥାନାରେ ଫେରସ୍ତ କରିଥିବା ପୋଲିସ ପ୍ରକାଶ କରିଛି। ବ୍ୟାଙ୍କର ଟଙ୍କା ଉଭୟ କ୍ୟାଶଇୟର ଓ ମ୍ୟାନେଜରଙ୍କ ଯୁଗ୍ମ ଦାୟିତ୍ୱରେ ରହିବା କଥା। ତେଣୁ ନିଜ ଦାୟିତ୍ୱରେ ଅବହେଳା କରିଥିବାରୁ ଅବସରପ୍ରାପ୍ତ ମ୍ୟାନେଜର ବେଶ୍ରାଙ୍କ ନାମରେ ମାମଲା ରୁଜୁ କରାଯାଇଥିବା ପୋଲିସ କହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ଭୟ: ରାତିରେ ଗଛ ଉପରେ ବିତୁଛି ଜୀବନ

ନୂଆପଡ଼ା,୧୩ା୨(ମକାରୁ ବେମାଲ): ହାତୀ ଭୟ ଯୋଗୁ ରାତି ହେଲେ ଲୋକେ ଗଛ ଉପରେ ଜୀବନ ବିତାଉଛନ୍ତି। ଏଭଳି ଦୃଶ୍ୟ ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା…

ବିଜୁ ଏକ୍ସପ୍ରେସ୍‌ ୱେ ମରଣଯନ୍ତା: ପ୍ରତିଦିନ ଦୁର୍ଘଟଣା

ନୂଆପଡ଼ା,୧୦ା୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ଲାଇଫ୍‌ଲାଇନ କୁହାଯାଉଥିବା ବିଜୁ ଏକ୍ସପ୍ରେସ୍‌ ଫୋର ୱେ ଏବେ ମରଣଯନ୍ତା ପାଲଟିଛି। ଏଥିଯୋଗୁ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟି ନିରୀହ…

ଆର୍‌ଏସ୍‌ସିସି କପ୍‌ କ୍ରିକେଟ: ଦେଶୀ ବୟେଜ ସେମିରେ

ନୂଆପଡ଼ା,୭ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ ସମ୍ଭବ ଖେଳପଡିଆରେ ଶନିବାର ରାଇଜିଂ ଷ୍ଟାର ୟୁଥ୍‌ କ୍ଲବ ଦ୍ୱାରା ଆୟୋଜିତ ୧୯ତମ ଆର୍‌ଏସ୍‌ସିସି କପ…

ସମସ୍ୟା ଘେରରେ ସାହାଜଟ ଆଶ୍ରମ ବିଦ୍ୟାଳୟ: ବାରଣ୍ଡାରେ ବସି ପାଠ ପଢୁଛନ୍ତି ପିଲା

ନୂଆପଡ଼ା,୬ା୨ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଜଟଗଡ ପଞ୍ଚାୟତର ସାହାଜଟ ଆଶ୍ରମ ବିଦ୍ୟାଳୟ ସମସ୍ୟାଘେରରେ ଗତିକରୁଛି। ୧୯୫୫ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ…

ଘର ଭାଙ୍ଗି ଧାନ, ଚାଉଳ ଖାଇଲେ ହାତୀପଲ

ନୂଆପଡ଼ା,୫ା୨ (ମକାରୁ ବେମାଲ):ନୂଆପଡ଼ା ଜିଲା ସୁନାବେଡା ଅଭୟାରଣ୍ୟ ଭିତରେ ବସବାସ କରୁଥିବା ଏକ ଗଁାର ୧୦ରୁ ଊର୍ଦ୍ଧ୍ୱ ଘରକୁ ହାତୀ ଭାଙ୍ଗିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ…

୯୮ ଥର ରକ୍ତଦାନକରି ଚର୍ଚ୍ଚାରେ କିଶୋର: ଅନେକ ଲୋକଙ୍କ ଜୀବନ…

ନୂଆପଡ଼ା,୩ା୨ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ କୁଲିଆବନ୍ଧା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ କିଶୋର କୁମାର ପରିଡ଼ା ୯୮ ଥର ରକ୍ତଦାନକରି ଚର୍ଚ୍ଚାରେ ଅଛନ୍ତି। ସ୍ବେଚ୍ଛାକୃତ ରକ୍ତଦାନ…

ହିନ୍ଦୁ ସମ୍ମିଳନୀ: ରାଷ୍ଟ୍ରର ସୁରକ୍ଷା ପାଇଁ ଏକତ୍ରିତ ହେବାକୁ ଆହ୍ୱାନ

ଖଡ଼ିଆଳ,୨୯ା୧(ସୁଜିତ କୁମାର ପ୍ରଧାନ): ସନାତନ ଧର୍ମ, ସଂସ୍କୃତି ଓ ସାମାଜିକ ଏକତାର ପ୍ରତୀକ ହିନ୍ଦୁ ସମ୍ମିଳନୀ ଖଡ଼ିଆଳ ଖଣ୍ଡର ଡୁଆଝର ମଣ୍ଡଳରେ ଅନୁଷ୍ଠିତ ହୋଇଯାଇଛି। ସମିତି କୋଷାଧ୍ୟକ୍ଷ…

ସାଇକେଲ୍‌କୁ ଧକ୍କା ଦେଇ ହଠାତ୍‌ ଜଳିଗଲା ବାଇକ୍‌: ଆଉ ତା’ପରେ…

ନୂଆପଡ଼ା, ୨୯ା୧ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ଥାନା ଉଦ୍ୟାନବନ୍ଧ ନିକଟ ଖଇରଭାଡି ଛକ ଜାତୀୟ ରାଜପଥ ଉପରେ ବୁଧବାର ସାଇକେଲକୁ ଧକ୍କା ଦେଇ ଏକ ବାଇକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri