Posted inଜାତୀୟ

୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଗର୍ଭବତୀ କଲେ ଅବସରପ୍ରାପ୍ତ ବିଡିଓଙ୍କ ପୁଅ: ଗର୍ଭପାତ ନ କରିବାରୁ…

ଫତେହପୁର,୨୧।୯: ଉତ୍ତର ପ୍ରଦେଶର ଫତେହପୁର ଜିଲାର ଜଣେ ଗର୍ଭବତୀ ହାଇସ୍କୁଲର ଛାତ୍ରୀଙ୍କ ହତ୍ୟା ମାମଲାର ପର୍ଦ୍ଦାଫାଶ ହୋଇଛି। ପୋଲିସ ଛାତ୍ରୀଙ୍କ ପ୍ରେମିକ ଶିବୁ ରାୟଦାସଙ୍କୁ ଗିରଫ କରିଛି। ଶିବୁ ଅବସରପ୍ରାପ୍ତ ବିଡିଓଙ୍କ ପୁଅ ବୋଲି ଜଣାପଡିଛି। ହତ୍ୟାକାରୀ ଛାତ୍ରୀଙ୍କୁ ଗର୍ଭପାତ ପାଇଁ ଏକ ଘରୋଇ ଡାକ୍ତରଖାନାକୁ ନେଇ ଯାଇଥିଲେ। ଡାକ୍ତର ଏହା କରିବାକୁ ମନା କରିଦେଇଥିଲେ। ରହସ୍ୟ ଉନ୍ମୋଚିତ ହେବାର ଆଶଙ୍କା କରି ସେ ଛାତ୍ରୀଙ୍କୁ ଯୋଜନା କରି ହତ୍ୟା କରିଥିଲେ। ଡାକ୍ତରୀ ପରୀକ୍ଷା ସମୟରେ ହତ୍ୟାକାରୀଙ୍କ ଡିଏନଏ ନମୁନା ନିଆଯାଇଛି।

ପୋଲିସର ସୂଚନାନୁସାରେ, ଏହି ଘଟଣା ପରେ କୁତ୍ସିତ ହତ୍ୟାକାରୀ କୌଣସି ଭୟ ନ କରି ଛାତ୍ରୀଙ୍କୁ ତାଙ୍କ ପରିବାର ସହିତ ଖୋଜାଖୋଜି ଜାରି ରଖିଥିଲେ। ଏପରିକି ସେ ଅଭିଯୋଗକୁ ନିଜ ହାତରେ ଲେଖି ପୋଲିସକୁ ଦେଇଥିଲେ। ସେ ଏହା ପୂର୍ବରୁ ପୋଲିସ ସୂଚନାଦାତା ଭାବରେ କାର୍ଯ୍ୟ କରିଥିଲେ। ଅଭିଯୁକ୍ତ ମୃତ ଝିଅଙ୍କ ସହିତ ନଅ ମାସରୁ ଅଧିକ ସମୟ ଧରି ଶାରୀରିକ ସମ୍ପର୍କ ରଖିଥିଲେ।

ପୋଲିସ କହିଛି ଯେ ମୋବାଇଲ କଲ ସବିଶେଷ ତଥ୍ୟ ଅନୁସନ୍ଧାନ କରିବା ପରେ ସେମାନେ ଶିବୁଙ୍କୁ ଅଟକ ରଖିଥିଲେ। ଛାତ୍ରୀଙ୍କ ସହ ଥିବା ସମ୍ପର୍କକୁ ସ୍ବୀକାରସ୍କରିଥିଲେ। ସନ୍ଦିଗ୍ଧଙ୍କ ସିସିଟିଭି କ୍ୟାମେରା ଏବଂ ମୋବାଇଲ ଫୋନ ଯାଞ୍ଚ କରିବା ସହ ପ୍ରାୟ ୬ ଦିନ ପଚରାଉଚରା ପରେ ସେ ଏହି ଅପରାଧ ସ୍ବୀକାର କରିଛନ୍ତି।

ପ୍ରାୟ ନଅ ମାସ ପୂର୍ବେ ଛାତ୍ରୀ ଜଣକ ଶିବୁଙ୍କ ପ୍ରେମ ଜାଲରେ ଛନ୍ଦି ହୋଇଥିଲେ। ଶାରୀରିକ ସମ୍ପର୍କ ରଖିବା ପରେ ଛାତ୍ର ଗର୍ଭବତୀ ହୋଇଥିଲେ। ଏପରିକି ଛାତ୍ର ଏହା ପୂର୍ବରୁ ଜାଣି ନ ଥିଲେ। ଗର୍ଭପାତ କରିବାରେ ବିଫଳ ହେବା ପରେ ସେ ଫସିଯିବା ଆଶଙ୍କା କରି ସେ ଛାତ୍ରୀଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଘଟଣାର ସନ୍ଧ୍ୟାରେ ସେ ଛାତ୍ରୀଙ୍କୁ ତାଙ୍କ କାରରେ ଆସବାବପତ୍ର ଦୋକାନ ନିକଟରୁ ନେଇଥିଲେ। ଅନ୍ଧାର ହେବାକୁ ଅପେକ୍ଷା କରି ସହରରେ ବୁଲାବୁଲି କରିଥିଲେ। ଗର୍ଭପାତ ଔଷଧର ବାହାନା କରି ଝିଅଟିକୁ ଥଣ୍ଡା ପାନୀୟରେ ବିଷାକ୍ତ ପଦାର୍ଥ ମିଶାଇ ଚେତାଶୂନ୍ୟ କରାଇଥିଲେ।

ପରେ ଚେତାଶୂନ୍ୟ ଝିଅଟିର ମୁଣ୍ଡ ଓ ମୁହଁରେ ଅତି ନିର୍ମମ ଭାବେ ଆକ୍ରମଣ କରି ହତ୍ୟା କରାଯାଇଥିଲା। ଝିଅଟିର ମୃତଦେହକୁ ଗଛ ପଛରେ ଫୋପାଡି ଦେବା ପରେ ପଳାଇ ଯାଇଥିଲେ ଅଭିଯୁକ୍ତ। କୌଣସି ସନ୍ଦେହକୁ ଏଡାଇବା ପାଇଁ ସେ ନିଜେ ମୃତକଙ୍କ ପରିବାର ସଦସ୍ୟଙ୍କ ନିକଟରେ ପହଞ୍ଚିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଛାତ୍ରଙ୍କୁ ଖୋଜିବାରେ ଲାଗିଥିଲେ। ସେ ନିଜେ ପୋଲିସକୁ ଦିଆଯାଇଥିବା ଅଭିଯୋଗ ଲେଖି ଛାତ୍ରୀଙ୍କ ମା’ଙ୍କ ଦସ୍ତଖତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri