ନଭେମ୍ବର ମାସରେ ବୃଦ୍ଧି ପାଇଲା ଖୁଚୁରା ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ,୧୨।୧୨: ଖାଦ୍ୟ ପଦାର୍ଥର ଦାମ୍ ବଢିବା ସହିତ ନଭେମ୍ବର ମାସରେ ବୃଦ୍ଧି ପାଇଛି ଖୁଚୁରା ମୁଦ୍ରାସ୍ଫୀତି। ମଙ୍ଗଳବାର କେନ୍ଦ୍ର ସରକାର ପ୍ରକାଶ କରିଥିବା ରିପୋର୍ଟ ଅନୁଯାୟୀ ଅକ୍ଟୋବରରେ ଚାରି ମାସ ସର୍ବନିମ୍ନ ୪.୮ ପ୍ରତିଶତକୁ ଖସିଯିବା ପରେ ନଭେମ୍ବରରେ ଭାରତର ଖୁଚୁରା ମୁଦ୍ରାସ୍ଫୀତି ୫.୫୫ ପ୍ରତିଶତକୁ ବୃଦ୍ଧି ପାଇଛି। ନଭେମ୍ବର ମାସରେ ଖାଦ୍ୟ ମୁଦ୍ରାସ୍ଫୀତି ୮.୭୦ ପ୍ରତିଶତ ରେକର୍ଡ କରାଯାଇଛି।

ମୁଦ୍ରାସ୍ଫୀତି ବୃଦ୍ଧି ପରେ ମଧ୍ୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ସହନୀୟ ପରିସର(୨-୬ ପ୍ରତିଶତ) ମଧ୍ୟରେ ରହିଛି। ପ୍ରକାଶିତ ତଥ୍ୟ ଅନୁଯାୟୀ ମୁଦ୍ରାସ୍ଫୀତି ହାର ୦.୫୪ ପ୍ରତିଶତ ବୃଦ୍ଧି ରେକର୍ଡ କରିଛି। କ୍ରମାଗତ ତୃତୀୟ ମାସ ଅଟେ ଯେତେବେଳେ ଖୁଚୁରା ମୁଦ୍ରାସ୍ଫୀତି ୬ ପ୍ରତିଶତରୁ କମ୍ ରହିଛି।

ତେବେ ସହନୀୟ ସୀମା ଭିତରେ ରହିଥିଲେ ମଧ୍ୟ ମୁଦ୍ରାସ୍ଫୀତି ବୃଦ୍ଧି କେନ୍ଦ୍ରୀୟ ବ୍ୟାଙ୍କର କାର୍ଯ୍ୟ ଆଗକୁ କଷ୍ଟକର କରିପାରେ। ନିକଟରେ ଶେଷ ହୋଇଥିବା ଆରବିଆଇର ମନିଟାରି ପଲିସି କମିଟି(ଏମପିସି) ବୈଠକରେ ସୁଧହାରକୁ ଅପରିବର୍ତ୍ତିତ ରଖିବାକୁ ନିଷ୍ପତି ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ମୋଦିଙ୍କ ଘର ଆଗରେ ଶୋଇଗଲେ ରାହୁଲ; ଉଠାଇ ନେଲା ପୋଲିସ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍ ଏବଂ ଛାତ୍ରଛାତ୍ରୀଙ୍କ ଉପରେ ଦିଲ୍ଲୀ ପୋଲିସର ବଳପ୍ରୟୋଗ ବିରୋଧରେ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ କଂଗ୍ରେସ ପକ୍ଷରୁ ଧାରଣା…

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ପିଛା ଛାଡୁନି ସମସ୍ୟା: ଜନ୍ତରମନ୍ତର ଛାଡି ପ୍ରଧାନମନ୍ତ୍ରୀଙ୍କ ବାସଭବନ ସାମ୍ନାରେ ହଙ୍ଗାମା, ମୋଦିଙ୍କ ଇସ୍ତଫା ଦାବି

ନୂଆଦିଲ୍ଲୀ,୨୧।୭: ନିଟ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ବିରୋଧରେ ସୋମବାର କକ୍ରୋଚ ଜନତା ପାର୍ଟି (CJP)ର ସଂସଦ ମାର୍ଚ୍ଚ ସମୟରେ ଦିଲ୍ଲୀ ପୋଲିସ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ ଲାଠିଚାର୍ଜ କରାଯିବା…

ଛାତ୍ରୀଛାତ୍ରଙ୍କୁ ଲାଠିଚାର୍ଜ ପ୍ରତିବାଦରେ ରାହୁଲ-ପ୍ରିୟଙ୍କା ଗାନ୍ଧୀଙ୍କ ପଦଯାତ୍ରା, ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ପହଞ୍ଚି…

ନୂଆଦିଲ୍ଲୀ,୨୧।୭: କକ୍ରୋଚ ଜନତା ପାର୍ଟି (CJP) ର ପ୍ରତିନିଧୀ ଏବଂ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ମଧ୍ୟରେ ସୋମବାର ଏକ ସାକ୍ଷାତ ହୋଇଛି। ସୂତ୍ରରୁ ଜଣାପଡିଛି ଯେ…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri