ମାର୍ଚ୍ଚରେ ଖୁଚୁରା ମୁଦ୍ରାସ୍ଫୀତି ୪.୮୫%କୁ ହ୍ରାସ

ନୂଆଦିଲ୍ଲୀ,୧୩।୪: କ୍ରମାଗତ ଭାବେ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ(ସିପିଆଇ) ଆଧାରିତ ଖୁଚୁରା ମୁଦ୍ରାସ୍ଫୀତିରେ ହ୍ରାସ ଘଟୁଛି। ଏପରିକି ଶୁକ୍ରବାର ପ୍ରକାଶିତ ସରକାରୀ ତଥ୍ୟ ଅନୁଯାୟୀ ଖୁଚୁରା ମୁଦ୍ରାସ୍ଫୀତି ୨୦୨୪ ମାର୍ଚ୍ଚରେ ୪.୮୫%କୁ ହ୍ରାସ ପାଇଛି। ଫଳରେ ଖୁଚୁରା ମୁଦ୍ରାସ୍ଫୀତି ଗତ ୫ ମାସର ସର୍ବନିମ୍ନ ସ୍ତରକୁ ଖସି ଆସିଛି। ଉଲ୍ଲେଖଯୋଗ୍ୟ, ଖୁଚୁରା ମୁଦ୍ରାସ୍ଫୀତି ୨୦୨୪ ଫେବୃଆରୀରେ ୫.୦୯% ରହିଥିଲାବେଳେ ୨୦୨୩ ମାର୍ଚ୍ଚରେ ଏହା ୫.୬୬% ଥିଲା। ପୂର୍ବରୁ ୨୦୨୩ ଅକ୍ଟୋବରରେ ସିପିଆଇ ଭିତ୍ତିକ ମୁଦ୍ରାସ୍ଫୀତି ସର୍ବନିମ୍ନ ଥିଲା ୪.୮୭ % ରହିଥିଲା।
ସେହିଭଳି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ) ଦ୍ୱାରା ଶୁକ୍ରବାର ପ୍ରକାଶିତ ତଥ୍ୟ ଅନୁଯାୟୀ ୨୦୨୪ ମାର୍ଚ୍ଚରେ ଖାଦ୍ୟ ମୁଦ୍ରାସ୍ଫୀତି ୮.୫୨% ଥିବାବେଳେ ଫେବୃଆରୀରେ ଏହା ୮.୬୬% ହ୍ରାସ ପାଇଛି। ଉଭୟ ପାର୍ଶ୍ୱରେ ମୁଦ୍ରାସ୍ଫୀତି ୦% ରହିଥିବାରୁ ସୁନିଶ୍ଚିତ କରିବାକୁ ସରକାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) କୁ ଦାୟିତ୍ୱ ଦେଇଛନ୍ତି। ଅପରପକ୍ଷରେ ଶୁକ୍ରବାର ପ୍ରକାଶିତ ସରକାରୀ ତଥ୍ୟ ଅନୁଯାୟୀ ଭାରତର ଶିଳ୍ପ ଉତ୍ପାଦନ ଅଭିବୃଦ୍ଧି ୨୦୨୪ ଫେବୃଆରୀରେ ୫.୭%କୁ ବୃଦ୍ଧି ପାଇଛି। ଏପରିକି ଶିଳ୍ପ ଉପାଦାନ ଅଭିବୃଦ୍ଧି ଅନୁଯାୟୀ ମପାଯାଇଥିବା କାରଖାନା ଉତ୍ପାଦନ ଅଭିବୃଦ୍ଧି ୨୦୨୩ ଫେବୃଆରୀରେ ୬% ଥିଲା। ୨୦୨୩ ଅକ୍ଟୋବରରେ ଆଇଆଇପିର ପୂର୍ବର ଉଚ୍ଚତା ୧୧.୯%ରେ ରେକର୍ଡ କରାଯାଇଥିଲାବେଳେ ନଭେମ୍ବରରେ ୨.୫%, ଡିସେମ୍ବରରେ ୪.୨% ଏବଂ ୨୦୨୪ ଜାନୁଆରୀରେ ୪.୧%କୁ ହ୍ରାସ ପାଇଥିଲା। ସେହିପରିି ୨୦୨୩-୨୪ ଏପ୍ରିଲ-ଫେବୃଆରୀ ଅବଧିରେ ଶିଳ୍ପ ଉପାଦାନ ଅଭିବୃଦ୍ଧି ୫.୯%କୁ ଛୁଇଁଛି, ଯାହା ପୂର୍ବ ବର୍ଷ ତୁଳନାରେ ୫.୬% ଥିଲା। ସେହିପରି ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ବୟନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ୨୦୨୪ ଫେବୃଆରୀରେ ଭାରତର ଶିଳ୍ପ ଉତ୍ପାଦନ ସୂଚକାଙ୍କ ୫.୭%କୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri