Categories: ବାଣିଜ୍ୟ

ଖୁଚୁରା ମୁଦ୍ରାସ୍ଫୀତି ୪.୨୯%

ନୂଆଦିଲ୍ଲୀ:  ଚଳିତ ବର୍ଷ ଏପ୍ରିଲ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୪.୨୯% ସ୍ତରରେ ରହିଛି। ଏହା ମାର୍ଚ୍ଚ ମାସରେ ୫.୫୨% ସ୍ତରରେ ରହିଥିଲା। ଖାଦ୍ୟ ସାମଗ୍ରୀ ଦର ଉଚ୍ଚରେ ରହିବା ଯୋଗୁ ଏଭଳି ସ୍ଥିତି ଉପୁଜିଥିଲା ବୋଲି ସରକାରୀ ଡାଟାରୁ ସାମ୍ନାକୁ ଆସିଛି। ମୁଦ୍ରା ନୀତି ସମୀକ୍ଷା ବେଳେ ରିଜର୍ଭ ବ୍ୟାଙ୍କ ବିଶେଷ କରି ଖାଉଟି ମୂଲ୍ୟ ସୂଚୀ ଭିତ୍ତିକ ମୁଦ୍ରାସ୍ଫୀତିକୁ ବିଚାରକୁ ନେଇଥାଏ। ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୁପାୟନ ମନ୍ତ୍ରଣାଳୟ ଡାଟା ମୁତାବକ, ଏପ୍ରିଲ ମାସରେ ଖାଦ୍ୟ ସାମଗ୍ରୀ ବର୍ଗରେ ମୁଦ୍ରାସ୍ଫୀତି ୨.୦୨% ସ୍ତରରେ ରହିଛି। ମାର୍ଚ୍ଚ ମାସରେ ଏହା ୪.୮୭% ସ୍ତରରେ ରହିଥିଲା। ଏହି ପରିପ୍ରେକ୍ଷୀରେ ଇକ୍ରାର ମୁଖ୍ୟ ଅର୍ଥନୀତିଜ୍ଞ ଆଦିତି ନାୟାର କହିଛନ୍ତି, ଏପ୍ରିଲରେ ଖାଉଟି ମୁଦ୍ରାସ୍ଫୀତି ୩ ମାସର ସର୍ବନିମ୍ନ ସ୍ତରରେ ରହିଛି। ମାତ୍ର ଏହା ଆଶାଠାରୁ ଅଧିକ। ଆଞ୍ଚଳିକ ସ୍ତରରେ କଟକଣା ଯୋଗୁ ଦରଦାମ ଉପରେ ଏହାର ପ୍ରଭାବ ରହିଛି ବୋଲି ସେ ମତ ପ୍ରକାଶ କରିଛନ୍ତି।

Share