ପ୍ରତିଶୋଧ ଆଇନ

ଗଣତନ୍ତ୍ରରେ କେହି ସ୍ଥାୟୀ ନୁହନ୍ତି। ଦୀର୍ଘ ଶାସନ ବି ଅନେକଙ୍କ ପାଇଁ କାଳ ହୋଇଛି। ତେଣୁ ଯେଉଁମାନେ କ୍ଷମତାରେ ବସିଗଲା ପରେ ଭାବିନିଅନ୍ତି ଯେ ଚୌକିଟା ସେମାନଙ୍କ ପାଇଁ ଆଜୀବନ ରହିଯିବ, ତାହା ବାରମ୍ବାର ଭୁଲ୍‌ ପ୍ରମାଣିତ ହେବାରେ ଲାଗିଛି। କେନ୍ଦ୍ରରେ ଶାସନ କରୁଥିବା ଭାଜପା ସରକାର ନିକଟରେ ଲୋକ ସଭାରେ ଆଣିଥିବା ୩ ବିଲ୍‌କୁ ନେଇ ଏବେ ବିବାଦ ଦେଖାଦେଇଛି। ଦେଶର ପ୍ରଧାନମନ୍ତ୍ରୀ, କୌଣସି ରାଜ୍ୟ ବା କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ କିମ୍ବା କେନ୍ଦ୍ର/ରାଜ୍ୟର ମନ୍ତ୍ରୀମାନେ ଗମ୍ଭୀର ଆପରାଧିକ ମାମଲାରେ ୩୦ ଦିନ ପାଇଁ ଗିରଫ ହେଲେ ସେମାନେ ୩୧ ଦିନରେ ପଦରୁ ଆପେ ଆପେ ହଟିଯିବେ ବୋଲି ଉକ୍ତ ବିଲ୍‌ରେ ଦର୍ଶାଯାଇଛି। ସରକାରଙ୍କ ଦ୍ୱାରା ଆଗତ ଉକ୍ତ ପ୍ରସ୍ତାବିତ ଆଇନକୁ ବିରୋଧୀ ତୀବ୍ର ବିରୋଧ କରିବା ସହ ଏ ସମ୍ବନ୍ଧୀୟ କାଗଜକୁ ଚିରି ଫିଙ୍ଗିଥିବା ଦେଖିବାକୁ ମିଳିଛି।
ପ୍ରସ୍ତାବିତ ଆଇନର ସ୍ବରୂପକୁ ଦେଖିଲେ ସାଧାରଣ ଲୋକ ଭାବିପାରନ୍ତି ଯେ, ଏହାଦ୍ୱାରା ରାଜନୀତି ଅପରାଧମୁକ୍ତ ହେବ ଓ ଦୁର୍ନୀତି ହ୍ରାସ ପାଇଯିବ। କିନ୍ତୁ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲ ଯାଇଥିବା ଅନେକ ରାଜନେତା ପରବର୍ତ୍ତୀ ସମୟରେ ଦୋଷୀ ସାବ୍ୟସ୍ତ ହୋଇ ନ ଥାନ୍ତି। ଏହାର ଅର୍ଥ ହେଲା ବହୁ ସମୟରେ ରାଜନୈତିକ ଉଦ୍ଦେଶ୍ୟ ରଖି ସରକାରୀ ଦଳ ବିରୋଧୀଙ୍କୁ ଟାର୍ଗେଟ କରିଥାଆନ୍ତି। କେନ୍ଦ୍ରରେ ଶାସନ କରୁଥିବା ଦଳ ରାଜ୍ୟରେ ଥିବା ବିପକ୍ଷ ଦଳର ମନ୍ତ୍ରୀ ବା ନେତାଙ୍କୁ ଜେଲରେ ପଶେଇବା ପାଇଁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ଲଗାଇ ଦେଇଥାଆନ୍ତି। ନିକଟ ଅତୀତର ଉଦାହରଣ ଦେଖିଲେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଓ ଝାଡ଼ଖଣ୍ଡର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ନିଆଯାଇପାରେ। ନିର୍ବାଚନ ପୂର୍ବରୁ ସେମାନଙ୍କୁ ଜେଲରେ ରଖିବାରେ କେନ୍ଦ୍ର ସକ୍ଷମ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇପାରି ନାହଁ। ସେହିପରି ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଲିଥାଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗ ତାଙ୍କ ମୃତ୍ୟୁ ପରେ ମଧ୍ୟ ସିଦ୍ଧ ହୋଇପାରି ନାହିଁ। ଅନୁରୂପ ଭାବେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ାଙ୍କୁ ଅନେକ ଶହ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗରେ ଗିରଫ କରାଯାଇ ଜେଲ ପଠାଯାଇଥିଲା। ଅନେକ ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି ଗୋଟିଏ ହେଲେ ଅଭିଯୋଗ ସାବ୍ୟସ୍ତ ହୋଇପାରି ନ ଥିବାରୁ ଆଜି ମଧ୍ୟ କୋଡ଼ା ନିର୍ଦ୍ଦୋଷ ବ୍ୟକ୍ତି ଭାବେ ଜୀବନଯାପନ କରୁଛନ୍ତି। ଯେଉଁଭଳି ଓଡ଼ିଶାର ଅନେକ ଲକ୍ଷ ଲୋକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଲୁଟିଥିବା ଚିଟ୍‌ଫଣ୍ଡ କମ୍ପାନୀର ମାଲିକମାନେ ଅତି ଖୁସିରେ ଓ ବଡ଼ ଗାଡ଼ିରେ ବୁଲି ପାରୁଛନ୍ତି। ଏଥିସହିତ ସମସ୍ତେ ଜାଣନ୍ତି କେନ୍ଦ୍ର ସରକାରଙ୍କ ରୋଷର ଶିକାର ହୋଇ ଟୁଲ୍‌କିଟ୍‌ ଘଟଣାରେ ବେଙ୍ଗାଲୁରୁର ସାମାଜିକ କର୍ମୀ ଦିଶା ରବିଙ୍କୁ କିଭଳି ଦିଲ୍ଲୀ ପୋଲିସ ଗିରଫ କରିଥିଲା। ଅଦ୍ୟାବଧି ତାଙ୍କ ବିରୋଧରେ ଦୋଷ ପ୍ରମାଣିତ ହୋଇପାରି ନାହିଁ। ତେଣୁ କେନ୍ଦ୍ର ପକ୍ଷରୁ ଅଣାଯାଇଥିବା ପ୍ରସ୍ତାବିତ ଆଇନ ଭବିଷ୍ୟତରେ କାର୍ଯ୍ୟକ୍ଷମ ହେଲେ ସେଥିରୁ କେବଳ ଶାସକ ଦଳର ସୁବିଧା ହେବ। ଏହି ସ୍ତମ୍ଭର ଆରମ୍ଭରେ ଯାହା ଲେଖିଛୁ ତାହାକୁ ପୁନର୍ବାର ଏଠାରେ ଦୋହରାଉଛୁ । ଶାସକ ଦଳ ବୋଇଲେ ଯେଉଁ ସମୟରେ ଯିଏ। ଆଜି ମୋଦି ପ୍ରଧାନମନ୍ତ୍ରୀ ଓ ଭାଜପା ଶାସନ କରୁଛି। ଆମରି ଜୀବନକାଳରେ ଓ ଖୁବ୍‌ଶୀଘ୍ର ସମସ୍ତେ ଦେଖିବେ ଏଥିରେ ପରିବର୍ତ୍ତନ ଆସିଯିବ। ଭାଜପାର ଲୋକପ୍ରିୟତା ଅନେକ ରାଜ୍ୟରେ ବଜାୟ ରହିବ। ସେଠାରେ ଥିବା ମୁଖ୍ୟମନ୍ତ୍ରୀମାନଙ୍କୁ କେନ୍ଦ୍ରରେ ଶାସନ କରୁଥିବା ଅନ୍ୟ ଦଳ ଏହି ଆଇନକୁ ନେଇ ହଇରାଣ କରିବା ସହିତ ୩୦ ଦିନ ପାଇଁ ଜେଲ୍‌ ପଠାଇଦେବ। ନିକଟ ଅତୀତରେ ମହାରାଷ୍ଟ୍ରର ଅଜିତ ପାଓ୍ବାର ତାଙ୍କର ଦୁର୍ନୀତି ମାମଲାରୁ ବଞ୍ଚିବା ପାଇଁ ଭାଜପା ସହିତ ହାତ ମିଳାଇବା ପରେ ଧୋବଫରଫର ହୋଇ ଧୋବା ଘାଟରୁ ଫେରିଲେ। ଭବିଷ୍ୟତରେ ଅନ୍ୟ ଦଳର ସରକାର କେନ୍ଦ୍ରରେ ଶାସନ କରୁଥିବା ବେଳେ ସମ୍ଭବତଃ ଅନେକ ଭାଜପା ମୁଖ୍ୟମନ୍ତ୍ରୀ ଓ ରାଜନେତା ଦଳବଦଳ କରିପାରନ୍ତି। ଯେଉଁ ମନ୍ଦ ଉଦ୍ଦେଶ୍ୟ ରଖାଯାଇ ପ୍ରଥା ସୃଷ୍ଟି କରାଯିବ, ତାହା ଭବିଷ୍ୟତରେ ବିକଟାଳ ରୂପ ଧାରଣ କରିବା ଏକପ୍ରକାର ନିଶ୍ଚିତ। କଂଗ୍ରେସ ସମୟରେ ଉଗ୍ରବାଦ ବିରୋଧରେ ଆତଙ୍କବାଦ ନିରୋଧୀ ଆଇନ (ପ୍ରିଭେନ୍‌ଶନ ଅଫ୍‌ ଟେରୋରିଜମ୍‌ ଆକ୍ଟ ବା ପୋଟା) ଜନ୍ମ ନେଇଥିଲା। ତାହାକୁ କଂଗ୍ରେସ ସରକାର ବ୍ୟବହାର କରି ଜନସାଧାରଣଙ୍କୁ ଧମକାଇବାରେ ବ୍ୟବହାର କରିଥିଲା। ସେହି ଆଇନକୁ ପରିବର୍ତ୍ତନ କରି ବେଆଇନ କାର୍ଯ୍ୟକଳାପ ନିରୋଧୀ ଆଇନ (ଅନ୍‌ଲଫୁଲ୍‌ ଆକ୍ଟିଭିଟିଜ୍‌ ପ୍ରିଭେନ୍‌ଶନ୍‌ ଆକ୍ଟ ବା ୟୁଏପିଏ) ମାଧ୍ୟମରେ ଭାଜପା ଏବେ ସେହି କଂଗ୍ରେସ ନେତାମାନଙ୍କୁ ଜେଲକୁ ପଠାଉଛି।
ଏଭଳି ପ୍ରତିହିଂସାପରାୟଣ ମନୋବୃତ୍ତି ନେଇ ଯେତେ ଆଇନ ସୃଷ୍ଟି ହେଉଛି ସେଗୁଡ଼ିକ ଜନସାଧାରଣଙ୍କ ସେବାରେ କିମ୍ବା ଦେଶର ମଙ୍ଗଳରେ ବ୍ୟବହୃତ ହେବା ପରିବର୍ତ୍ତେ କେବଳ ରାଜନୈତିକ ବିରୋଧୀଙ୍କୁ ଘାଣ୍ଟିବାରେ କାମ କରୁଛି। ଏଥିରୁ ପ୍ରମାଣ ମିଳୁଛି ଯେ, ସବୁ ରାଜନୈତିକ ଦଳଙ୍କ ମାନସିକତା ଗୋଟିଏ ଜାଗାରେ ମିଶିଯାଉଛି। ଯେହେତୁ କ୍ଷମତାରେ ରହିବା ହୋଇଯାଉଛି ଏକମାତ୍ର ଲକ୍ଷ୍ୟ, ସେହେତୁ ଏଭଳି ନକାରାତ୍ମକ ଆଇନ ସୃଷ୍ଟି କରିବା ପଛରେ ଦୁଷ୍ଟ ବୁଦ୍ଧି କାର୍ଯ୍ୟ କରୁଛି। ତେଣୁ ଦୀର୍ଘ ଶାସନ କାଳରେ ଯେଉଁ ଦଳ ବା ନେତାଙ୍କୁ ଭୋଟର ସମର୍ଥନ କରିବେ ସମସ୍ତେ ଏହିଭଳି ଶାସକଙ୍କୁ ଦେଖୁଥିବେ। ଏହି ନେତାମାନେ କେବଳ ଗାଦି ବଞ୍ଚାଇବାକୁ ପ୍ରତିଶୋଧପରାୟଣ ପାଲଟୁଥିବେ। ବାକି ଦେଶ ଯୁଆଡ଼େ ଯାଉଛି ଯାଉ।


Enter your email to get our daily news in your inbox.

All Right Reserved By Dharitri.Com

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

କମାଲ୍‌ କଲେ ସାରା ଅର୍ଜୁନ: ଧୂରନ୍ଧର: ଦି ରିଭେଞ୍ଜରେ…

‘ଧୂରନ୍ଧର: ଦି ରିଭେଞ୍ଜ’ର ଟ୍ରେଲର ରିଲିଜ ହୋଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଟ୍ରେଲର ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଦର୍ଶକ ପୁଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri