Categories: ବାଣିଜ୍ୟ

ଖୁଚୁରା ମୁଦ୍ରାସ୍ଫୀତି ୬.୦୯%କୁ ବୃଦ୍ଧି

ନୂଆଦିଲ୍ଲୀ,୧୪।୭: ଜୁନରେ ଖୁଚୁରା ମୁଦ୍ରାସ୍ଫୀତି ୬.୦୯%କୁ ବୃଦ୍ଧି ଘଟିଛି। ଖାଦ୍ୟ ସାମଗ୍ରୀ ଦର ବୃଦ୍ଧି ହେବାରୁ ଏଭଳି ସ୍ଥିତି ଉପୁଜିଛି ବୋଲି ସୋମବାର ଜାରି ହୋଇଥିବା ସରକାରୀ ଡାଟାରୁ ଏହା ଜଣାପଡିଛି। ଖାଦ୍ୟ ବର୍ଗରେ ମୁଦ୍ରାସ୍ଫୀତି ୭.୮୭%କୁ ବୃଦ୍ଧି ଘଟିଥିବା ଖାଉଟି ମୂଲ୍ୟ ସୂଚୀ(ସିପିଆଇ) ଡାଟାରୁ ସାମ୍ନାକୁ ଆସିଛି। କରୋନା ମହାମାରୀ ଯୋଗୁ ଡାଟା ସଂଗ୍ରହ ବର୍ତ୍ତମାନ ପ୍ରଭାବିତ ହୋଇଛି। ସ୍ପଳ୍ପ ଡାଟାକୁ ନେଇ ମୁଦ୍ରାସ୍ଫୀତି ରିପୋର୍ଟ ପ୍ରକାଶ କରାଯାଇଛି ବୋଲି ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ପକ୍ଷରୁ ଏହା କୁହାଯାଇଛି। ଗତ ବର୍ଷ ଜୁନରେ ଖୁଚୁରା ମୁଦ୍ରାସ୍ଫୀତି ୩.୧୮% ରହିଥିଲା। ମହାମାରୀ ଯୋଗୁ ଏପ୍ରିଲ ଏବଂ ମେ ମାସରେ ସରକାର ସିପିଆଇ ଡାଟା ଜାରି କରିନାହାନ୍ତି।

Share